Odisha News: ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ପୂର୍ବରୁ ମିଳିବ କାଳିଆ ଟଙ୍କା
Advertisement
Article Detail0/zeeodisha/odisha2123854

Odisha News: ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ପୂର୍ବରୁ ମିଳିବ କାଳିଆ ଟଙ୍କା

Odisha News: ସବୁ ବର୍ଗର ଭୋଟ୍‍ ହାତେଇବା ଲାଗି ସରକାର ଟ୍ରେଜରୀ ଖୋଲି ଦେଇଛନ୍ତି। ଯେଉଁ ଯୋଜନାରେ ଲୋକଙ୍କୁ ଅର୍ଥ ପହଞ୍ଚାଇବାରେ ପ୍ରତିବନ୍ଧକ ଆସୁଛି ତାହାକୁ ଦୂର କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ମଞ୍ଜୁର କରୁଛନ୍ତି। ଏମିତି ଏକ ପ୍ରସ୍ତାବ ଅନୁସାରେ ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ଋତୁରେ ବି ଚାଷୀଙ୍କ ଆକାଉଣ୍ତଟକୁ ଟଙ୍କା ପଠାଇବା ଲାଗି ସରକାର କ୍ଷମତାପନ୍ନ ହୋଇଛନ୍ତି। 

Odisha News: ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ପୂର୍ବରୁ ମିଳିବ କାଳିଆ ଟଙ୍କା

Odisha News: ସବୁ ବର୍ଗର ଭୋଟ୍‍ ହାତେଇବା ଲାଗି ସରକାର ଟ୍ରେଜରୀ ଖୋଲି ଦେଇଛନ୍ତି। ଯେଉଁ ଯୋଜନାରେ ଲୋକଙ୍କୁ ଅର୍ଥ ପହଞ୍ଚାଇବାରେ ପ୍ରତିବନ୍ଧକ ଆସୁଛି ତାହାକୁ ଦୂର କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ମଞ୍ଜୁର କରୁଛନ୍ତି। ଏମିତି ଏକ ପ୍ରସ୍ତାବ ଅନୁସାରେ ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ଋତୁରେ ବି ଚାଷୀଙ୍କ ଆକାଉଣ୍ତଟକୁ ଟଙ୍କା ପଠାଇବା ଲାଗି ସରକାର କ୍ଷମତାପନ୍ନ ହୋଇଛନ୍ତି। ଖାଲି ସେତିକି ନୁହେଁ ୬ ହଜାର ଟଙ୍କାକୁ ବଢ଼ାଇ ଭୂମିହୀନଙ୍କୁ ୮ ହଜାର ଟଙ୍କା ସହାୟତା ପ୍ରଦାନ କରିବା ଲାଗି ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁର କରିଛନ୍ତି।

୨୦୧୮-୧୯ ଆର୍ଥିକ ବର୍ଷରୁ ଚାଷୀଙ୍କୁ ଫସଲ କାର୍ଯ୍ୟରେ ସହାୟତା କରିବା ଲାଗି ଖରିଫ  ଓ ରବି ଋତୁ ଆରମ୍ଭରେ ବର୍ଷକୁ ୨ ଥର ୬ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ପ୍ରତି ସେପ୍ଟେମ୍ବର ଓ ଏପ୍ରିଲ୍‍ ପହିଲାକୁ ଏହି ଯୋଜନା ଅଧୀନରେ ଅର୍ଥ ପ୍ରଦାନ ବ୍ୟବସ୍ଥା ହୋଇଥିଲା। ଗୋଟିଏ ଦିନରେ ନିର୍ଦ୍ଧାରିତ ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯାଉଥିଲା। ହେଲେ କ୍ୟାବିନେଟର ଏହି ପ୍ରସ୍ତାବ ଅନୁସାରେ ରାଜ୍ୟ ସରକାର ବର୍ଷର ଯେକୌଣସି ସମୟରେ କିସ୍ତି ପ୍ରଦାନ କରିପାରିବେ। ଅର୍ଥାତ୍‍ ଆଗକୁ ନିର୍ବାଚନ ଓ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଥିବାରୁ ସରକାର ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପଠାଇପାରନ୍ତି।

 ନିଷ୍ପତ୍ତି ଅନୁସାରେ ଆସନ୍ତା ତିନିବର୍ଷ ଲାଗି ଏହି ଯୋଜନା ଲାଗୁ ହେବ। ଏଥିରେ ରାଜ୍ୟ ରାଜକୋଷରୁ ୬୦୨୯ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।  ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଭୂମିହୀନ ଚାଷୀଙ୍କୁ ଉଦ୍ୟାନ ଓ ଆନୁଷଙ୍ଗିକ କୃଷି ଲାଗି ବର୍ଷକୁ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରୁଥିଲେ। ଏବେ ଏହି ପରିମାଣକୁ ଆହୁରି ୨ ହଜାର ଟଙ୍କା ବଢ଼ାଯାଇଛି।

ଏହାପୂର୍ବରୁ ସରକାର କାଳିଆ ହିତାଧିକାରୀ ଚାଷୀଙ୍କ ପିଲାମାନଙ୍କ ପାଠ ପଢ଼ାଲାଗି କାଳିଆ ଛାତ୍ରବୃତ୍ତି ଘୋଷଣା କରିଥିଲେ। ଖାଲି ସେତିକି ନୁହେଁ ନିର୍ବଚନ ଓ ଚାଷୀଙ୍କ ଆବଶ୍ୟକତାକୁ ଦେଖି ଜାନୁୟାରୀ ମାସରେ ଏହି ବୃତ୍ତିର ପରିସର ବଢୃଦ୍ଧି କରାଯାଇଥିଲା। ଖାଲି ସରକାରୀ ସ୍କୁଲ୍‍ ନୁହେଁ, ଘରୋଇ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ  ଏହି ବୃତ୍ତି ଉଦ୍ଦିଷ୍ଟ କରାଯାଇଥିଲା। ଡାକ୍ତରୀ, ଇଞ୍ଜିନିୟରିଂ, ପରିଚାଳନା, ନର୍ସିଂ ପ୍ରଭୃତି ପେସାଗତ ପାଠ୍ୟକ୍ରମ ଲାଗି ଏହି ବ୍ୟବସ୍ଥା ଲାଗିୁ କରାଯାଇଥିଲା। ଏହିକ୍ରମରେ ସରକାର  ୨୦୨୧-୨୨, ୨୦୨୨-୨୩ରେ ସମୁଦାୟ ୧୮୩୯  ଛାତ୍ରଛାତ୍ରୀଙ୍କୁ ମୋଟ୍ ୩୮୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।