ବଲାଙ୍ଗିର ବଡ଼ମାଳରେ ଅଘଟଣ, ଗୋଳାବାରୁଦ କାରଖାନାରେ ବିସ୍ଫୋରଣ
Advertisement
Article Detail0/zeeodisha/odisha2128156

ବଲାଙ୍ଗିର ବଡ଼ମାଳରେ ଅଘଟଣ, ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ବଡ଼ମାଳ ସ୍ଥିତ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ତେବେ ଏଥିରେ କେତେ କ୍ଷୟକ୍ଷତି କିମ୍ୱା କେହି ଆହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ । ବିସ୍ଫୋରଣ ପରେ କାରଖାନା ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘଟଣାସ୍ଥଳରେ ଦମକଳ ଗାଡି ସହିତ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚିଛି ।

ବଲାଙ୍ଗିର ବଡ଼ମାଳରେ ଅଘଟଣ, ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ବଲାଙ୍ଗିର: ବଡ଼ମାଳ ସ୍ଥିତ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ତେବେ ଏଥିରେ କେତେ କ୍ଷୟକ୍ଷତି କିମ୍ୱା କେହି ଆହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ । ବିସ୍ଫୋରଣ ପରେ କାରଖାନା ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘଟଣାସ୍ଥଳରେ ଦମକଳ ଗାଡି ସହିତ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚିଛି ।

ସୂଚନା ମୁତାବକ, ସନ୍ଧ୍ୟା ସମୟରେ କାରଖାନାର ୧୨ ନମ୍ୱର ମେଗାଜିନ୍‌ ଷ୍ଟୋର ରୁମ୍‌ରେ ବିସ୍ଫୋରଣ ହୋଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିସ୍ଫୋରଣରେ ଏକାଧିକ ଥର ଭୟଙ୍କର ଶବ୍ଦ ହେବା ସହ ଖୁବ୍ ଉପରକୁ ନିଆଁର ଧାସ ଦେଖାଯାଇଥିଲା । କିପରି ଏହି ବିସ୍ଫୋରଣ ଘଟିଲା ସେନେଇ କୌଣସି ପ୍ରତିକ୍ରିୟା ଆସିନାହିଁ । ଘଟଣା ସମ୍ପର୍କରେ ପୋଲିସ ନିକଟରେ ମଧ୍ୟ ଖବର ପହଞ୍ଚିଛି ।

Also Read- ସୁବର୍ଣ୍ଣପୁରର ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Also Read- Ration Card: ଏହି ଜିଲ୍ଲାରେ ଯାଞ୍ଚ ହେଲା ରାସନ କାର୍ଡ, ୨୦ ହଜାର ଅଯୋଗ୍ୟ, କଟିବ ନାମ