Dhanu Jatra 2024: ଗଙ୍ଗାଧର ମଣ୍ଡପ ମଥୁରାରେ ସମ୍ବଲପୁରୀ ଧନୁଯାତ୍ରା ଉଦଘାଟିତ
Advertisement

Dhanu Jatra 2024: ଗଙ୍ଗାଧର ମଣ୍ଡପ ମଥୁରାରେ ସମ୍ବଲପୁରୀ ଧନୁଯାତ୍ରା ଉଦଘାଟିତ

Dhanu Jatra 2024: ଚଳିତ ବର୍ଷ ପ୍ରଥମ ଥର ଲାଗି ସମ୍ବଲପୁରୀ ଧନୁ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଯାତ୍ରା ବୁଧବାର ଆରମ୍ଭ ହୋଇ ଆସନ୍ତା ୧୦ରେ କଂସ ବଧ ପର୍ବ ରେ ଉଦଯାପିତ ହେବ। ଏଥିପାଇଁ ସମ୍ବଲପୁର ମ୍ୟୁନ୍ସିପାଲିଟି ଛକରେ ଥିବା ଗଙ୍ଗାଧର ମଣ୍ଡପ କଂସ ଦରବାର (ମଥୁରାନଗରୀ) ଓ ଚାଉଁରପୁର ଗ୍ରାମକୁ ଗୋପପୁର ଭାବେ ନିଆଯାଇଛି।

ବୁଧବାର ଆନୁଷ୍ଠାନିକ ଭାବେ ସମ୍ବଲପୁରୀ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି । ସକାଳ ୧୦ଟାରେ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ସୁସଜ୍ଜିତ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସମଲେଶ୍ବରୀ ମନ୍ଦିରରୁ ବାହାରି ଗଙ୍ଗାଧର ମଣ୍ଡପରେ ପହଞ୍ଚିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଝାରୀ ପ୍ରଦୀପ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଥିଲେ, ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଐତିହ୍ୟ ସଂପୂର୍ଣ୍ଣ ପୌରାଣିକ ଧନୁଯାତ୍ରା ଉତ୍ସବ ଏକ ମହାନ ପରମ୍ପରାର ସ୍ମାରକୀ ହୋଇ ରହିବ। ଅନ୍ୟପଟେ କମିଟି ସଭାପତି ସଞ୍ଜୟ ବାବୁ ଧନୁଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ କହିବା ସହ ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଆରମ୍ଭ ହୋଇଥିବା ଧନୁଯାତ୍ରା ସମ୍ବଲପୁର ସହରରେ ଏକ ନୂଆ ଇତିହାସ ରଚିଥିବା କହିଥିଲେ ।

Also Read- Train Service: ଏହି ଦିନ ଗଡ଼ିବ ପାରାଦ୍ବୀପ- କେନ୍ଦଝରଗଡ଼ ଯାତ୍ରାବାହୀ ଟ୍ରେନ୍, ଦେଖି ନିଅନ୍ତୁ ରୁଟ୍

Also Read- Weather Upadate: ଟାଣ ଖରାରେ କଲବଲ ରାଜ୍ୟବାସୀ, ଏହି ଦିନଠାରୁ ବଦଳିବ ପାଗ

ସଂପାଦକ ଗୁଣରଞ୍ଜନ ସାଲିମା ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଅତିଥି ଓ କଳାକାର ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହାପରେ ଉଗ୍ରସେନଙ୍କ ଗାଦିଚ୍ୟୁତ ଓ ମହାରାଜ କଂସଙ୍କ ରାଜ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରଙ୍ଗସଭାରେ ସମ୍ବଲପୁରୀ ନୃତ୍ୟ ଗୀତର ଆସର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।