Jagannath Express bus:୧୮ରୁ ଜଗନ୍ନାଥ ଏକ୍ସପ୍ରେସ, ୧୫ ଜିଲ୍ଲାରୁ ସିଧା ପୁରୀ ସଂଯୋଗ
Advertisement
Article Detail0/zeeodisha/odisha2062441

Jagannath Express bus:୧୮ରୁ ଜଗନ୍ନାଥ ଏକ୍ସପ୍ରେସ, ୧୫ ଜିଲ୍ଲାରୁ ସିଧା ପୁରୀ ସଂଯୋଗ

Jagannath Express Bus: ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ସ୍ୱତନ୍ତ୍ର ସରକାରୀ ବସ୍‍ ଚଳାଇବା ପାଇଁ ସରକାରଙ୍କ ଯୋଜନା ୧୮ ତାରିଖରୁ ଆରମ୍ଭ ହେବ।  ଏହି ଯୋଜନାକୁ ‘ଜଗନ୍ନାଥ ଏକ୍ସପ୍ରେସ୍‍ ’ଭାବେ ନାମିତ କରାଯାଇଛି।  ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ପରେ ୧୮ ତାରିଖରୁ ପୁରୀକୁ(Puri) ଭକ୍ତଙ୍କୁ ପହ୍ଞ୍ଚାଇବା ଲାଗି ଏହି ଯୋଜନା ବିଶେଷ ସହାୟକ ହେବ ବୋଲି ସରକାର ଆଶା କରିଛନ୍ତି। 

 Jagannath Express bus:୧୮ରୁ ଜଗନ୍ନାଥ ଏକ୍ସପ୍ରେସ, ୧୫ ଜିଲ୍ଲାରୁ ସିଧା ପୁରୀ ସଂଯୋଗ

Jagannath Express Bus: ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ସ୍ୱତନ୍ତ୍ର ସରକାରୀ ବସ୍‍ ଚଳାଇବା ପାଇଁ ସରକାରଙ୍କ ଯୋଜନା ୧୮ ତାରିଖରୁ ଆରମ୍ଭ ହେବ।  ଏହି ଯୋଜନାକୁ ‘ଜଗନ୍ନାଥ ଏକ୍ସପ୍ରେସ୍‍ ’ଭାବେ ନାମିତ କରାଯାଇଛି।  ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ପରେ ୧୮ ତାରିଖରୁ ପୁରୀକୁ(Puri) ଭକ୍ତଙ୍କୁ ପହ୍ଞ୍ଚାଇବା ଲାଗି ଏହି ଯୋଜନା ବିଶେଷ ସହାୟକ ହେବ ବୋଲି ସରକାର ଆଶା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରୁ ବସ ଚାଲିବ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି। 
ରାଜ୍ୟ ସରକାରଙ୍କ(State Govt) ଦ୍ୱାରା ଆରମ୍ଭ କରାଯାଇଥିବା ‘ଲକ୍ମୀ’ବସ୍‍ ଯୋଜନାର ଏହା ହେଉଛି ତୃତୀୟ ପର୍ବ। ପ୍ରଥରେ ଗାଁରୁ ବ୍ଲକ ଏବଂ  ଦ୍ୱିତୀୟ ପର୍ବରେ ବ୍ଲକ୍‍ରୁ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଥିଲେ। ଏବେ ତୃତୀୟ ପର୍ବ ଭାବେ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ବସ୍‍ ଗଡ଼ିବ। ଏହି ସମସ୍ତ ବସ୍‍ ଭୁବନେଶ୍ୱର(Bhubaneswar) ଦେଇ ଗଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik) ଭୁବନେଶ୍ୱରରେ ଏହାକୁ ଉଦ୍‍ଘାଟନ କରିବେ। ଏସି ଡିଲକ୍ସ ଆରାମ ଦାୟକ ବସ୍‍ ସବୁକୁ ଏହି ସେବାରେ ସଂଯୋଗ କରାଯିବ।