ଭୁବନେଶ୍ୱର: ବିଧି ଅନୁସାରେ ଆଜି ରାଜ୍ୟପାଳ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ସଂସଦୀୟ ବ୍ୟପାର ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁସାରେ ଯେଉଁଦିନ ନବ ନିର୍ବାଚିତ ବିଧାନସଭା ଗଠନ ହେବ ସେଦିନ ପୁରୁଣା ବିଧାନସଭାର ସ୍ୱୟଂ ଭଙ୍ଗ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ନିଷ୍ପତ୍ତି ନେବା ପରେ ରାଜ୍ୟପାଳ ତାହାକୁ ଅନୁମୋଦନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆସନ୍ତା କାଲି ନୂତନ ବିଧାନସଭା ଗଠନ ଲାଗି ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ପ୍ରାୟ ୮୫ ଦିନ ଧରି ଏଥିନେଇ ଆବଶ୍ୟକ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ୪ଟି ପର୍ଯ୍ୟାୟରେ ଓଡ଼ିଶାର ୧୪୭ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ୨୮ଟି ବିଧାନସଭା ମଣ୍ଡଳୀ ପାଇଁ ଅନୁଷ୍ଠିତ ହୋଇଥିଲା। ଏହାପରେ ମେ’ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, ମେ’ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ଏବଂ ଗତ ୧ ତାରିଖରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା। 


ଆଜି ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଶେଷ କ୍ୟାବିନେଟ୍‍ ବୈଠକ ଡକାଇଥିଲେ। ଏହି ବୈଠକରେ ବିଧାନସଭା ଭଙ୍ଗ କରିବାକୁ ସରକାର ରାଜ୍ୟପାଳଙ୍କୁ ସୁପାରିସ କରିଥିଲେ। ନୂତନ ଭାବେ ନିର୍ବାଚିତ ସଦସ୍ୟମାନେ ସପ୍ତଦଶ ବିଧାନସଭାର ସଦସ୍ୟ ଭାବେ ଶପଥ ନେବେ। ଏହାପରେ ସରକାର ଗଠନ ହେବ। ସରକାର ଗଠନ ଶେଷ ହେବା ପରେ ରାଜ୍ୟରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ବର୍ଷର ଅବଶିଷ୍ଟ ସମୟ ପାଇଁ ପ୍ରଥମେ ବ୍ୟୟ ମଞ୍ଜୁରୀ ବିଲ୍‍ ଆଣିବେ ସରକାର। ଏହା ସହ ଯେଉଁ ଦଳ ସରକାର ଗଠନ କରିବେ ତାଙ୍କର ସର୍ବନିମ୍ନ ପ୍ରତିଶୃତିକୁ ମଧ୍ୟ ପାଳନ ପାଇଁ ବିଧେୟକ ଆଣିପାରନ୍ତି।


Also Read- କେମିତି ଦେଖିବେ ଗଣତି ଫଳାଫଳ, ଜାଣନ୍ତୁ ନିର୍ବାଚନ କମିଶନଙ୍କ ରିଅଲ ଟାଇମ୍‍ ବ୍ୟବସ୍ଥା


Also Read- ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ୮ ବିଧାନସଭାରେ ୩୦ରୁ ଅଧିକ ରାଉଣ୍ଡ