ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ଶିକ୍ଷକ ସୁରେନ୍ଦ୍ର
Advertisement
Article Detail0/zeeodisha/odisha1874615

ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ଶିକ୍ଷକ ସୁରେନ୍ଦ୍ର

କୃତ୍ରିମ ଅଙ୍ଗ ଲାଗିବା ପରେ ସୁରେନ୍ଦ୍ରଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ଶିକ୍ଷକ ସୁରେନ୍ଦ୍ର

ଭୁବନେଶ୍ୱର: ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ (artificial limb) ।  ଏହି ଉଦ୍ଦେଶ୍ୟରେ ଆଜି ଜଣେ ଦିବ୍ୟାଙ୍ଗ ଶିକ୍ଷକ (Disability teacher)ଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି । 

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ବ୍ୟକ୍ତି ସୁରେନ୍ଦ୍ର କୁମାର ପ୍ରଧାନ(୪୯ ବର୍ଷ) ବେଗୁନିଆପାଟଣା ମହୁଲିଆ ମାଧ୍ୟମିକ ଚାଟଶାଳୀରେ ଅଣ ଆନୁଷ୍ଠାନିକ ଶିକ୍ଷକ ଭାବରେ ପିଲାଙ୍କୁ ପାଠ ପଢାଉଥିଲେ । ଗତ ୨୦୨୧ ମସିହା ଅଗଷ୍ଟ ମାସରେ ସେ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ହଠାତ୍ ଦୁର୍ଘଟଣା (Road accident) ଘଟିଥିଲା ଏବଂ ତାଙ୍କ ଡାହାଣ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆ ଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ, ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଗୋଡ଼ କଟା ଯାଇଥିଲା । ତାଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ସେ ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଲିଙ୍କନ ସୁବୁଦ୍ଧିଙ୍କର ସହାୟତା ଲୋଡ଼ିବା ପରେ ସେ ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ (Capital Hospital) ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ସୁରେନ୍ଦ୍ରଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି । କୃତ୍ରିମ ଅଙ୍ଗ ଲାଗିବା ସମୟରେ ଓଡ଼ିଶା-ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶଙ୍କ ସମେତ ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଲିଙ୍କନ୍ ସୁବୁଦ୍ଧି ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।      

କୃତ୍ରିମ ଅଙ୍ଗ ଲାଗିବା ପରେ ସୁରେନ୍ଦ୍ରଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Also Read- Luggage Stealing: ବିମାନବନ୍ଦରରେ ଏମିତି ବି ଚୋରି ହୋଇପାରେ ଲଗେଜ୍, ଦେଖନ୍ତୁ ଭିଡିଓ

Also Read- Axis Bank FD: ଫିକ୍ସ ଡିପୋଜିଟ୍ ସୁଧ ହାରରେ ପରିବର୍ତ୍ତନ, ଜାଣନ୍ତୁ କେତେ ହେଲା