Odia Language: ଓଡ଼ିଆରେ ପଢ଼ାଯିବ ଡାକ୍ତରୀ ପାଠ, ଅନୁବାଦ ପାଇଁ ପ୍ରସ୍ତୁତି ଆରମ୍ଭ
Advertisement
Article Detail0/zeeodisha/odisha2321779

Odia Language: ଓଡ଼ିଆରେ ପଢ଼ାଯିବ ଡାକ୍ତରୀ ପାଠ, ଅନୁବାଦ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ଏଣିକି ଡାକ୍ତରୀ ପାଠ ପଢ଼ିଯିବ। ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ଲେଖାଥିବା ପାଠ୍ୟ ପୁସ୍ତକକୁ ଅଭିଜ୍ଞ ଓଡ଼ିଆ ଅନୁବାଦକଙ୍କ ଦ୍ୱାରା ଅନୁବାଦ କରାଯିବ। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର କାର୍ଯ୍ୟକାରୀତା ବାବଦରେ ସମୀକ୍ଷା କରିବାକୁ ଏକ  ବିଶେ

Odia Language: ଓଡ଼ିଆରେ ପଢ଼ାଯିବ ଡାକ୍ତରୀ ପାଠ, ଅନୁବାଦ ପାଇଁ ପ୍ରସ୍ତୁତି ଆରମ୍ଭ

Odia Language: ଭୁବନେଶ୍ୱର: ଓଡ଼ିଆ ଭାଷାରେ ଏଣିକି ଡାକ୍ତରୀ ପାଠ ପଢ଼ିଯିବ। ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ଲେଖାଥିବା ପାଠ୍ୟ ପୁସ୍ତକକୁ ଅଭିଜ୍ଞ ଓଡ଼ିଆ ଅନୁବାଦକଙ୍କ ଦ୍ୱାରା ଅନୁବାଦ କରାଯିବ। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର କାର୍ଯ୍ୟକାରୀତା ବାବଦରେ ସମୀକ୍ଷା କରିବାକୁ ଏକ  ବିଶେଷଜ୍ଞ କମିଟି ଗଠନ କରାଯାଇଛି। ୨୨ଜଣଆ ଏହି କମିଟିରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ସାହୁଙ୍କୁ ଅଧ୍ୟକ୍ଷ କରାଯାଇଛି। 

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଏକ ସ୍ୱଥନ୍ତ୍ର ୨୨ ଜଣିଆ କମିଟି ଗଠନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିର ନିଷ୍ପତ୍ତି ଅନୁସାରେ ଡାକ୍ତରୀ ପାଠକୁ ଅନୁବାଦ କରାଯିବ। ଅନୁବାଦ ପାଇଁ କେତେ ଅର୍ଥ ଆବଶ୍ୟକ, କେବେ ସୁଦ୍ଧା ଅନୁବାଦ ଶେଷ ହେବ ଏବଂ କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେ ନେଇ ସମ୍ପୃକ୍ତ କମିଟି ସରକାରଙ୍କୁ ରିପୋର୍ଟ ଦେବେ। 

ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଉପଦେଷ୍ଟାଙ୍କ ସମେତ ଏହି କମିଟିରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମଧ୍ୟ ସଦସ୍ୟ ଅଛନ୍ତି। ଅନ୍ୟ ୨୦ ଜଣ ସଦସ୍ୟ ରାଜ୍ୟର ବିଭିନ୍ନ କ୍ଷେତ୍ରୟର ପ୍ରତିଷ୍ଠିତ ଡାକ୍ତରୀ ପ୍ରଫେସନାଲ୍‍ ରହିଛନ୍ତି।  

ନୂଆ ଶିକ୍ଷା ନୀତି ଅନୁସାରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରାଯାଇ ଭାଷା ଭିତ୍ତିରେ ବୈଷୟିକ ଶିକ୍ଷା ପାଇଁ ରାସ୍ତା ଖୋଲିଛି। ଏବେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେଉଥିବା ନିଟ୍‍ ପ୍ରବେଶିକା ପରୀକ୍ଷା ମଧ୍ୟ ବିଭିନ୍ନ ପ୍ରଦେଶିକ ଭାଷାରେ ଅନୁଷ୍ଠିତ ହେଉଛି।