ରାଜ୍ୟପାଳଙ୍କ ଗାଡି ଅଟକାଇ ଲକ୍ଷେ ଟଙ୍କା ପାଇଲେ ଯାଜପୁରର ଏହି ମହିଳା
Advertisement
Article Detail0/zeeodisha/odisha2071090

ରାଜ୍ୟପାଳଙ୍କ ଗାଡି ଅଟକାଇ ଲକ୍ଷେ ଟଙ୍କା ପାଇଲେ ଯାଜପୁରର ଏହି ମହିଳା

ହଠାତ୍ ରାଜ୍ୟପାଳଙ୍କ ଗାଡି ସାମ୍ନାକୁ ଆସିଥିଲେ ଜଣେ ମହିଳା । ଗାଡି ଅଟକାଇବାକୁ ଚେଷ୍ଟା କରିବାରୁ ରାଜ୍ୟପାଳ ରାସ୍ତାରେ ଅଟକିଥିଲେ ଏବଂ ମହିଳାଙ୍କ ଦୁଃଖ ଶୁଣିବା ସହ ତାଙ୍କ ଘର ପରିଦର୍ଶନ କରିଥିଲେ ।

ରାଜ୍ୟପାଳଙ୍କ ଗାଡି ଅଟକାଇ ଲକ୍ଷେ ଟଙ୍କା ପାଇଲେ ଯାଜପୁରର ଏହି ମହିଳା

ଯାଜପୁର: ଆଜି ରାଜ୍ୟପାଳ ରଘୁବର ଦାସ ବିରଜାକ୍ଷେତ୍ର ଗସ୍ତ କରି ମାଆ ବିରଜାଙ୍କ ଆଶୀର୍ବାଦ ନେଇଛନ୍ତି । ବିରଜା ମନ୍ଦିରରେ ମାଆଙ୍କ ଦର୍ଶନ କରିବା ପରେ ରାଜ୍ୟପାଳ ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ଗସ୍ତ କରିଥିଲେ । ସେହି ସମୟରେ ହଠାତ୍ ରାଜ୍ୟପାଳଙ୍କ ଗାଡି ସାମ୍ନାକୁ ଆସିଥିଲେ ଜଣେ ମହିଳା । ଗାଡି ଅଟକାଇବାକୁ ଚେଷ୍ଟା କରିବାରୁ ରାଜ୍ୟପାଳ ରାସ୍ତାରେ ଅଟକିଥିଲେ ଏବଂ ମହିଳାଙ୍କ ଦୁଃଖ ଶୁଣିବା ସହ ତାଙ୍କ ଘର ପରିଦର୍ଶନ କରିଥିଲେ ।

Post- 

ସୂଚନା ମୁତାବକ, ରାଜ୍ୟପାଳଙ୍କ ଗାଡି ଅଟକାଇଥିବା ମହିଳାଙ୍କ ନାମ ସରୋଜୀନି ରାଉତ । ସେ ଖୁବ ଦୟନୀୟ ଭାବରେ ଏକ ଭଙ୍ଗା କୁଡିଆ ଘରେ ଚଳୁଥିଲେ । ତାଙ୍କର ପରିସ୍ଥିତି ଭଲ ନଥିବାରୁ ସେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ । ରାଜ୍ୟପାଳ ନିକଟ ଅଞ୍ଚଳକୁ ଆସୁଥିବାର ଖୁବ ପାଇବା ପରେ ସରୋଜୀନି ନିଜ ଅବସ୍ଥା ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇବାକୁ ଗାଡି ଅଟକାଇଥିଲେ । ରାଜ୍ୟପାଳଙ୍କ ଆଗରେ କାନ୍ଦି କାନ୍ଦି ନିଜ ଦୁଃଖର କଥା କହିଥିଲେ ।

Post- 

ସରୋଜୀନିଙ୍କୁ ଘର ମିଳିବା ନେଇ ରାଜ୍ୟପାଳ ପ୍ରତିଶୃତି ଦେଇଥିଲେ । ଏଥିସହ ତାଙ୍କ ଦୁଃଖ ଦେଖି ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଏଥିସହ ଅନ୍ୟ ଲୋକଙ୍କ ସହିତ ରାଜ୍ୟପାଳ ଆବାସ ମିଳିବା ନେଇ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ଅନେକ ଲୋକ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ଥିବା ରାଜ୍ୟପାଳଙ୍କ ଆଗରେ ଅଭିଯୋଗ କରିଥିଲେ ।

Also Read- ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ୍ସ କାଉନସିଲ୍ ତରଫରୁ 'ଇଣ୍ଡଷ୍ଟ୍ରି ପାର୍ଟନର୍ସ ମିଟ୍'

Also Read- ଫୁଲନଖରାରେ IMS ଏବଂ SUM HOSPITALର ନୂତନ କ୍ୟାମ୍ପସ୍