Cyclone Remal: ରେମାଲ ନେଲା ଭୀଷଣ ବାତ୍ୟା ରୂପ, ଛେଚୁଛି ତୁହାକୁ ତୁହା ବର୍ଷା
Advertisement
Article Detail0/zeeodisha/odisha2265026

Cyclone Remal: ରେମାଲ ନେଲା ଭୀଷଣ ବାତ୍ୟା ରୂପ, ଛେଚୁଛି ତୁହାକୁ ତୁହା ବର୍ଷା

ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ରେମାଲ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେବା ଆରମ୍ଭ ହୋଇଯାଇଛି ।

Cyclone Remal: ରେମାଲ ନେଲା ଭୀଷଣ ବାତ୍ୟା ରୂପ, ଛେଚୁଛି ତୁହାକୁ ତୁହା ବର୍ଷା

Weather Update: ରେମାଲ ବର୍ତ୍ତମାନ ଭୀଷଣ ବାତ୍ୟାର ରୂପ ନେଇ ସାରିଛି । ଆଜି ବଙ୍ଗୋପସାଗରରେ ଗତିକରି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲା ଉପକୂଳରେ ଲ୍ୟାଣ୍ଡଫଲ କରିବ । ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାରରେ ରେମାଲ ଅଧିକ ଘନୀଭୂତ ହେବା ଆରମ୍ଭ କରିଛି । ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ଉପକୂଳ ଆଡକୁ ଗତି କରୁଛି ଭୀଷଣ ବାତ୍ୟା । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ରେମାଲ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେବା ଆରମ୍ଭ ହୋଇଯାଇଛି ।

ଆଜି ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଏଥିସହ ରାଜ୍ୟର କିଛି ଜିଲ୍ଲାରେ ଏପରି ପାଗ ଆସନ୍ତାକାଲି ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପବନ ବେଗ ମଧ୍ୟ ଘଣ୍ଟାପ୍ରତି ୪୦ କିମି ହେବାର ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ବନ୍ଦର ଗୁଡିକୁ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମନା କରାଯାଇଛି ।

Also Read- ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ ମୋଦୀ ଓ ଶାହା

Also Read- ଅସନଜୋଡା ଛକରେ ଟ୍ରକ୍ ଧକ୍କା, ଜଣେ ମୃତ, ୭ ହସ୍ପିଟାଲରେ ଭର୍ତ୍ତି