ରାଉରକେଲାରେ ବନ ବିଭାଗର ରେଡ୍, ୮୨ ଶୁଆ ଜବତ, ୨ଗିରଫ
Advertisement
Article Detail0/zeeodisha/odisha2075055

ରାଉରକେଲାରେ ବନ ବିଭାଗର ରେଡ୍, ୮୨ ଶୁଆ ଜବତ, ୨ଗିରଫ

ରାଉରକେଲା ଏବଂ ଝାରଖଣ୍ଡ ସୀମା ଅଞ୍ଚଳରୁ ଉକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଶୁଆ ଗୁଡିକୁ ଜବତ କରିଛି ବନ ବିଭାଗ ।

ରାଉରକେଲାରେ ବନ ବିଭାଗର ରେଡ୍, ୮୨ ଶୁଆ ଜବତ, ୨ଗିରଫ

ରାଉରକେଲା: ବନ ବିଭାଗ ଟିମ୍ ପକ୍ଷରୁ ଚଢାଉ କରାଯାଇ ୮୨ଟି ଶୁଆ ଜବତ କରାଯିବା ସହିତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଉରକେଲା ଏବଂ ଝାରଖଣ୍ଡ ସୀମା ଅଞ୍ଚଳରୁ ଉକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଶୁଆ ଗୁଡିକୁ ଜବତ କରିଛି ବନ ବିଭାଗ ।

ସୂଚନା ମୁତାବକ, କୌଣସି ସୁତ୍ରରୁ ଖବର ପାଇବା ପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଚଢାଉ କରିଥିଲା । ସରଣ୍ଡା ଜଙ୍ଗଲରୁ ଶୁଆ ଧରିବା ପାଇଁ ବିଭିନ୍ନ କୌଶଳ ଆପଣାଉଥିଲେ ଅଭିଯୁକ୍ତମାନେ । ଶୁଆ ଧରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଉଥିଲେ । ବେଆଇନ ଭାବରେ ବସ୍ ସାହାଯ୍ୟରେ ଦୂରସ୍ଥାନକୁ ଶୁଆ ପଠାଉଥିଲେ ଅଭିଯୁକ୍ତ । ଉକ୍ତ ଶୁଆକୁ ୩ରୁ ୫ ହଜାର ଟଙ୍କା ଦରରେ ବିକ୍ରି କରାଯାଉଥିଲା ବୋଲି ଜଣାପଡିଛି । ଏକ ସାମ୍ୱାଦିକ ସମ୍ମିଳନୀରେ ରାଉରକେଲା ପାନପୋଷ ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।

Also Read- ୩୦ ବର୍ଷ ପରେ ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ ଦେବୀ, କହିଲେ 'ସୀତା... ରାମ...'

Also Read- Ayodhya Ram Mandir: ଅଯୋଧ୍ୟାରେ ରାମ ଭକ୍ତଙ୍କୁ ଲାଠିଚାର୍ଜ କଲା ପୋଲିସ