ପୋଲିସକୁ ଗାଳିଗୁଲଜ କରି ଓଲିଉଡ ଅଭିନେତା ବିରଞ୍ଚି ଗିରଫ ପରେ କୋର୍ଟ ଚାଲାଣ
Advertisement

ପୋଲିସକୁ ଗାଳିଗୁଲଜ କରି ଓଲିଉଡ ଅଭିନେତା ବିରଞ୍ଚି ଗିରଫ ପରେ କୋର୍ଟ ଚାଲାଣ

Ollywood News: ପୋଲିସ ବିରଞ୍ଚିଙ୍କ କାର୍ ଅଟକାଇବା ସହ ଯାଞ୍ଚ କରିଥିଲା । ସେହି କାରଣରୁ ଉତକ୍ଷିପ୍ତ ହୋଇ ବିରଞ୍ଚି କାରରୁ ପଦାକୁ ବାହାରିବା ସହ ପୋଲିସକୁ ନାଲି ଆଖି ଦେଖାଇ ଗାଳିଗୁଲଜ କରିଥିଲେ । ଡ୍ୟୁଟିରେ ପୋଲିସକୁ ବାଧା ଏବଂ ଅସହଯୋଗ ଅଭିଯୋଗରେ ପୋଲିସ ବିରଞ୍ଚିକୁ ଗିରଫ କରିଥିଲା । 

ପୋଲିସକୁ ଗାଳିଗୁଲଜ କରି ଓଲିଉଡ ଅଭିନେତା ବିରଞ୍ଚି ଗିରଫ ପରେ କୋର୍ଟ ଚାଲାଣ

ଭୁବନେଶ୍ୱର: ଓଡ଼ିଆ ସିନେମା ଏବଂ ସିରିଏଲ ଅଭିନେତା ବିରଞ୍ଚି ନାରାୟଣ ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସକୁ ନାଲି ଆଖି ଦେଖାଇବା ସହ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ବିରଞ୍ଚିଙ୍କୁ । ଭରତପୁର ଥାନା ପୋଲିସ (Bharatpur police station) ପକ୍ଷରୁ ସୋମବାର ବିରଞ୍ଚିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ, ବିଳମ୍ୱିତ ରାତିରେ ଭରତପୁର ଥାନା ପୋଲିସ ପକ୍ଷରୁ କଳିଙ୍ଗ ଷ୍ଟୁଡିଓ (Kalinga studio) ଛକ ନିକଟରେ ପାଟ୍ରୋଲିଂ କରାଯାଉଥିଲା । ସେହି ସମୟରେ ବିରଞ୍ଚି କାର୍ ଚଳାଇ କଳିଙ୍ଗ ଷ୍ଟୁ଼ଡିଓ ଛକ ରାସ୍ତା ଅତିକ୍ରମ କରୁଥିଲେ । ପୋଲିସ ବିରଞ୍ଚିଙ୍କ କାର୍ (Car) ଅଟକାଇବା ସହ ଯାଞ୍ଚ କରିଥିଲା । ସେହି କାରଣରୁ ଉତକ୍ଷିପ୍ତ ହୋଇ ବିରଞ୍ଚି କାରରୁ ପଦାକୁ ବାହାରିବା ସହ ପୋଲିସକୁ ନାଲି ଆଖି ଦେଖାଇ ଗାଳିଗୁଲଜ କରିଥିଲେ । ଡ୍ୟୁଟିରେ ପୋଲିସକୁ ବାଧା ଏବଂ ଅସହଯୋଗ ଅଭିଯୋଗରେ ପୋଲିସ ବିରଞ୍ଚିକୁ ଗିରଫ କରିଥିଲା । 

ଆପଣଙ୍କୁ ଏହା ମଧ୍ୟ ଜଣାଇଦେବାକୁ ଚାହୁଁ ଯେ, ବିରଞ୍ଚିଙ୍କ ଘର ପୁରୀରେ ହୋଇଥିବାବେଳେ ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ରହିଆସୁଛନ୍ତି । ଅନେକ ଓଡ଼ିଆ ସିନେମା, ସିରିଏଲ ଏବଂ ଆଲବମରେ ବିରଞ୍ଚି ଅଭିନୟ କରିଛନ୍ତି । ଜଣେ କଳାକାର ହୋଇ ମଧ୍ୟ ବିରଞ୍ଚିଙ୍କ ପୋଲିସ ପ୍ରତି ଏଭଳି ଆଚରଣକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି । ଅନ୍ୟପଟେ ବିରଞ୍ଚିଙ୍କର କୌଣସି ପ୍ରତିକ୍ରିୟା ଏନେଇ ମିଳିପାରିନାହିଁ ।

Also Read- ଆଜି ମଙ୍ଗଳବାର: ଏମିତି କରନ୍ତୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ପୂଜା... ଦୂର ହେବ ସବୁ ସଂକଟ

Also Read- Maa Vaishno Devi: ଭାଙ୍ଗିଲା ମା' ବୈଷ୍ଣୋ ଦେବୀଙ୍କ ଗସ୍ତର ୧୦ ବର୍ଷର ରେକର୍ଡ, ବହୁ ସଂଖ୍ୟାରେ ପହଞ୍ଚିଲେ ଭକ୍ତ..