Disaster Hospital: ଏଣିକି ଦେଶରେ ମାତ୍ର ୮ ମିନିଟରେ ଚିକିତ୍ସା ସୁବିଧା ପାଇବେ ରୋଗୀ!
Advertisement
Article Detail0/zeeodisha/odisha1853524

Disaster Hospital: ଏଣିକି ଦେଶରେ ମାତ୍ର ୮ ମିନିଟରେ ଚିକିତ୍ସା ସୁବିଧା ପାଇବେ ରୋଗୀ!

Disaster Hospital: ଭାରତୀୟ ବୈଜ୍ଞାନିକମାନେ ଏପରି ଏକ ଅନନ୍ୟ ବିପର୍ଯ୍ୟୟ ମେଡ଼ିକାଲ ପ୍ରସ୍ତୁତ କରିଛନ୍ତି, ଯାହା ମାତ୍ର ୮ ମିନିଟରେ ସକ୍ରିୟ ହେବ। ଫଳରେ ରୋଗୀଙ୍କ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହି ଡାକ୍ତରଖାନାକୁ 'ଆରୋଗ୍ୟ ମୈତ୍ରୀ' ଦିଆଯାଇଛି। ଏହି ହସ୍ପିଟାଲରେ ଅପରେସନ୍ ଥିଏଟର ବ୍ୟତୀତ ଏକ ମିନି ଆଇସିୟୁ ମଧ୍ୟ ରହିବ । ଆବଶ୍ୟକ ହେଲେ ଏହାକୁ ଗୁରୁତର ରୋଗୀଙ୍କ ପାଇଁ ବ୍ୟବହୃତ କରାଯିବ ।

ସୌ(ସୋସିଆଲ ମିଡିଆ)

World First Disaster Hospital: ଭାରତୀୟ ବୈଜ୍ଞାନିକମାନେ ଏପରି ଏକ ଅନନ୍ୟ ବିପର୍ଯ୍ୟୟ ମେଡ଼ିକାଲ ପ୍ରସ୍ତୁତ କରିଛନ୍ତି, ଯାହା ମାତ୍ର ୮ ମିନିଟରେ ସକ୍ରିୟ ହେବ। ଫଳରେ ରୋଗୀଙ୍କ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହି ଡାକ୍ତରଖାନାକୁ 'ଆରୋଗ୍ୟ ମୈତ୍ରୀ' ଦିଆଯାଇଛି। ଏହି ହସ୍ପିଟାଲରେ ଅପରେସନ୍ ଥିଏଟର ବ୍ୟତୀତ ଏକ ମିନି ଆଇସିୟୁ ମଧ୍ୟ ରହିବ । ଆବଶ୍ୟକ ହେଲେ ଏହାକୁ ଗୁରୁତର ରୋଗୀଙ୍କ ପାଇଁ ବ୍ୟବହୃତ କରାଯିବ ।

ଯାଞ୍ଚ ପାଇଁ ରହିବ ଏହି ସବୁ ମେସିନ୍

ଏହି ବିପର୍ଯ୍ୟୟ ଡାକ୍ତରଖାନାରେ ରୋଗୀଙ୍କୁ ଭେଣ୍ଟିଲେଟର ମଧ୍ୟ ଯୋଗାଇ ଦିଆଯିବ । ରକ୍ତ ପରୀକ୍ଷା ପାଇଁ ଯନ୍ତ୍ରପାତି ଓ ଏକ୍ସ-ରେ ମେସିନ୍ ର ମଧ୍ୟ ସୁବିଧା ରହିବ । ମୋଟ ଉପରେ, ଏହାକୁ ଏକ ମିନି ହସ୍ପିଟାଲ ବୋଲି କୁହାଯିବ। କିନ୍ତୁ ଏଥିରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ସୁବିଧା ଯୋଗାଇଦିଆଯିବ । ଦୁର୍ଗମ ଅଞ୍ଚଳ ବା ଚିକିତ୍ସା ସୁବିଧା ପହଁଞ୍ଚିପାରୁନଥିବା ଅଞ୍ଚଳ ପାଇଁ ଏହି ଡାକ୍ତରଖାନା ବେଶ ଉପଯୋଗୀ ସାବ୍ୟସ୍ତ ହେବ ।

ଉପଲବ୍ଧ ହେବ ଏହିସବୁ ସୁବିଧା

ଏହି ବିପର୍ଯ୍ୟୟ ଡାକ୍ତରଖାନାରେ ରୋଷେଇ ଘର ମଧ୍ୟ ରହିବ । ଯେଉଁଠାରେ ଖାଦ୍ୟ, ପାନୀୟ, ଆଶ୍ରୟ, ବିଦ୍ୟୁତ୍ ଓ ଜେନେରେଟର ଉପଲବ୍ଧ ହେବ । ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ନିର୍ମିତ ଏହି ହସ୍ପିଟାଲକୁ ବିମାନ ଦ୍ୱାରା ମଧ୍ୟ ପରିବହନ କରାଯାଇପାରିବ। ୭୨ କ୍ୟୁବରେ ପ୍ୟାକ୍ ହୋଇ ଏହାକୁ ଯେକୌଣସି ଦୁର୍ଗମ ଅଞ୍ଚଳକୁ ପଠା ଯାଇପାରିବ । ତେବେ ଏହାକୁ ‘ଆରୋଗ୍ୟ ମୈତ୍ରୀ’ କ୍ୟୁବ୍ ମଧ୍ୟ କୁହାଯାଉଛି । ଏଥିରେ ଥିବା ତିନୋଟି ଫ୍ରେମ୍ ରେ ୧୨ଟି ମିନି କ୍ୟୁବ୍ ରହିଛି । ଡାକ୍ତରଖାନାର ସମସ୍ତ ସାମଗ୍ରୀକୁ ମାତ୍ର ୩୬ଟି ବାକ୍ସରେ ନିଆଯାଇପାରିବ । ବାକ୍ସରେ ରଖାଯାଇଥିବା ଜିନିଷ ଓ ଉପକରଣଗୁଡ଼ିକ ହେଲିକପ୍ଟରରୁ ତଳକୁ ଖସିଗଲେ ବି ଭାଙ୍ଗିବ ନାହିଁ ।  

ଖର୍ଚ୍ଚ ହୋଇଛି ଏତିକି କୋଟି

ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଜରୁରୀକାଳୀନ ଡାକ୍ତରଖାନା ପ୍ରସ୍ତୁତ କରିବାକୁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ। ଭବିଷ୍ୟତରେ ଭାରତ ଏହି ଡାକ୍ତରଖାନାକୁ ତିନୋଟି ଦେଶକୁ ମାଗଣାରେ ଯୋଗାଇବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଖୁବଶୀଘ୍ର ଏନେଇ ଘୋଷଣା କରିବେ। କୁହାଯାଉଛି ଯେ, ସମଗ୍ର ହସ୍ପିଟାଲ ଛୋଟ ଛୋଟ ୭୨ଟି କ୍ୟୁବରେ ସୀମିତ ରହିବ । ଏଥିରେ ତିନୋଟି ଲୁହା ଫ୍ରେମ୍ ଓ ପ୍ରତ୍ୟେକ ଫ୍ରେମରେ ଏକ ଡଜନ ଛୋଟ ବାକ୍ସ ରହିବ। ଏହି ଉପାୟରେ ମେଡ଼ିକାଲର ସମସ୍ତ ସାମଗ୍ରୀକୁ କେବଳ ୩୬ଟି ବାକ୍ସରେ ରଖାଯାଇପାରିବ ।

​Also Read-Cyclone Alert: ଆସୁଛି ବଡ଼ ବାତ୍ୟା, ସରକାର ଚଳାଇଛନ୍ତି ସ୍ଥାନାନ୍ତରଣ କାର୍ଯ୍ୟ