Debesh Pati: ଗିରଫ ହେଲେ ‘ଲଚକ୍ ମଣି ବେବିଲୋ’ ଗୀତର କଣ୍ଠଶିଳ୍ପୀ, ଜାଣନ୍ତୁ ପୂରା ମାମଲା
Advertisement
Article Detail0/zeeodisha/odisha1942306

Debesh Pati: ଗିରଫ ହେଲେ ‘ଲଚକ୍ ମଣି ବେବିଲୋ’ ଗୀତର କଣ୍ଠଶିଳ୍ପୀ, ଜାଣନ୍ତୁ ପୂରା ମାମଲା

Debesh Pati Arrest: ପ୍ରେମରେ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଓଲିଉଡ଼ ଗାୟକ ଦେବେଶ ପତି (Ollywood singer Debesh Pati) । ବାହାଘର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ଓ ଟଙ୍କା ଲୁଟିବା ଅଭିଯୋଗରେ ଭୁବନେଶ୍ବର ନୟାପଲ୍ଲୀ ଥାନା (Nayapalli Police Station) ପୋଲିସ ତାଙ୍କୁ ଗିରଫ କରିଛି ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, କଣ୍ଠଶିଳ୍ପୀ ଦେବେଶଙ୍କ (Debesh Pati) ଘର ଯାଜପୁର ଜିଲ୍ଲାରେ ଅଟେ । ଭଦ୍ରକ ଜିଲ୍ଲାର ଜଣେ ଯୁବତୀ ରାଜଧାନୀ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ବେଳେ ଏକ ଘରୋଇ କଲେଜରେ ଏମବିଏ (MBA) ପଢୁଥିଲେ । ସେ ସମୟରେ ଯୁବତୀଙ୍କୁ ଅନ୍ୟ ଏକ ଯୁବକ ପ୍ରେମ ନିବେଦନ କରିଥିଲେ । କିନ୍ତୁ ଯୁବତୀ ଜଣଙ୍କ ଏହାକୁ ସ୍ବୀକାର କରିନଥିଲେ । ଯୁବତୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବକ ଜଣକଙ୍କ ତାଙ୍କ ନମ୍ବର ଦେବେଶଙ୍କୁ ଦେଇଥିଲେ । ଏମିତି କି, ତାଙ୍କୁ ପ୍ରେମ ଜାଲରେ ଫସେଇବାକୁ କହିଥିଲେ । କିଛି ଦିନର କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ବିବାହ ପ୍ରତିଶ୍ରୁତି ଦେଇ ଦେବେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଖାଲି ଏତିକି ନୁହେଁ,  ସେ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ମଧ୍ଯ ନେଇଥିଲେ । ପରେ ଦେବେଶ ଓଲିଉଡ଼ର ଅନ୍ୟ ଜଣେ ଗାୟିକାଙ୍କୁ ଭଲ ପାଉଥିବା ସହ ତାଙ୍କ ସହ ବୁଲାବୁଲି କରୁଥିବା ଉକ୍ତ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ । ଏହି ସମୟରେ ଯୁବତୀ ଗର୍ଭବତୀ ଥିଲେ । ଏ କଥା ଜାଣିବା ପରେ ଦେବେଶ ଔଷଧ ଦେଇ ଯୁବତୀଙ୍କ ଗର୍ଭନଷ୍ଟ କରିଥିଲେ । ପରେ ଯୁବତୀ ଜଣଙ୍କ ବିବାହ ପାଇଁ ଜିଦ୍ ଧରିବାରୁ ଦେବେଶ ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏନେଇ ଯୁବତୀ ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

Also Read-Somalika Das: ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ଝଟକା

Also Read- Odisha Crime: କଟକରେ ହତ୍ୟାକାଣ୍ଡ, ଅଟୋ ଭଡ଼ାକୁ ନେଇ ଅଟୋ ଡ୍ରାଇଭରଙ୍କୁ ହତ୍ୟା...

ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ, ଗର୍ଭପାତ ଓ ଟଙ୍କା ଲୁଟିବା ଅଭିଯୋଗରେ ଗତ ବୁଧବାର ଦିନ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଦିନ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଦେବେଶ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।