Dengue: ହୋଇଯାଆନ୍ତୁ ସତର୍କ! ଡେଙ୍ଗୁ ପରେ ଏବେ ଫାଇଲେରିଆ ଚିନ୍ତା..
Advertisement
Article Detail0/zeeodisha/odisha1845904

Dengue: ହୋଇଯାଆନ୍ତୁ ସତର୍କ! ଡେଙ୍ଗୁ ପରେ ଏବେ ଫାଇଲେରିଆ ଚିନ୍ତା..

Dengue: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ରାଜ୍ୟରେ ବଢ଼ି ବଢ଼ି ଚାଲିଥିବା ବେଳେ ସମସ୍ତେ ଆତଙ୍କ ଘେରରେ ରହିଥିବା ଦେଖିବାକୁ ମିଳିଛି।ଏହା କେବଳ ରାଜ୍ୟବାସୀ ନୁହେଁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି। ରାଜ୍ୟରେ ସମୁଦାୟ ଡେଙ୍ଗୁ(Dengue) ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯୬କୁ ବୃଦ୍ଧି ପାଇଥିବା ବେଳେ ଅଧିଂକାଶ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ ଥିବା ଜଣାପଡ଼ିଛି।

Dengue: ହୋଇଯାଆନ୍ତୁ ସତର୍କ! ଡେଙ୍ଗୁ ପରେ ଏବେ ଫାଇଲେରିଆ ଚିନ୍ତା..

Dengue: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ରାଜ୍ୟରେ ବଢ଼ି ବଢ଼ି ଚାଲିଥିବା ବେଳେ ସମସ୍ତେ ଆତଙ୍କ ଘେରରେ ରହିଥିବା ଦେଖିବାକୁ ମିଳିଛି।ଏହା କେବଳ ରାଜ୍ୟବାସୀ ନୁହେଁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି। ରାଜ୍ୟରେ ସମୁଦାୟ ଡେଙ୍ଗୁ(Dengue) ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯୬କୁ ବୃଦ୍ଧି ପାଇଥିବା ବେଳେ ଅଧିଂକାଶ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ ଥିବା ଜଣାପଡ଼ିଛି।ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥରରେ ପ୍ରତିଶେଧକମୂଳକ ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି।ଏହା ସତ୍ତ୍ୱେ ବି ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି। ତେବେ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ଏହା ପ୍ରକୋପ ଧିରେ ଧିରେ କମ୍ ହେବ ବୋଲି କହିଛନ୍ତି ବିଶେଷଜ୍ଞ।

ତେବେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଏତେ ସଙ୍ଗୀନ ହୋଇଛି ଯେ ଡାକ୍ତରଖାନାରେ ରୋଗୀଙ୍କୁ ବେଡ ମିଳୁନଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ୧୪୦୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁରୀରେ ୩୨୪, କଟକ ୨୭୮, ବାଲେଶ୍ବର ୨୭୭, ଜଗତସିଂହପୁର ୧୭୩ ଓ ନୟାଗଡ଼ରୁ ୧୧୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଡେଙ୍ଗୁର ପାଦୁର୍ଭାବ କମ୍ ହୋଇ ନଥିବା ବେଳେ ଫାଇଲେରିଆ ଆଶଙ୍କା ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ସିଏ ଡେଙ୍ଗୁ ହେଉ କି ଫାଇଲେରିଆ, ମୁକାବିଲା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନ ସଜାଗ ରହିକବା ଉଚିତ୍। ଲୋକଙ୍କୁ ଅଧିକ ସତର୍କ ହୋଇ ଏହାର ମୁକାବିଲା କରିବା ଉଚିତ୍।

Also Read: August Rain Rate: ଅଗଷ୍ଟର ନିଅଣ୍ଟିଆ ବର୍ଷା, ବଢ଼ାଇଲାଣି ଚିନ୍ତା..