Jagannath Express bus service: ଆଜିଠୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ, ପୁରୀ ସହ ସିଧାସଳଖ ଯୋଡ଼ି ହେବ ୩୦ ଜିଲ୍ଲା
Advertisement
Article Detail0/zeeodisha/odisha2064882

Jagannath Express bus service: ଆଜିଠୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ, ପୁରୀ ସହ ସିଧାସଳଖ ଯୋଡ଼ି ହେବ ୩୦ ଜିଲ୍ଲା

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି

ପ୍ରତିକାତ୍ମକ ଫଟୋ

Jagannath Express bus service: ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ। ପରବର୍ତ୍ତି ସମୟରେ ଅବଶିଷ୍ଟ ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହି ସେବା ଆରମ୍ଭ ହେବା ପରେ ପୁରୀ ସହିତ ୩୦ଟି ଯାକ ଜିଲ୍ଲା ସିଧାସଳଖ ଯୋଡ଼ିହେବ। 

ତେବେ ପ୍ରାଥମିକ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ଯୋଜନାରେ ସାମିଲ କରାଯାଇଛି। ବଲାଙ୍ଗୀର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଏହି ପୁରୀ ଗଡ଼ିବ ବସ। ଏହି ସବୁ ଜିଲ୍ଲାରୁ ଭୁବନେଶ୍ୱର ଦେଇ ସିଧାସଳଖ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ। ମୟୂରଭଞ୍ଜ, ଗଜପତି ଓ କେନ୍ଦୁଝରରେ ତିନୋଟି ସ୍ଥାନରେ ବସ ପହଞ୍ଚିବା ପରେ ଏହାର ଶୁଭାରମ୍ଭ ହେବ। ଗାଁରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଲକ୍ଷ୍ମୀ ଯୋଜନାରେ ଥିବା ବସ ଏଣିକି ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବ। ଏହା ଦ୍ୱାରା ଜଗନ୍ନାଥପ୍ରେମୀମାନେ ଅନେକ ମାତ୍ରାରେ ଉପକୃତ ହେବେ। ପୁରୀ କୁ ଯିବାଆସିବା କରିବା ମଧ୍ୟ ସହଜସାଧ୍ୟ ହୋଇପାରିବ। 

ଲକ୍ଷ୍ମୀ ଯୋଜନାରେ ପୂର୍ବରୁ ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବସ ସେବା ଜାରି ରହିଥିଲା। ଏବେ ଜିଲ୍ଲା ମୁଖ୍ୟାଳୟରୁ ଏହା ଭୁବନେଶ୍ୱର ଦେଇ ପୁରୀକୁ ସିଧାସଳଖ ଚଳାଚଳ କରିବ।