କେମିତି ଦେଖିବେ ଗଣତି ଫଳାଫଳ, ଜାଣନ୍ତୁ ନିର୍ବାଚନ କମିଶନଙ୍କ ରିଅଲ ଟାଇମ୍‍ ବ୍ୟବସ୍ଥା
Advertisement
Article Detail0/zeeodisha/odisha2276724

କେମିତି ଦେଖିବେ ଗଣତି ଫଳାଫଳ, ଜାଣନ୍ତୁ ନିର୍ବାଚନ କମିଶନଙ୍କ ରିଅଲ ଟାଇମ୍‍ ବ୍ୟବସ୍ଥା

୬୪ କୋଟି ୨୦ ଲକ୍ଷ ଭୋଟର ଏହିଦିନ ସେମାନେ ଭୋଟ୍‍ର ପରିଣାମ ଜାଣିବାକୁ ପାଇବେ। ତାଙ୍କ ମନ ପସନ୍ଦର ପ୍ରାର୍ଥୀ ଜିତିଲେ ନା ନାହିଁ ତାହାର ବିବରଣୀ ମିଳିବ। ହେଲେ ଏହା ଜାଣିବେ କେମିତି?

କେମିତି ଦେଖିବେ ଗଣତି ଫଳାଫଳ, ଜାଣନ୍ତୁ ନିର୍ବାଚନ କମିଶନଙ୍କ ରିଅଲ ଟାଇମ୍‍ ବ୍ୟବସ୍ଥା

ଭୁବନେଶ୍ୱର: ଗଲା ପ୍ରାୟ ତିନିମାସ ହେଲା ଚାଲିଥିବା ଭାରତୀୟ ଗଣତନ୍ତ୍ରର ମହାପର୍ବରେ ଆସନ୍ତା କାଲି ହେଉଛି ଅନ୍ତିମ ଦିନ। ୬୪ କୋଟି ୨୦ ଲକ୍ଷ ଭୋଟର ଏହିଦିନ ସେମାନେ ଭୋଟ୍‍ର ପରିଣାମ ଜାଣିବାକୁ ପାଇବେ। ତାଙ୍କ ମନ ପସନ୍ଦର ପ୍ରାର୍ଥୀ ଜିତିଲେ ନା ନାହିଁ ତାହାର ବିବରଣୀ ମିଳିବ। ହେଲେ ଏହା ଜାଣିବେ କେମିତି?

1. ବିଭିନ୍ନ ଟିଭି ଚ୍ୟାନେଲ୍‍, ସୋଶାଲ୍‍ ମିଡିଆରେ ଗଣତି ଫଳ ଘୁରି ବୁଲିବ। ଡିଜିଟାଲ୍‍ ଓ ଏଆଇ ସମୟରେ ଏହା ଫେକ୍‍ ହୋଇପାରେ। ଏଥିପ୍ରତି ସତର୍କ ରହିବା ସମସ୍ତ ଭୋଟରଙ୍କ ପାଇଁ ନିହାତି ଜରୁରୀ।  ଏଣୁ ସଠିକ୍‍ ତଥା ନିର୍ଭରଯୋଗ୍ୟ ଖବର ପାଇଁ ସିଧାସଳଖ ଏକ ନିର୍ଭରଯୋଗ୍ୟ ଉତ୍ସକୁ ଆପଣ ଚୟନ କରିପାରିବେ। 

2. ଏହି ନିର୍ଭର ଯୋଗ୍ୟ ତଥା ମୂଳ ଉତ୍ସ ହେଉଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଅର୍ଥାତ୍‍ ଭାରତର ନିର୍ବାଚନ କମିଶନ। 

3. ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ପରିଚାଳନା କରୁଛନ୍ତି। ତାଙ୍କ ସୂଚନା ଅନୁସାରେ ରାଜ୍ୟର ୭୦ଟି ଗଣତି କେନ୍ଦ୍ରରେ ଭୋଟରଙ୍କ ସୂଚନା ଦେବା ପାଇଁ ପ୍ରତ୍ୟକ୍ଷ ବ୍ୟବସ୍ଥା କରାଯାଇଛି।

4. ଏହାଛଡ଼ା କମିଶନ ସାଧାରଣ ଜନତାଙ୍କ ଜାଣିବା ଉଦ୍ଦେଶ୍ୟରେ ଡିଜିଟାଲ୍‍  ମୋବାଇଲ୍‍ ଆପ୍ଲିକେସନ୍ ରେ ମଧ୍ୟ ସିଧାସଳଖ ଫଳାଫଳ ଦେବାର ବ୍ୟବସ୍ଥା କରହିଛନ୍ତି। ଏହା ଉଭୟ ଆଣ୍ଡ୍ରଏଡ୍‍ ଏବଂ ଆଇଓଏସରେ ଉପଲବ୍ଧ ହେବ।  ଏହି ଆପ୍‍ର ନାଁ ହେଉଛି ‘ଭୋଟର ହେଲ୍ପଲାଇନ୍‍ ଆପ୍‍’

5. ଏହାଛଡ଼ା ଇଣ୍ଟରନେଟରେ କମିଶନ ନିଜ ଓ୍ୱେବସାଇଟ୍‍ ତଥା ପୋର୍ଟାଲ୍‍ରେ ନିର୍ବାଚନ ଫଳାଫଳ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ବ୍ୟବସ୍ଥା କରିଛନ୍ତି। ଏହା ପୁଣି ରିୟଲ ଟାଇମ ହେବ। ଏହି ଓ୍ବେବସାଇଟ୍‍ ଟି ହେଉଛି: https://results.eci.gov.in/

Also Read- ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ୮ ବିଧାନସଭାରେ ୩୦ରୁ ଅଧିକ ରାଉଣ୍ଡ

Also Read- Ice-Cream ଖାଉଥିଲେ ହୋଇପାରେ ୬ଟି ବଡ଼ କ୍ଷତି