Covid-19: ରାଜ୍ୟରେ ମହାମାରୀ ଭୟ, ଟେଷ୍ଟିଂ ଓ ସର୍ଭେଲାନସ୍ ବଢାଇବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
Advertisement

Covid-19: ରାଜ୍ୟରେ ମହାମାରୀ ଭୟ, ଟେଷ୍ଟିଂ ଓ ସର୍ଭେଲାନସ୍ ବଢାଇବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

Covid-19: ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମଧ୍ଯ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ଼ ଟେଷ୍ଟିଂ, ସର୍ଭେଲାନସ୍ ଓ ପ୍ରସ୍ତୁତ ରହିବାକୁ ସବୁ ମେଡିକାଲ କଲେଜ ଓ ସିଡ଼ିଏମଙ୍କୁ ପତ୍ର ଜାରି ହୋଇଛି ।

ସୌ(ସୋସିଆଲ ମିଡିଆ)

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉର୍ଦ୍ଧ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟନୁଷ୍ଠାନଗୁଡିକରେ ଆଇଏଲଆଇ-ଏସଏଆରଆଇ ସର୍ଭେଲାନସ୍ ବଢାଯାଉ । ଯେଉଁମାନେ ପଜିଟିଭି ଚିହ୍ନଟ ହେବେ ସେମାନେ ଘରେ ସଙ୍ଗରୋଧରେ ରହିବା ବାଧ୍ଯତାମୂଳକ । ଯଦି କୌଣସି ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୁଅନ୍ତି ତାହାଲେ ସେମାନଙ୍କୁ ଆବଶ୍ୟକ ଶଯ୍ୟା ଓ ଅକ୍ସିଜେନ୍ ସଂଯୋଗ ଥିବା ଶଯ୍ୟା ଯୋଗଇଦିଆଯିବ । ଟେଷ୍ଟିଂ ଓ ଚିକିତ୍ସା ସୁବିଧାକୁ ଯେପରି ସୁନିଶ୍ଚିତ ହେବ ସେନେଇ ସଠିକ୍ ପଦକ୍ଷେପ ନିଆଯିବ । ଅନ୍ୟପଟେ ବୟସ୍କ ଓ ସମ୍ବେଦନଶୀଳ ଲୋକମାନେ କୋଭିଡ଼କୁ ନେଇ ଯେପରି ସଚେତନତା ଅବଲମ୍ବନ କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନର ସମନ୍ବୟରେ କାର୍ଯ୍ୟକ୍ରମ ଜାରି ରଖିବେ । ଗୁରୁବାର ୫୦୦ ନମୁନାର କରୋନା ଟେଷ୍ଟ ହୋଇଥିଲା । ସେଥିମଧ୍ଯରୁ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରନ୍ତାଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

Also Read-Odisha News: ବଦଳିଲେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ, ଡଃ ମନୋରମା ମହାନ୍ତିଙ୍କୁ ମିଳିଲା ଦାୟିତ୍ବ

ସେପଟେ ଭାରତରେ କାୟା ମେଲାଇ ଚାଲିଛି କରୋନା । ଗତ ୪୮ ଘଣ୍ଟାରେ ଦେଶରେ ୭୯୮ଟି ନୂଆ କୋଭିଡ଼ ମାମଲା ସାମ୍ନାକୁ ଆସିଥିବା ବେଳେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୦୯୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଜେଏନ୍.୧ ଭାରିଆଣ୍ଟର ୧୪୫ଟି ମାମଲା ସାମ୍ନାକୁ ଆସିଛି ।