ଧାନମଣ୍ଡି ଅବ୍ୟବସ୍ଥା ନେଇ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ
Advertisement
Article Detail0/zeeodisha/odisha2062037

ଧାନମଣ୍ଡି ଅବ୍ୟବସ୍ଥା ନେଇ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେବଗଡ ବନ୍ଦ ପାଳନ ହେଉଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଡାକରା ଦିଆଯାଇଥିବାରୁ କଂଗ୍ରେସ କର୍ମୀମାନେ ବିଭିନ୍ନ ଛକ ଏବଂ ମୁଖ୍ୟ ରାସ୍ତାରେ ବନ୍ଦ ପାଳନକୁ ସହଯୋଗ କରୁଛନ୍ତି । ବନ୍ଦ କାରଣରୁ ଜୀବନଯାତ୍ରା ଠପ୍ ହେବା ସହିତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ଦ କାରଣ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଦୋକାନ ବଜାର ବନ୍ଦ ରହିଥିବରୁ ରାସ୍ତାଘାଟ ଶୂନଶାନ ଦେଖାଯାଉଛି ।

ଧାନମଣ୍ଡି ଅବ୍ୟବସ୍ଥା ନେଇ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ: ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେବଗଡ ବନ୍ଦ ପାଳନ ହେଉଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଡାକରା ଦିଆଯାଇଥିବାରୁ କଂଗ୍ରେସ କର୍ମୀମାନେ ବିଭିନ୍ନ ଛକ ଏବଂ ମୁଖ୍ୟ ରାସ୍ତାରେ ବନ୍ଦ ପାଳନକୁ ସହଯୋଗ କରୁଛନ୍ତି । ବନ୍ଦ କାରଣରୁ ଜୀବନଯାତ୍ରା ଠପ୍ ହେବା ସହିତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ଦ କାରଣ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଦୋକାନ ବଜାର ବନ୍ଦ ରହିଥିବରୁ ରାସ୍ତାଘାଟ ଶୂନଶାନ ଦେଖାଯାଉଛି ।

Video- 

https://www.youtube.com/watch?v=W1vzHhF5ITw&t=27s

ଅନ୍ୟପଟେ କଂଗ୍ରେସର ଏହି ବନ୍ଦ ଡାକରାକୁ ସମର୍ଥନ କରିଛି ଜିଲ୍ଲା କୃଷକ ସଂଘ । ଜିଲ୍ଲାର ୪୯ ନମ୍ୱର ଜାତୀୟ ରାଜପଥ ଉପରେ କଂଗ୍ରେସ କର୍ମୀ ଏବଂ ଚାଷୀମାନେ ଧାନ ବସ୍ତା ରଖିଛନ୍ତି । ଯାହାଦ୍ୱାରା ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅନେକ ଗାଡି ଲମ୍ୱା ଲାଇନରେ ଛିଡା ହୋଇ ରହିଛି । କେବଳ ଜରୁରୀକାଳୀନ ସ୍ଥିତିରେ ଆମ୍ୱୁଲାନ୍ସ, ଦମକଳ ଏବଂ ପ୍ରଶାସନିକ ଅଧିକାରୀଙ୍କ ଗାଡି ଛଡାଯାଉଛି ବୋଲି ସୂଚନା ମିଳିଛି ।

Also Read- Atomic Battery: ବିନା ଚାର୍ଜରେ ୫୦ ବର୍ଷ ଯାଏଁ ଯୋଗାଇବ ଶକ୍ତି

Also Read- ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ