T20 World Cup 2024: ଟି -20 ବିଶ୍ୱକପ ୨୦୨୪ ବିଜେତାକୁ ନେଇ ନାସିର ହୁସେନ୍ ଙ୍କ ବଡ଼ ବୟାନ
Advertisement

T20 World Cup 2024: ଟି -20 ବିଶ୍ୱକପ ୨୦୨୪ ବିଜେତାକୁ ନେଇ ନାସିର ହୁସେନ୍ ଙ୍କ ବଡ଼ ବୟାନ

T20 World Cup 2024: ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍ ୪ରୁ ୩୦ ମଧ୍ଯରେ ଆୟୋଜନ ନେଇ ନିଷ୍ପତ୍ତି ନେଇଛି। ତେବେ ଏନେଇ ବିଧିବଦ୍ଧ ଘୋଷଣା ଅପେକ୍ଷାରେ ରହିଛନ୍ତି କ୍ରିକେଟ୍ ପ୍ରେମୀ । ତେବେ ଟି -20 ବିଶ୍ୱକପ ନେଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ଙ୍କ (Nasser Hussain) ବୟାନ ସାମ୍ନାକୁ ଆସିଛି ।  

ସୌ(ସୋସିଆଲ ମିଡିଆ)

T20 World Cup 2024: ସରିଛି ଦିନିକିଆ ବିଶ୍ୱକପ୍ ୨୦୨୩ । ଏବେ ଖେଳାଳି ଓ କ୍ରିକେଟ୍ ପ୍ରେମୀଙ୍କ ଫୋକସରେ ରହିଛି ଟି -20 ବିଶ୍ୱକପ ୨୦୨୪ (T-20 world cup 2024) । ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍ ୪ରୁ ୩୦ ମଧ୍ଯରେ ଆୟୋଜନ ନେଇ ନିଷ୍ପତ୍ତି ନେଇଛି। ତେବେ ଏନେଇ ବିଧିବଦ୍ଧ ଘୋଷଣା ଅପେକ୍ଷାରେ ରହିଛନ୍ତି କ୍ରିକେଟ୍ ପ୍ରେମୀ । ତେବେ ଟି -20 ବିଶ୍ୱକପ ନେଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ଙ୍କ (Nasser Hussain) ବୟାନ ସାମ୍ନାକୁ ଆସିଛି ।  

ଏନେଇ ହୁସେନ୍‌ କହିଛନ୍ତି, ‘ନିକଟ ଅତୀତରେ ଇଂଲଣ୍ଡର ଭଲ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । ଏହା ସତ୍ତ୍ବେ ଟିମ୍ ଟି -20 ବିଶ୍ୱକପ ୨୦୨୪ର ଫାଇନାଲରେ ପହଞ୍ଚିବାରେ ସଫଳ ହେବ’ । ତେବେ ଆଗାମୀ ସିଜିନର ବିଜେତା ଦଳ ବିଷୟରେ ପଚରା ଯିବାରୁ ସେ କହିଛନ୍ତି, ‘ଟି -20 ବିଶ୍ୱକପ ୨୦୨୪ର ବିଜେତା କିଏ ହେବ, ସେନେଇ ମୁଁ ଏପର୍ଯ୍ୟନ୍ତ ଚିନ୍ତା କରି ନାହିଁ। ତଥାପି ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ସାମ୍ପ୍ରତିକ ଖେଳକୁ ବିଚାର କରି ମୁଁ ସେମାନଙ୍କ ସହିତ ଯିବି । ଇଂଲଣ୍ଡ ନିଶ୍ଚିତ ଭାବେ ଶେଷ ଥରର ଚାମ୍ପିୟନ୍ ଅଟେ, କିନ୍ତୁ ସୀମିତ ଓଭର ଫର୍ମାଟରେ ଦଳର ପ୍ରଦର୍ଶନ ଏତେଟା ଖାସ୍ ନାହିଁ । ସୂଚନାଯାଗ୍ୟ, ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ସୁଦ୍ଧା କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ୍ ଜିତି ନାହିଁ। ୨୦୨୨ରେ ଖେଳାଯାଇଥିବା ଟି -20 ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ପାକିସ୍ତାନ ମୁହାଁମୁହଁ ହୋଇଥିଲେ। ଦମଦାର ପ୍ରଦର୍ଶନ ଫଳରେ ଇଂଲଣ୍ଡ ଟାଇଟଲ୍ ହାତେଇବାରେ ସଫଳ ହୋଇଥିଲା ।

ସେପଟେ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳକ ଅଧିନାୟକତ୍ବ ଦାୟିତ୍ବ କାହାକୁ ମିଳିବ ସେନେଇ ଚର୍ଚ୍ଚା ଲାଗି ରହିଛି । ଏନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ଯ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ଲାଗି ରୋହିତ ବୋର୍ଡର ପ୍ରଥମ ପସନ୍ଦ ଥିବା କୁହାଯାଉଛି । କିନ୍ତୁ ରୋହିତ ଶର୍ମା ଟି -20 ବିଶ୍ୱକପ ୨୦୨୨ ସେମିଫାଇନାଲ ପରଠାରୁ ଗୋଟିଏ ବି ଟି -20 ଇଣ୍ଟରନ୍ୟାସନାଲ ଖେଳି ନାହାଁନ୍ତି।  ତେବେ ରୋହିତଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ବୋର୍ଡ଼ର ଦ୍ବିତୀୟ ପସନ୍ଦ ଅଟନ୍ତି । କାରଣ ହାର୍ଦ୍ଦିକ ୨୦୨୨ ଟି-୨୦ ବିଶ୍ୱକପ ପରଠାରୁ କ୍ରମାଗତ ଭାବେ ଟି -20 ଇଣ୍ଟରନ୍ୟାସନାଲରେ ଦଳର ଅଧିନାୟକତ୍ବ କରିଆସୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳର ପ୍ରଦର୍ଶନ ମଧ୍ଯ ବେଶ ଭଲ ରହିଛି ।