Ayodhya Ram Mandir: ଅଯୋଧ୍ୟାରେ ରାମ ଭକ୍ତଙ୍କୁ ଲାଠିଚାର୍ଜ କଲା ପୋଲିସ
Advertisement
Article Detail0/zeeodisha/odisha2074775

Ayodhya Ram Mandir: ଅଯୋଧ୍ୟାରେ ରାମ ଭକ୍ତଙ୍କୁ ଲାଠିଚାର୍ଜ କଲା ପୋଲିସ

Ayodhya Ram Mandir:  ପ୍ରଭୁ ଶ୍ରୀ ରାମଙ୍କୁ ଦର୍ଶନ କରିବାକୁ ଆଗ୍ରହୀ ଭକ୍ତମାନେ ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଭୋର ୩ ଟାରୁ ମନ୍ଦିର ନିକଟରେ ପହଞ୍ଚିବା ଆରମ୍ଭ କରିଥିଲେ। ଶ୍ରୀ ରାମ ମନ୍ଦିରର ସୁରକ୍ଷା କବଚ ଭାଙ୍ଗି ଭିତରକୁ ପ୍ରବେଶ କରିବା ସମୟରେ ପୋଲିସ ଶ୍ରଦ୍ଧାଳୁଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ।

Ayodhya Ram Mandir: ଅଯୋଧ୍ୟାରେ ରାମ ଭକ୍ତଙ୍କୁ ଲାଠିଚାର୍ଜ କଲା ପୋଲିସ

Ayodhya Ram Mandir: ସୋମବାର ଦିନ ଅଯୋଧ୍ୟାରେ ଶେଷ ହୋଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ନିମନ୍ତ୍ରିତ ଭିଭିଆଇପିମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ । ତେବେ ଆଜିଠାରୁ ସାଧରଣ ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଥିବା ସମୟରେ ଏକା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଅଯୋଧ୍ୟା ରାମ ମନ୍ଦିର ପରିସରରେ ପହଞ୍ଚିଥିଲେ । ଫଳରେ ମନ୍ଦିର ନିକଟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଭୁ ଶ୍ରୀ ରାମଙ୍କୁ ଦର୍ଶନ କରିବାକୁ ଆଗ୍ରହୀ ଭକ୍ତମାନେ ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଭୋର ୩ ଟାରୁ ମନ୍ଦିର ନିକଟରେ ପହଞ୍ଚିବା ଆରମ୍ଭ କରିଥିଲେ। ଶ୍ରୀ ରାମ ମନ୍ଦିରର ସୁରକ୍ଷା କବଚ ଭାଙ୍ଗି ଭିତରକୁ ପ୍ରବେଶ କରିବା ସମୟରେ ପୋଲିସ ଶ୍ରଦ୍ଧାଳୁଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ।

ପରେ ପରିସ୍ଥିତି ଏପରି ହୋଇଥିଲା ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ଲାଠି ଚାର୍ଜ କରିବାକୁ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ସମୟରେ ଅଯୋଧ୍ୟାକୁ ଆସିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ବାରବାଙ୍କି ପୋଲିସ ଏହା ପରାମର୍ଶ ଦେଇଛି ଯେ, ଲକ୍ଷ୍ନୌର ବାରବାଙ୍କିରୁ ଅଯୋଧ୍ୟା ଯିବା ରାସ୍ତାରେ ଭକ୍ତଙ୍କୁ ଅଟକାଇଛି ପୋଲିସ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ଏହା ପରାମର୍ଶ ଦିଆଯାଇଛି ଯେ, ରାସ୍ତାରେ କୌଣସି ଭକ୍ତଙ୍କୁ ଅଟକାଇ ପ୍ରତିକ୍ରିୟା ନନେବା ପାଇଁ ।

Post- 

ରାମ ମନ୍ଦିର ନିକଟରେ ହୋଇଥିବା ଭିଡରେ ଆହତ ଶ୍ରଦ୍ଧାଳୁଙ୍କୁ ଡାକ୍ତରଖାନା ନିଆଯିବାର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ରାମ ମନ୍ଦିରରେ କୌଣସି ଅଘଟଣ କିମ୍ୱା ଭକ୍ତ ଆହତ ନେଇ କୌଣସି ସୂଚନା ପ୍ରଶାସନ ପକ୍ଷରୁ ମିଳିନାହିଁ । ଏହାପୂର୍ବରୁ ଭକ୍ତଙ୍କ ଭିଡ ଦେଖି ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଖୁବ ଖୁସି ପ୍ରକାଶ କରିଥିଲେ । ସେ ମନ୍ତବ୍ୟ ଦେଇ କହିଥିଲେ ଯେ, ବର୍ତ୍ତମାନ ଏହା ଦେଖି ଲାଗୁଛି ସତେ ଯେପରି ତ୍ରେତୟା ଯୁଗ ଫେରି ଆସିଛି ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- ପ୍ରଭୁ ଶ୍ରୀରାମଙ୍କୁ ୧୧କୋଟିର ହୀରା ମୁକୁଟ ଦାନ କଲେ ଏହି ବ୍ୟବସାୟୀ