Diwali 2023: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କଲା ଅଗ୍ନିଶମ ବାହିନୀ, ଦେଖନ୍ତୁ ତାଲିକା
Advertisement
Article Detail0/zeeodisha/odisha1953045

Diwali 2023: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କଲା ଅଗ୍ନିଶମ ବାହିନୀ, ଦେଖନ୍ତୁ ତାଲିକା

Diwali 2023: ଦିନକ ପରେ ଆସୁଛି ଆଲୋକର ପର୍ବ ଦୀପାବଳୀ (Diwali 2023) । ଏ-ନେଇ ଉତ୍ସବ ମୁଖର ହୋଇପଡି଼ଛି ଗାଁରୁ ସହର।  ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ଅଗ୍ନିଶମ ବାହିନୀ ।

Diwali 2023: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କଲା ଅଗ୍ନିଶମ ବାହିନୀ,  ଦେଖନ୍ତୁ ତାଲିକା

Diwali 2023: ଦିନକ ପରେ ଆସୁଛି ଆଲୋକର ପର୍ବ ଦୀପାବଳୀ (Diwali 2023) । ଏ-ନେଇ ଉତ୍ସବ ମୁଖର ହୋଇପଡି଼ଛି ଗାଁରୁ ସହର। ଖାସ୍ କରି ଦୀପାବଳି ଦିନ ଲୋକେ ରଙ୍ଗୀନ ଆଲୋକ ମାଳାରେ ନିଜ ଘରକୁ ସଜାଇ ଥାଆନ୍ତି । ଏବଂ ବାଣ ଫୁଟାଇ ଏହି ପର୍ବଟିକୁ ଧୁମଧାମରେ ପାଳନ କରିଥାଆନ୍ତି। ଏଥିପାଇଁ ଟ୍ବିନ୍ ସିଟି ରେ ଖୋଲିଛି ବିଭିନ୍ନ ବାଣ ଦୋକାନ ବା ଆତସବାଜୀ ଦୋକାନ। ହେଲେ, ଦୀପାବଳିରେ (Diwali 2023) ଆପଣ କେଉଁ ବାଣ ଫୁଟାଇବେ ଆଉ କେଉଁ ବାଣ ଫୁଟାଇ ପାରିବେନି । ସେନେଇ ଅଗ୍ନିଶମ ବାହିନୀ (Fire brigade ) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ଅଗ୍ନିଶମ ବାହିନୀ । ଏହାସହ ଦୀପାବଳିରେ ଆପଣ କିପରି ସତର୍କ ରହିବେ ସେନେଇ ଅଗ୍ନିଶମ ବାହିନୀ ବି ସୂଚନା ଦେଇଛି। 

ଏହି ସବୁ ବାଣ ଉପରେ ଲାଗିଛି କଟକଣା :
ଦୀପାବଳୀରେ ବିଶେଷ କରି ରକେଟ, ଟିକିଲି ବାଣ, କୀଟ କାଟ, ଦିଆସିଲି ବାଣ, ରସୁଣ ବାଣ , ଝୁରିଝୁରି, ଚକ୍ରି, କୁମ୍ପି ଆଦି କମ୍ପାନୀର ବାଣ
ତିଆରି ଗ୍ରୀନ କ୍ରାକରକୁ ବିକ୍ରି ପାଇଁ ଅନୁମତି ମିଳିଛି । ବିଶେଷକରି, ତାଳ ଫୋଟକା, ସୁତୁଲି ବମ୍, ଟାଇଗର ବମ୍ ଓ ଅଧିକ ଶଦ୍ଧ କରୁଥିବା ବାଣ ଉପରେ କଟକଣା ଲଗାଯାଇଛି। ସେହିପରି ପରିବେଶ ପ୍ରଦୂଷିତ କରୁଥିବା ବାଣ ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ କଡା କଟକଣା ଜାରି କରାଯାଇଛି।

ଦୀପାବଳୀରେ ଆପଣ ଏଭଳି ରୁହନ୍ତୁ ସତର୍କ :

-ବାଣ ଫୁଟାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ପିଲାମାନେ ବାଣ ଫୁଟାଇବା ସମୟରେ ଅଭିଭାବକ ମାନେ ଉପସ୍ଥିତ ରହିବା ଉଚିତ୍

-ସିଧାସଳଖ ହାତରେ ବାଣରେ ଅଗ୍ନି ସଂଯୋଗ କରନ୍ତୁନି ।

- ବାଣ ଠାରୁ ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ । 

-ବାଣ ଫୁଟାଇବା ସମୟରେ ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ । 

-ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । 

-ଜନ ଗହଳି ସ୍ଥାନରେ ବା ଘର ଭିତରେ ବାଣ ଫୁଟାନ୍ତୁ ନାହିଁ।

ସେହିପରି ବାଣ ଦୋକାନୀଙ୍କ ପାଇଁ କିଛି ନିୟମ ମଧ୍ୟ ଲାଗୁ ହୋଇଛି। ବାଣ ଦୋକାନୀମାନେ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବେ ନାହିଁ । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି ।