Odisha Politics: ବିଜେପିରେ ଯୋଗ ଦେଲେ ପୂର୍ଣ୍ଣଚନ୍ଦ୍ର ସେଠୀ
Advertisement

Odisha Politics: ବିଜେପିରେ ଯୋଗ ଦେଲେ ପୂର୍ଣ୍ଣଚନ୍ଦ୍ର ସେଠୀ

Odisha Politics: ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସନ୍ଧ୍ୟାର ସମୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ପୂର୍ଣ୍ଣଚନ୍ଦ୍ରଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

Odisha Politics: ବିଜେପିରେ ଯୋଗ ଦେଲେ ପୂର୍ଣ୍ଣଚନ୍ଦ୍ର ସେଠୀ

Odisha Politics: ଆଜି ସକାଳ ସମୟରେ ବିଜେଡିରୁ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିବା ଖଲ୍ଲିକୋଟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସନ୍ଧ୍ୟାର ସମୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ପୂର୍ଣ୍ଣଚନ୍ଦ୍ରଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।  ବିଜେପିରେ ସାମିଲ ହେବା ପରେ ଗଞ୍ଜାମରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ତାଙ୍କର ଆଶା ରହିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ବିଜେଡି ଟିକେଟରେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ୨ ଥର ବଡ଼ ଭୋଟ୍ ବ୍ୟବଧାନରେ ଖଲ୍ଲିକୋଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ । କିନ୍ତୁ ୨୦୧୯ ମସିହା ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା ଯାହାଫଳରେ ସେ ନିରାଶ ହୋଇଥିଲେ । ଦଳ ପକ୍ଷରୁ ତାଙ୍କୁ ୨୦୨୪ ନିର୍ବାଚନରେ ଟିକେଟ୍ ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ଦୀର୍ଘ ମାସ ଧରି ତାଙ୍କୁ ଦଳ ଅଣଦେଖା କରିଥିଲା । ବିଜେପି ତାଙ୍କୁ ଦଳରେ ସୁଯୋଗ ଦେଇଥିବା କାରଣରୁ ସେ ଭାରତୀୟ ଜନତା ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Also Read- ତାଣ୍ଡବ ରଚିଲା କାଳ ବୈଶାଖୀ: ଭଞ୍ଜନଗରରେ ୫୦ ଛେଳି ଏବଂ ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Also Read- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ