Curfew relaxed in Balasore : ବାଲେଶ୍ବରରେ କର୍ଫ୍ୟୁ କୋହଳ: ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ
Advertisement
Article Detail0/zeeodisha/odisha2299911

Curfew relaxed in Balasore : ବାଲେଶ୍ବରରେ କର୍ଫ୍ୟୁ କୋହଳ: ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ

ବାଲେଶ୍ବରରେ  ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି।  ସକାଳ ୭ ରୁ ଦିନ ୧୧ଟା ପର୍ପ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ଏହାସହିତ କେବଳ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରେ ଇଣ୍ଟରନେଟ୍‌ ସେବା ମିଳିବ।

Curfew relaxed in Balasore

Curfew relaxed in Balasore : ସୋମବାର ବାଲେଶ୍ବର ସୁନହଟ ଅଞ୍ଚଳରେ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟିବା ପରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କା‌ଳ ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁକୁ ଆଜି( ଗୁରୁବାର)୪ ଘଣ୍ଟା ପାଇଁ କୋହଳ କରାଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ସକାଳ ୭ ରୁ ଦିନ ୧୧ଟା ପର୍ପ୍ୟନ୍ତ କୋହଳ କରାଯିବା ସହିତ କେବଳ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରେ ଇଣ୍ଟରନେଟ୍‌ ସେବା ଦିଆଯାଉଛି।

ପ୍ରଥମ ପର୍ଯ୍ୟାୟ ବ୍ୟାଙ୍କ ସମେତ ବ୍ୟାବସାୟିକ ପ୍ରତିଷ୍ଠାନକୁ ଇଣ୍ଟରନେଟ୍‌ ସେବାମିଳିବ। ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବାପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିସ୍ଥିତିକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଉଦ୍ୟମ କରାଯାଉଛି।

ହିଂସା ମାମଲାରେ ଉଭୟ ଗୋଷ୍ଠୀ ପକ୍ଷରୁ ରୁଜୁ ହୋଇଥିବା ୭ଟି ମାମଲାରେ ପୁଲିସ ୩୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାଛଡ଼ା କର୍ଫ୍ୟୁ ଆଇନ୍‌ ଉଲ୍ଲଂଘନ ଯୋଗୁଁ ସହରର ବିଭିନ୍ନ ଥାନାରେ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସହରର ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ପୁଲିସ ଫୋର୍ସ ଘନଘନ ପଇଁତରା ମାରିବା ସହ ପୂରା ସହରକୁ କଡ଼ା ସୁରକ୍ଷା ବଳୟରେ ରଖିଛନ୍ତି। ସଂପୃକ୍ତ ଅଞ୍ଚଳରେ ପୁଲିସ ଫୋର୍ସ ସହ ଜିଲ୍ଲାପାଳ ଆଶିଷ ଠା‌କ୍‌ରେ ଓ ଏସ୍‌ପି ସାଗରିକା ନାଥ ଫ୍ଳାଗ୍‌ମାର୍ଚ୍ଚରେ ସାମିଲ ହୋଇ ଲୋକମାନଙ୍କୁ ଶାନ୍ତି, ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ନିବେଦନ କରିଛନ୍ତି।