ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍; ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
Advertisement
Article Detail0/zeeodisha/odisha2396688

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍; ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

Excise minister: ସ୍କୁଲ, କଲେଜ ଓ ମନ୍ଦିର ପାଖରେ କିମ୍ବା ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ମଦ ଦୋକାନ ରହିବନି।

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍; ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ଵର: ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍। ଡ୍ୟାନ୍ସବାର୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଡ୍ୟାନ୍ସ ବାର୍ ବନ୍ଦ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୪ ଜଣ ଅସୁସ୍ଥ ଓ ୨ ଦୁଇ ଜଣଙ୍କର ମୃତ୍ୟୁ ପରେ ଏବେ ଏହାକୁ ନେଇ ତାତିଛି ରାଜ୍ୟ ରାଜନୀତି। ବାରମ୍ବାର ଗୃହରେ ଏନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଅବକାରୀ ମନ୍ତ୍ରୀଙ୍କୁ ଏନେଇ ବିରୋଧୀ ସମାଲୋଚନା କରି ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି। ଯାହାପରେ ଏନେଇ ଆଜି ବଡ ବୟାନ ଦେଇଛନ୍ତି ଅବକାରୀ ମନ୍ତ୍ରୀ। ଏଥିସହିତ ସ୍କୁଲ, କଲେଜ ଓ ମନ୍ଦିର ପାଖରେ କିମ୍ବା ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ମଦ ଦୋକାନ ରହିବନି। ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ମଦ ଦୋକାନ ରହିବ। ସେହିପରି ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି କହିଛନ୍ତି ମନ୍ତ୍ରୀ। 

ଏ ନେଇ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବା ସେହିପରି ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ। ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି ମନ୍ତ୍ରୀ କହିଛନ୍ତି।