Odisha News: ଅନାହାରରେ ଗୋମାତା, ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ମୃତ୍ୟୁ
Advertisement
Article Detail0/zeeodisha/odisha2319874

Odisha News: ଅନାହାରରେ ଗୋମାତା, ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ମୃତ୍ୟୁ

Odisha News: ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତରଜଙ୍ଗା ପଞ୍ଚାୟତରେ ଥିବା ଶୂନ୍ୟବାସୀ ଗୋରେଖ ଗୋସେବା ସଂସ୍ଥାନରେ। ଶତାଧିକ ଗୋମାତା ରହିଛନ୍ତି ଅନାହାରରେ। ପେଟପୁରା ଗଣ୍ଡାଏ ଖାଇବାକୁ ମିଳୁନାହିଁ। ଖାଦ୍ୟ ଅଭାବରୁ ଦୁଇ ଦିନ ଭିତରେ ୪ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଅନ୍ୟ ଗୋରୁଗାଈ ମାନେ କଙ୍କାଳ ସଦୃଶ ହୋଇ ପଡିଛନ୍ତି। ୨୦୨୧ରେ ସ୍ଥାନୀୟ କିଛି ବଦାନ୍ୟ ଯୁବକଙ୍କ ପ୍ରଚେଷ୍ଟାରେ ଏହି ଗୋଶାଳା ଗଠନ ହୋଇଥିଲା। 

Odisha News: ଅନାହାରରେ ଗୋମାତା, ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ମୃତ୍ୟୁ

Odisha News: ଅନାହାରରେ ଗୋମାତା। ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ଗତ ଦୁଇ ଦିନ ଭିତରେ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ ଗୋରୁ ପ୍ରାୟ ଅନାହାର ରେ କଙ୍କାଳ ଭଳି ହୋଇ ପଡିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତରଜଙ୍ଗା ପଞ୍ଚାୟତରେ ଥିବା ଶୂନ୍ୟବାସୀ ଗୋରେଖ ଗୋସେବା ସଂସ୍ଥାନରେ। ଶତାଧିକ ଗୋମାତା ରହିଛନ୍ତି ଅନାହାରରେ। ପେଟପୁରା ଗଣ୍ଡାଏ ଖାଇବାକୁ ମିଳୁନାହିଁ। ଖାଦ୍ୟ ଅଭାବରୁ ଦୁଇ ଦିନ ଭିତରେ ୪ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଅନ୍ୟ ଗୋରୁଗାଈ ମାନେ କଙ୍କାଳ ସଦୃଶ ହୋଇ ପଡିଛନ୍ତି। ୨୦୨୧ରେ ସ୍ଥାନୀୟ କିଛି ବଦାନ୍ୟ ଯୁବକଙ୍କ ପ୍ରଚେଷ୍ଟାରେ ଏହି ଗୋଶାଳା ଗଠନ ହୋଇଥିଲା। 

ଏବେ ଏଠାରେ ୧୫୦ ରୁ ଉର୍ଦ୍ଧ ଗୋରୁଗାଈ ରହିଛନ୍ତି। ବିଭିନ୍ନ ଦୁର୍ଘଟଣାରେ ଆହତ ଗୋରୁ ତଥା ବୁଲା ଗୋରୁ ଗାଇଙ୍କୁ ଆଣି ଜଗତସିଂହପୁର ପୌର ସଂସ୍ଥା ସହ ବିଭିନ୍ନ ବ୍ୟକ୍ତି ଏହିଠାରେ ଆଣି ଛାଡି ଥାନ୍ତି। ଖାଦ୍ୟ ଓ ରକ୍ଷଣା ବେକ୍ଷଣ ନିମନ୍ତେ ବାର୍ଷିକ କିଛି ସରକାରୀ ଅନୁଦାନ ମିଳୁଥିବା ବେଳେ ଗତ ଜାନୁଆରୀ ମାସ ରୁ ଏହା ବନ୍ଦ ହୋଇ ପଡିଥିବା ଅଭିଯୋଗ ହେଉଛି । ଫଳରେ ଖାଦ୍ୟ ଅଭାବରୁ ଦେଢଶହ ଗୋମାତା ଏବେ ଏଠାରେ ଅନାହାରରେ ପଡି ଛଟପଟ ହେଉଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଅବଗତ ଥିବା ବେଳେ ଏକ ଡାକ୍ତରୀ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଥିବା କହିଛନ୍ତି