JN Covid 19: ରାଜ୍ୟରେ କାୟା ମେଲାଉଛି କରୋନା, ଆଉ ଜଣେ ପଜିଟିଭ୍ ଚିହ୍ନଟ
Advertisement

JN Covid 19: ରାଜ୍ୟରେ କାୟା ମେଲାଉଛି କରୋନା, ଆଉ ଜଣେ ପଜିଟିଭ୍ ଚିହ୍ନଟ

JN Covid 19: କେରଳରେ ପ୍ରଥମେ କୋଭିଡ଼ ୧୯ର ନୂଆ ସବ ଭାରିଆଣ୍ଟ ଜେଏନ୍. ୧ ଚିହ୍ନଟ ହୋଇଥିଲା । ଏହାପରଠାରୁ ଦେଶରେ ହୁ ହୁ ହୋଇ ବଢି ଚାଲିଛି ପଜିଟିଭଙ୍କ ସଂଖ୍ୟା । ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩ ହଜାର ଟପିଛି । ତେବେ ଶନିବାର ଦିନ ରାଜ୍ୟରୁ ପ୍ରଥମ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଥିଲା । 

ସୌ(ସୋସିଆଲ ମିଡିଆ)

JN Covid 19: ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ୍ ପଜିଟିଭ୍ । ଆଉ ଜଣେ ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୨ରେ ପହଞ୍ଚିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ବର୍ତ୍ତମାନ ସାରା ବିଶ୍ବକୁ ଘାରିଛି କୋଭିଡ଼ ୧୯ର ନୂଆ ସବ ଭାରିଆଣ୍ଟ ଜେଏନ୍. ୧ ଭୟ । ଦିନ ବଢିବା ସହ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେରଳରେ ପ୍ରଥମେ କୋଭିଡ଼ ୧୯ର ନୂଆ ସବ ଭାରିଆଣ୍ଟ ଜେଏନ୍. ୧ ଚିହ୍ନଟ ହୋଇଥିଲା । ଏହାପରଠାରୁ ଦେଶରେ ହୁ ହୁ ହୋଇ ବଢି ଚାଲିଛି ପଜିଟିଭଙ୍କ ସଂଖ୍ୟା । ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩ ହଜାର ଟପିଛି । ତେବେ ଶନିବାର ଦିନ ରାଜ୍ୟରୁ ପ୍ରଥମ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ଆଜି ପୁଣି ଜଣେ ସଂକ୍ରମିତଙ୍କ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଶେଷ ଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଏନେଇ କିଛି ଦିନ ପୂର୍ବରୁ, ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ ,ଯେଉଁ ଭାଇରସ୍ କଥା କୁହାଯାଉଛି ତାହା ନାଚୁରାଲ । ଏଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହେଲେ ଜିନୋମ ସିକ୍ୟୁଏନ୍ସ ପାଇଁ ପଠାଯିବ । ଅତି ଆବଶ୍ୟକ ପଡିଲେ ରାଜ୍ୟରେ ଗାଇଡ଼ଲାଇନ ଜାରି ହେବ । ଥଣ୍ତା,ଜ୍ବର ବା କାଶ ହେଲେ ନିଜେ ଆସି ଟେଷ୍ଟ କରି ନିଅନ୍ତୁ । ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ । ସଂକ୍ରମିତ ଚିହ୍ନଟ ହେଲେ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।  ଆବଶ୍ୟକ ପଡିଲେ ହସ୍ପିଟାଲରେ ଭର୍ତ୍ତି କରାଯିବ । ଟେଷ୍ଟି ପାଇଁ ପର୍ଯ୍ୟାପ୍ତ କିଟ୍ ଉପଲବ୍ଧ ରହିଛି ।

Also Read-Retired SSP Shot Dead: ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି

ପ୍ରକାଶ ଥାଉ କି, ଶନିବାର ଗୋଟିଏ ଦିନରେ ସାରା ଦେଶରୁ ୭୫୨ଟି ନୂଆ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ମେ ୨୧ ପରେ ସର୍ବାଧିକ ଅଟେ। ସେହିପରି ବର୍ତ୍ତମାନ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା, ୫,୩୩,୩୩୨ରେ ପହଞ୍ଚିଛି । କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହେବାପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । ଏନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।