Advertisement
Article Detail0/zeeodisha/odisha2421900

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସମସ୍ତ ଅଧିକାରୀ ସଜାଗ ରହିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

Flood situation: ଵଣ୍ଡା ଘାଟିରେ ମାଟି ଅତଡ଼ା ଖସି ଲୋକଙ୍କ ଘରଦ୍ବାର ଭାଙ୍ଗିଯାଇଛି। ଭୟଙ୍କର ବିତ୍ପାତ କରିଛି ବର୍ଷା। ମାଲକାନଗିରି ଜିଲ୍ଲା ପାଇଁ ଦୁଇ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। 

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସମସ୍ତ ଅଧିକାରୀ ସଜାଗ ରହିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି, ଗମନାଗମନ ପ୍ରଭାବିତ ହୋଇଛି। ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ତେବେ ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଦେଓରଞ୍ଜନ କୁମାର ସିଂ। ଆଜି ଏନେଇ ଏକ ସମୀକ୍ଷା ବୈଠକରେ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁ ଫୋକସ୍‌ରେ ମାଲକାନଗିରି ଜିଲା ରହିଛି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିଛନ୍ତି। ଆସନ୍ତାକାଲି ବର୍ଷା ସମ୍ଭାବନା ଥିବାରୁ ସଜାଗ ରହିଛୁ ବୋଲି ଏସ୍‌ଆର୍‌ସି କହିଛନ୍ତି। 

ଅନ୍ୟପଟେ ସମ୍ଭାବ୍ୟ ବନ୍ୟା ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି । ସମସ୍ତ କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ। ସ୍ଥିତି ଉପରେ ନଜର ରଖିବାକୁ ଇଂଜିନିୟର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜା ଆଜି ଲଗାଣ ବର୍ଷା ଜନିତ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥାନୀୟ ପ୍ରଶାସନକୁ ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦ୍ଦେଶ ରହିଛି। 

ସେହିପରି ପୋଟେରୁ ନଦୀର ବନ୍ୟା ପାଣି ଗାଁରେ ପଶିଛି। ଲୋକଙ୍କ ଘର ଦ୍ବାର, ଦୋକାନ ବଜାର ପାଣିରେ ବୁଡ଼ି ରହିଛି। ଫଳରେ ଲୋକମାନେ ଥାନା ଛାତ ଉପରେ ଆଶ୍ରୟ ନେଇଛନ୍ତି। ଵଣ୍ଡା ଘାଟିରେ ମାଟି ଅତଡ଼ା ଖସି ଲୋକଙ୍କ ଘରଦ୍ବାର ଭାଙ୍ଗିଯାଇଛି। ଭୟଙ୍କର ବିତ୍ପାତ କରିଛି ବର୍ଷା। ମାଲକାନଗିରି ଜିଲ୍ଲା ପାଇଁ ଦୁଇ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। 

Add Zee News as a Preferred Source

ବନ୍ୟାର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍‌‌ ଟିମ୍‌‌କୁ ଜାଗ୍ରତ ରଖାଯାଇଛି । ତୁରନ୍ତ ଜଳ ନିଷ୍କାସନ କରିବାକୁ ନିର୍ଦେଶ ରହିଛି। ଏହାସହିତ ଭୁବନେଶ୍ୱରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ୩୦ଟି ପମ୍ପ ଲଗାଇବାକୁ କୁହାଯାଇଛି। ଅନ୍ୟପଟେ କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ଲଗାଇବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦେଶ ଦେଇଛନ୍ତି। 

About the Author