Commissionrate Police: ଥାନାରେ ଆଉ ଉତ୍ପାତ କରିପାରିବେନି ଅମାନିଆ, ପୋଲିସ ପିନ୍ଧିବ ବଡି କ୍ୟାମେରା
Advertisement
Article Detail0/zeeodisha/odisha2491628

Commissionrate Police: ଥାନାରେ ଆଉ ଉତ୍ପାତ କରିପାରିବେନି ଅମାନିଆ, ପୋଲିସ ପିନ୍ଧିବ ବଡି କ୍ୟାମେରା

ଭୁବନେଶ୍ୱର: ଅମାନିଆଙ୍କୁ ସାବାଡ ପାଇଁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ। ଏଥିପାଇଁ କମିଶନରେଟ୍ ପୋଲିସ ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛି। ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ ବଡି କ୍ୟାମେରା ପିନ୍

Commissionrate Police: ଥାନାରେ ଆଉ ଉତ୍ପାତ କରିପାରିବେନି ଅମାନିଆ, ପୋଲିସ ପିନ୍ଧିବ ବଡି କ୍ୟାମେରା

Commissionrate Police: ଭୁବନେଶ୍ୱର: ଅମାନିଆଙ୍କୁ ସାବାଡ ପାଇଁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ। ଏଥିପାଇଁ କମିଶନରେଟ୍ ପୋଲିସ ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛି। ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିବେ । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। 

ମିଳିଥିବା ସୂଚନା ଅନୁଯାୟୀ ଭରତପୁର ଥାନା ମାମଲା ପରେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି କମିଶନରେଟ ପୋଲିସ। ରିପୋର୍ଟ ଲେଖିବା ବେଳେ କିମ୍ବା ଥାନା ମଧ୍ୟରେ କେହି ଅମାନିଆ ଯଦି ନିୟମ ଉଲ୍ଲଂଘନ କରେ ବା ଉତ୍ପାତ କରେ ତାହାର ସମସ୍ତ କାର୍ଯ୍ୟକଳାପ ଏଥିରେ ରେକର୍ଡ ହେବ। ଏଥିରେ ଥାନାରେ ଉତ୍ପାତ କରୁଥିବା ଲୋକଙ୍କ ଅଡିଓ ଓ ଭିଡିଓ ରେକର୍ଡ ହେବ। କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ। ଟିକିନିଖ ଘଟଣାର ରେକର୍ଡ ପ୍ରମାଣ ସ୍ୱରୂପ ରହିବ। ଏପରିକି କ୍ୟାମେରାରେ ଥିବା ସ୍ଵତନ୍ତ୍ର ବଟନ ଚିପିଲେ କ୍ୟାମେରାରେ ରେକର୍ଡ ହେଉଥିବା ସମସ୍ତ ଦୃଶ୍ୟକୁ ଫୋନ୍ ମାଧ୍ୟମରେ ସିପି ଡିସିପି ଓ ଏସିପି ଦେଖି ପାରିବେ। ରେକର୍ଡ ହୋଇଥିବା ଭିଡିଓ ଓ ଅଡିଓ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।  ଏନେଇ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ୍ ପୋଲିସ।

ସୂଚନା ମୁତାବକ; ପୂର୍ବରୁ ଭରତପୁର ଘଟଣା ପାଇଁ ବଦନାମ ହୋଇଥିଲା କମିଶରେଟ ପୋଲିସ। ଖଣ୍ଡଗିରି ଥାନାରେ ମଧ୍ୟ ମଦ୍ୟପାନ କରି ପୋଲିସକୁ ଦୁର୍ବ୍ୟବହାର କରିଥିଲେ ମହିଳା। ଏପରିକି ପୂର୍ବରୁ ପୋଲିସର ବ୍ୟବହାରକୁ ନେଇ ଅନେକ ଥର ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଏ ଭଳି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ଖାରବେଳନଗର ଥାନାରେ ପହଞ୍ଚି ଏନେଇ ସମସ୍ତ ପ୍ରସ୍ତୁତି ଯାଞ୍ଚ କରିଛନ୍ତି ପୋଲିସ ଅଧିକାରୀ।