Heat Wave: ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ୪୩.୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Advertisement

Heat Wave: ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ୪୩.୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

Heat Wave: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ବା ତାଠାରୁ ଉପରେ ରହିଛି । ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବଢିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Heat Wave: ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ୪୩.୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

Heat Wave: ରାଜ୍ୟରେ ରେକର୍ଡ଼ ଭାଙ୍ଗିଲା ତାତି । ଜଳିଲା ରାଜଧାନୀ । ଦିନ ସାଢେ ଦୁଇଟା ସୁଦ୍ଧା ୪୩.୬ ଡିଗ୍ରୀରେ ପହଁଞ୍ଚିଲା ଭୁବନେଶ୍ବରର ତାପମାତ୍ରୀ । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ବା ତାଠାରୁ ଉପରେ ରହିଛି । ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବଢିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଖବର ଅନୁଯାୟୀ, ଆଜି ସକାଳୁ ହିଁ ଅସମ୍ଭାଳ ହୋଇଥିଲା ସ୍ଥିତି । ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ତାପମାତ୍ରା ୩୫.୮ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଅନୁଗୋଳରେ ୩୫, ବାଲେଶ୍ୱରରେ ୩୫, ଜଗତସିଂହପୁରରେ ୩୪.୮, ଭବାନୀପାଟଣାରେ ୩୪, ବାରିପଦାରେ ୩୪, ହୀରାକୁଦରେ ୩୩.୬, ରାଉରକେଲାରେ ୩୩.୬, ଭୁବନେଶ୍ୱରରେ ୩୩.୪, ସମ୍ବଲପୁରରେ ୩୩.୨, ଟିଟିଲାଗଡ଼ରେ ୩୩.୨, କଟକରେ ୩୩, ଝାରସୁଗୁଡ଼ାରେ ୩୨.୬ ଓ କେନ୍ଦୁଝରରେ ୩୨.୬ ଡିଗ୍ରୀ ରହିଥିଲା । ପରେ ଦିନ ସାଢେ ୧୧ଟା ସୁଦ୍ଧା ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨, କେନ୍ଦୁଝର ୪୦.୯ ଓ ରାଉରକେଲାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପ୍ରକାଶ ଥାଉ କି, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, କଟକ, ନୟାଗଡ, ମୟୂରଭଞ୍ଜ, ଅନୁଗୁଳ ଓ ନୂଆପଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ କେନ୍ଦୁଝର, କନ୍ଧମାଳ, କୋରାପୁଟ, ମାଲକାନଗିରି, ବୌଦ୍ଧ, ଗଜପତି ଓ ବରଗଡ ପାଇଁ ୟଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହା ବି ପଢନ୍ତୁ- Odisha Election 2024: ଓଡ଼ିଶା ରାଜନୀତିରେ ‘ରଜାଘର ଗୁମର’: ମଇଦାନରେ ରାଜପରିବାରର ୧୨ ପ୍ରତିନିଧି