Jharsuguda Accident news : ଟ୍ରଲର-ବସ ମୁହାଁମୁହିଁ ଧକ୍କା, ଏପରି ଅବସ୍ଥାରେ ରହିଛି ୧୪ ଯାତ୍ରୀଙ୍କ ଜୀବନ...
Advertisement

Jharsuguda Accident news : ଟ୍ରଲର-ବସ ମୁହାଁମୁହିଁ ଧକ୍କା, ଏପରି ଅବସ୍ଥାରେ ରହିଛି ୧୪ ଯାତ୍ରୀଙ୍କ ଜୀବନ...

ବ୍ରଜରାଜନଗର: ବ୍ରଜରାଜନଗର ଦେଇ ଯାଇଥିବା ୪୯ ନମ୍ବର ଦୁର୍ଘଟଣା ଥମିବାର ନାଁ ଧରୁନାହିଁ। ବିଶେଷ କରି କନକତୁରା ଠାରୁ ବେଲପାହାଡ଼ ମଧ୍ୟରେ ଏହି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରେ ଜୁନିୟନ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କୁ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ବସ ଓ ଟ୍ରଲର ପରସ୍

Jharsuguda Accident news : ଟ୍ରଲର-ବସ ମୁହାଁମୁହିଁ ଧକ୍କା, ଏପରି ଅବସ୍ଥାରେ ରହିଛି ୧୪ ଯାତ୍ରୀଙ୍କ ଜୀବନ...

Jharsuguda Accident news in Odia : ବ୍ରଜରାଜନଗର: ବ୍ରଜରାଜନଗର ଦେଇ ଯାଇଥିବା ୪୯ ନମ୍ବର ଦୁର୍ଘଟଣା ଥମିବାର ନାଁ ଧରୁନାହିଁ। ବିଶେଷ କରି କନକତୁରା ଠାରୁ ବେଲପାହାଡ଼ ମଧ୍ୟରେ ଏହି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରେ ଜୁନିୟନ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କୁ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ବସ ଓ ଟ୍ରଲର ପରସ୍ପର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି। ଏଥିରେ ଉଭୟ ଗାଡ଼ିର ଚାଳକ ଗୁରୁତର ହୋଇ ପଡ଼ିଥିବା ସୂଚନା ରହିଛି। ସେହିପରି ଏହି ଦୁର୍ଘଟଣାରେ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। 

ଏଥିମଧ୍ୟରେ ଟ୍ରଲର ଡ୍ରାଇଭର ୨୬ ବର୍ଷିୟ ସନ୍ତୋଷ ଓରାମ, ବସ୍ ଡ୍ରାଇଭର ସୋନପୁରର ୩୬ ବର୍ଷିୟ ସତ୍ୟକାନ୍ତ ନାୟକ, ଭାଲୁପଡ଼ାର ସବିତା ରଣଭିଦା (୫୦), ସମ୍ବଲପୁରର ପ୍ରସାଦ ରାଓ (୬୨), ବୁଢାମାଳର ସଞ୍ଜୀବ ସାହୁ (୨୫), ମଞ୍ଚଗାଁର ମଙ୍ଗଳ ଭୋଇ, ବିଶିପାଲିର ଜିତେନ୍ଦ୍ର ପ୍ରଧାନ, ଦେବରଡିହାର ସୁଶୀଳା ବନଛୋର, ଥେଟଟଙ୍ଗରର ସୁବାସିନି ଭୋଇ, ସୋନପୁରର ଉମାକାନ୍ତ ନାୟକ, ଭାଲୁପଡ଼ାର ମମତା ରଣଭିଦା, ଅଇଁଠାପାଲର ମୋହିତ କୁମାର ସାହୁ ତଥା ସମ୍ବଲପୁରର ଯଶୋଧାରା ସାହୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ଏକ ୯ ମାସର ଶିଶୁ ମଧ୍ୟ ସାମିଲ ରହିଛି। 

ପ୍ରଥମେ ସମସ୍ତ ଆହତଙ୍କୁ ଲାଖନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ତାପରେ ସେଠାରୁ ତିନିଜଣଙ୍କୁ ଝାରସୁଗୁଡା ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଗୁରୁତର ଆହତଙ୍କ ମଧ୍ୟରେ ଉମାକାନ୍ତ, ସତ୍ୟକାନ୍ତ, ସାନ୍ତୋଶ ଏବଂ ପ୍ରସାଦ ରାଓଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଛତିଶଗଡର ରାୟଗଡରୁ ସମ୍ବଲପୁର ଅଭିମୁଖେ ଯାଉଥିବା ରାଧାମାଦବ ବସରେ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ସମ୍ବଲପୁର ଯାଉଥିଲା।

ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲରକୁ ଭୋର ପ୍ରାୟ ସାଢେ ୫ଟା ସମୟରେ ଧକ୍କା ଦେଇଥିଲା। ବସଟି ଦ୍ରୁତ ବେଗରେ ଯାଉଥିବା ବେଳେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଧକ୍କାଦେଇଥିଲା। ତେବେ ଟ୍ରକଟି ଛତିଶଗଡ଼ ଯାଉଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସୂଚନା ପାଇବା ପରେ ଲଖନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ନେଇଥିଲା।

Also Read: PhonePe: ଆପଣ Phonepay ବ୍ୟବହାର କରୁଛନ୍ତି କି ! ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ

Also Read: PM Kisan Yojana: ହୋଇଗଲା ତାରିଖ ଧାର୍ଯ୍ୟ ! ଏହି ଦିନ କୃଷକଙ୍କୁ ମିଳିବ ୧୪ତମ କିସ୍ତି

Also Read: Asia Cup 2023: ପାକିସ୍ତାନ ଖେଳାଯିବ ଏସିଆ କପ, ଶ୍ରୀଲଙ୍କାରେ ହୋଇପାରନ୍ତି ଭାରତ-ପାକିସ୍ତାନ ମୁହାଁମୁହିଁ !