Puri News: ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ, ଜାଣନ୍ତୁ ଏହାର ମାହାତ୍ମ୍ୟ
Advertisement
Article Detail0/zeeodisha/odisha2015696

Puri News: ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ, ଜାଣନ୍ତୁ ଏହାର ମାହାତ୍ମ୍ୟ

Puri News: ଶ୍ରୀମନ୍ଦିରରେ (Srimandir) ପବିତ୍ର ଓଡ଼ଣଷଷ୍ଠୀ। ଘୋଡ଼ ଲାଗି ( godhalagi ritual ହେଲେ ମହାପ୍ରଭୁ। ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ଓଡ଼ଣଷଷ୍ଠୀ। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ଼ଲାଗି (Ghodalagi ritual in Srimandir ) କରାଯାଇଥିଲା। 

Puri News: ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ, ଜାଣନ୍ତୁ ଏହାର ମାହାତ୍ମ୍ୟ

Puri News: ଶ୍ରୀମନ୍ଦିରରେ (Srimandir) ପବିତ୍ର ଓଡ଼ଣଷଷ୍ଠୀ। ଘୋଡ଼ ଲାଗି ( godhalagi ritual ହେଲେ ମହାପ୍ରଭୁ। ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ଓଡ଼ଣଷଷ୍ଠୀ। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ଼ଲାଗି (Ghodalagi ritual in Srimandir ) କରାଯାଇଥିଲା। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଏହି ପରିପ୍ରେକ୍ଷୀରେ  ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ,ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଥିଲା। 

ALSO READ: Weather Update: କମିବ ଶୀତ, ଆସୁଛି ବର୍ଷା!

ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା। ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢିବା ପରେ ମହାସ୍ନାନ ବଢ଼ିଥିଲା। ଏହାପରେ ଠାକୁରମାନଙ୍କୁ ଝିନ ପତନୀ ଲାଗି କରାଯାଇଥିଲା। ସର୍ବାଙ୍ଗ ଲାଗି ବଢିବା ପରେ ପଇଡ଼, ବିଢ଼ିଆ, ଘଷାମ ତୋହି ବଢି ଆଳତି କରାଯାଇଥିଲା। 

ଆଜି ମହାପ୍ରଭୁଙ୍କ ସକଳ ଧୂପ ବଢିବା ପରେ ମଇଲମ କରାଯାଇଥିଲା। ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସୀତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିତ କରାଇ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଥିଲା। ଆଜି ସୋମବାର ହେତୁ ଷଷ୍ଠୀ ଅବସରରେ କଳାଛିଟା ମିଶା ଶୁକ୍ଳରଙ୍ଗର ଘୋଡ଼ ଲାଗି ହୋଇଥିଲା। ମଖଲମ ଓ ସୂତା କପଡ଼ାର ଦରଜୀ ସେବକଙ୍କ ଦ୍ଵାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥିଲା। 

ବହୁ ଶ୍ରଦ୍ଧାଳୁ ସୋମବାର ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ ଦର୍ଶନ କରିଥିଲ। ପରମ୍ପରା ଅନୁଯାୟୀ, ଶ୍ରୀପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି। ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ ଏବଂ ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀର ଲୀଳାକ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି (wear warm clothes)। ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ। 

ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଲାଭ ହୋଇଥାଏ ବୋଲି ମତ ଦିଅନ୍ତି ଗବେଷକ। ସେପଟେ ପଞ୍ଚମୀରେ ମହାପ୍ରଭୁ ଶୀତ ସହିତ ଯୁଦ୍ଧ କରି ପରିସ୍ତ ହେବା ପରେ ଘୋଡଲାଗି ପାଇଁ ପ୍ରସ୍ତୁତ ହୋଇଥିଲେ। ଆଉ ଏହି ଆଧାରରେ ଶୀତରୁ ରକ୍ଷା ପାଇବା ପାଇ ଆଜି ଷଷ୍ଠୀରେ ଘୋଡଲାଗି ବେଶ ହୋଇଛନ୍ତି। ସେପଟେ ପ୍ରଚଣ୍ଡ ଶୀତ ଯୋଗୁଁ ମହାଲକ୍ଷ୍ମୀ ଧନୁସଂକ୍ରାନ୍ତିରେ ବାପଘରକୁ ଚାଲିଯାଇଛନ୍ତି। ଏବେ ମାଆ ଯଶୋମତିଙ୍କ ହାତ ରନ୍ଧା ପାଉଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିରରେ ଚାଲିଛି ପହିଲି ଭୋଗ। କାଉ ରାବିବା ପୂର୍ବରୁ ମାଆ ଯଶୋମତି ଗରମ ଗରମ ଖାଦ୍ଯ ପରଷି ଦେଉଛନ୍ତି। ସେପଟେ ପହିଲି ଭୋଗ ପାଇଁ ୪ଟା ୨୪ରୁ ଦ୍ୱାର ଫିଟା ନିତି ସମ୍ପର୍ଣ୍ଣ ହେବା ପରେ ମଙ୍ଗଳାଳତୀ, ମଇଲମ, ଅବକାଶ ଆଦି ଦୈନନ୍ଦିନ ନିତିକାନ୍ତି ଆଗକୁ ବଢିଛି। ଭକ୍ତମାନେ ସୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରୁଛନ୍ତି।