Advertisement
Article Detail0/zeeodisha/odisha2485013
Zee OdishaOdisha StateDG-IG Meeting: ଓଡ଼ିଶାରେ ହେବ ଡିଜି ବୈଠକ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଆସିପାରନ୍ତି ଭୁବନେଶ୍ୱର

DG-IG Meeting: ଓଡ଼ିଶାରେ ହେବ ଡିଜି ବୈଠକ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଆସିପାରନ୍ତି ଭୁବନେଶ୍ୱର

DG-IG Meeting: ଆଇନ ଶୃଙ୍ଖଳା ରକ୍ଷା ଏକ ରାଜ୍ୟ ବ୍ୟାପର ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏ ବିଷୟକୁ ଧ୍ୟାନ ଦେଇ ପ୍ରତିବର୍ଷ ଏପରି ଡିଜି ଓ ଆଇଜି ବୈଠକ ଅନୁଷ୍ଠିତ କରାଇଥାଆନ୍ତି। ଏଥର ବୈଠକ ନକ୍ସଲ ବାଦ, ସାଇବର କ୍ରାଇମ ଏବଂ ଦେଶରେ ବଢ଼ୁଥିବା ସାମ୍ପ୍ରଦାୟିକତାବାଦ ଉପରେ ଗୁରୁତ୍ୱ ରଖିବ ବୋଲି ଅନୁମାନ କରାଯାଉଛି।

DG-IG Meeting
DG-IG Meeting

ଭୁବନେଶ୍ୱର: ଚଳିତ ବର୍ଷର ଡିଜି ପୁଲିସ ଓ ଆଜି ପୁଲିସ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇପାରେ। ଏଥିଲାଗି ଅକ୍ଟୋବର ୨୯ ତାରିଖକୁ ସ୍ଥିର କରାଯାଇଛି। ଏହା ୩ ଦିନ ଧରି ଚାଲିବ। ୧ ତାରିଖରେ ଉଦ୍‍ପନୀ ହେବ। ଏହି ବୈଠକରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। 

ପୁଲିସ ଡିଜି ଓ ଆଇଜି ବୈଠକ ରାଜ୍ୟଗୁଡ଼ିକରେ ଆଇନ ଶୃଂଖଳା ରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ପରିଚିତ। ପ୍ରଥମେ ଏହା କେବଳ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ବିଭିନ୍ନ ରାଜ୍ୟରେ ଏହାକୁ ଆୟୋଜନ କରି ଏହାର ମର୍ଯ୍ୟାଦା ଆହୁରି ବଢ଼ାଇବା ଲାଗି ସରକାର ଚିନ୍ତା କରିଛନ୍ତି।  ୨୦୧୪ ମସିହାଠାରୁ ଏହା ଦିଲ୍ଲୀ ବାହାରେ ଅନୁଷ୍ଠିତ କରାଯାଉଛି।  

ଆଇନ ଶୃଙ୍ଖଳା ରକ୍ଷା ଏକ ରାଜ୍ୟ ବ୍ୟାପର ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏ ବିଷୟକୁ ଧ୍ୟାନ ଦେଇ ପ୍ରତିବର୍ଷ ଏପରି ଡିଜି ଓ ଆଇଜି ବୈଠକ ଅନୁଷ୍ଠିତ କରାଇଥାଆନ୍ତି। ଏଥର ବୈଠକ ନକ୍ସଲ ବାଦ, ସାଇବର କ୍ରାଇମ ଏବଂ ଦେଶରେ ବଢ଼ୁଥିବା ସାମ୍ପ୍ରଦାୟିକତାବାଦ ଉପରେ ଗୁରୁତ୍ୱ ରଖିବ ବୋଲି ଅନୁମାନ କରାଯାଉଛି।

Add Zee News as a Preferred Source
About the Author