Odisha News: ବଦଳିଲେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ, ଡଃ ମନୋରମା ମହାନ୍ତିଙ୍କୁ ମିଳିଲା ଦାୟିତ୍ବ
Advertisement
Article Detail0/zeeodisha/odisha2035542

Odisha News: ବଦଳିଲେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ, ଡଃ ମନୋରମା ମହାନ୍ତିଙ୍କୁ ମିଳିଲା ଦାୟିତ୍ବ

Dr. Manorama Mohanty: ବଦଳିଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର (Bhubaneswar Metrology Department ) ନିର୍ଦ୍ଦେଶକ । ନୂତନ ନିର୍ଦ୍ଦେଶକ ଭାବେ ଗୁଜରାଟ ଅହମ୍ମବାଦର (Ahmadabad Metrology Department) ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡକ୍ଟର ମନୋରମା ମହାନ୍ତି (Dr. Manorama Mohanty) ନିଯୁକ୍ତ କରାଯାଇଛି ।

ସୌ(ସୋସିଆଲ ମିଡିଆ)

ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ (H.R. Biswas) କୋଲକାତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ (kolkata Metrology Department) ବଦଳି କରାଯାଇଛି । ମନୋରମାଙ୍କ ଘର ଓଡିଶାରେ ହୋଇଥିବା ବେଳେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ (Utkal University) ପଦାର୍ଥ ବିଜ୍ଞାନରୁ ସ୍ନାତକୋତର ହାସଲ ପରେ ଭାରତୀୟ ପାଣିପାଗ ବିଭାଗରେ (Indian Meteorological Department) ଯୋଗଦେଇଥିଲେ ।

Also Read-Pragyapan Medha: ଏଥିରେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ଓଡି଼ଶାର ପ୍ରଜ୍ଞାପନ ମେଢ଼

୨୦୨୧ ମସିହାରେ ଗୁଜୁରାଟ (Gujarat) ଉପକୂଳରେ ଆସିଥିବା ଭୟଙ୍କର ସାଇକ୍ଲୋନିକ୍ ଷ୍ଟର୍ମ ‘ତାଉତେ’ (Cyclone Tauktae) ଗତିବିଧି ଉପରେ ସଠିକ୍ ଆକଳନ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଯାହା ଫଳରେ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇଥିଲା । ଏଥିପାଇଁ ସେ ଗୁଜରାଟ ସରକାରଙ୍କ (Gujarat Government) ପକ୍ଷରୁ ପ୍ରଶଂସିତ ମଧ୍ୟ ହୋଇଥିଲେ । ତେବେ ଓଡ଼ିଶା ପରି ବାତ୍ୟା ପ୍ରବଣ ରାଜ୍ୟରେ ତାଙ୍କର ଅଭିଜ୍ଞତା ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଇଛି ।