Onion Price Hike: କମିବାର ନାଁ ନେଉନି ପିଆଜ ଦର, ଗ୍ରାହକ ଅସନ୍ତୋଷ
Advertisement
Article Detail0/zeeodisha/odisha1941513

Onion Price Hike: କମିବାର ନାଁ ନେଉନି ପିଆଜ ଦର, ଗ୍ରାହକ ଅସନ୍ତୋଷ

Onion Price Hike: ​ କେତେକ ସ୍ଥାନରେ କେଜି ପିଛା ଦର ୮୦ ଟଙ୍କାରେ ବିକ୍ରି ହେଉଥିବା ସମୟରେ କେତେକ ସ୍ଥାନ ତଥା ମୁଖ୍ୟ ବଜାରରେ ୬୦ରୁ ୭୦ଟଙ୍କା କେଜି ପିଛା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । 

Onion Price Hike: କମିବାର ନାଁ ନେଉନି ପିଆଜ ଦର, ଗ୍ରାହକ ଅସନ୍ତୋଷ

Onion Price Hike: ବର୍ତ୍ତମାନ ରାଜ୍ୟ ସମେତ ସମଗ୍ର ଦେଶରେ ପିଆଜ ଦରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କେତେକ ସ୍ଥାନରେ କେଜି ପିଛା ଦର ୮୦ ଟଙ୍କାରେ ବିକ୍ରି ହେଉଥିବା ସମୟରେ କେତେକ ସ୍ଥାନ ତଥା ମୁଖ୍ୟ ବଜାରରେ ୬୦ରୁ ୭୦ଟଙ୍କା କେଜି ପିଛା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ମାତ୍ର ଏକ ସପ୍ତାହ ତଳେ ପିଆଜ ଦର ୩୫ରୁ ୪୦ ଟଙ୍କା ଥିବା ସମୟରେ ବର୍ତ୍ତମାନର ଦର ଆକାଶଛୁଆଁ ହୋଇଥିବାରୁ ପିଆଜ କିଣିବାକୁ ଗ୍ରାହକ ଅମଙ୍ଗ ହେଲେଣି ।

ଅନ୍ୟପଟେ ପିଆଜ ଦରକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । ପିଆଜ ଦର ବୃଦ୍ଧିକୁ ନେଇ ପ୍ରଶାସନକୁ ଘେରିବା ସହ ପ୍ରଶ୍ନ କରିଛି କଟକ ନଗର କଂଗ୍ରେସ । ଏହାକୁ ନିୟନ୍ତ୍ରଣ କରିବା ତଥା କଲାବଜାରୀକୁ ରୋକିବା ପାଇଁ କଟକ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି କଂଗ୍ରେସ । ପ୍ରଶାସନ ପକ୍ଷରୁ ଏହା କୁହାଯାଇଛି ଯେ, ଯେଉଁଠାରେ ପିଆଜ କଳାବଜାରି ହେଉଛି କିମ୍ୱା ମହଜୁତ ରଖାଯାଇଛି ସେଠାରେ ପ୍ରଶାସନ ପକ୍ଷରୁ ଚଢାଉ ଜାରି ରହିଛି ।

ପିଆଜ ବ୍ୟବସାୟୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରତିବର୍ଷ କାର୍ତ୍ତିକ ମାସ ପରେ ପିଆଜ ଦର ବୃଦ୍ଧି ହେଉଥିବା ଘଟଣା ସାଧାରଣ ହୋଇଗଲାଣି । କିନ୍ତୁ ଏହାର ପ୍ରଭାବ ସାଧାରଣ ତଥା ଗରିବ ଶ୍ରେଣୀର ଲୋକଙ୍କ ହାଣ୍ଡିଶାଳ ଉପରେ ପଡୁଛି । ଆଜି କଟକରେ କଂଗ୍ରେସ ପକ୍ଷରୁ ଦାବି ପତ୍ର ଦିଆଯିବା ସମୟରେ ଏହା କୁହାଯାଇଛି ଯେ, କଣ୍ଟ୍ରେଲ ଦୋକାନ ଗୁଡିକରେ ରିହାତି ମୁଲ୍ୟରେ ଗ୍ରାହକଙ୍କୁ ପିଆଜ ଯୋଗାଇ ଦିଆଯାଉ । ପ୍ରଶାସନ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମି ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ମଧ୍ୟ କୁହାଯାଇଛି ।

ଅନ୍ୟପଟେ ଦେଶର ପ୍ରମୁଖ ସହର ଗୁଡିକରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ନୂଆଦିଲ୍ଲୀ, ନୋଏଡା, କୋଲକାତା, ହାଇଦ୍ରାବାଦ, ମୁମ୍ୱାଇରେ ମଧ୍ୟ ପିଆଜ ଦର ବଢିଥିବା ସୂଚନା ମିଳିଛି ।

Also Read- Ollywood News: ଓଲିଉଡ ଅଭିନେତା ମନୋଜଙ୍କ ବ୍ୟାନ୍‌ ପ୍ରସଙ୍ଗ, ହସ୍ତକ୍ଷପ କଲେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ

Also Read- Himachal Accident: ହିମାଚଳର କୋଟଲିରେ ବଡ଼ ଦୁର୍ଘଟଣା, ଖାଲକୁ ଖସି ପଡିଲା ଜିପ୍, ୪ ମୃତ ୭ ଆହତ