Kendrapara News: ଅଚାନକ ଆକାଉଣ୍ଟକୁ ଆସିଲା ଟଙ୍କା, ରାତାରାତି ଲକ୍ଷପତି ହେଲେ ଗ୍ରାମବାସୀ
Advertisement
Article Detail0/zeeodisha/odisha1861064

Kendrapara News: ଅଚାନକ ଆକାଉଣ୍ଟକୁ ଆସିଲା ଟଙ୍କା, ରାତାରାତି ଲକ୍ଷପତି ହେଲେ ଗ୍ରାମବାସୀ

Kendrapara News: ଖାଲି ଜଣଙ୍କ ଆକାଉଣ୍ଟକୁ ନୁହେଁ, ବରଂ ଶତାଧିକ ଲୋକଙ୍କ ଆକାଉଣ୍ଟରେ ଏଭଳି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି।  ଆଉ ସକାଳୁ ସକାଳୁ ଏ ଟଙ୍କା ଉଠାଇବା ନେଇ ବ୍ୟାଙ୍କ ଆଗରେ ଲାଗିଥିଲା ଲମ୍ବା ଧାଡ଼ି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ । 

ସୌ(ସୋସିଆଲ ମିଡିଆ)

Kendrapara News: ରାତି ଅଧରେ ବ୍ୟାଙ୍କ ଆକାଉଣ୍ଟରେ (Bank account) ଜମା ହେଲା ଟଙ୍କା । ତାହା ପୁଣି ଶହେ କି ହଜାର ନୁହେଁ ଲକ୍ଷ, ଲକ୍ଷ ଟଙ୍କା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଖାଲି ଜଣଙ୍କ ଆକାଉଣ୍ଟକୁ ନୁହେଁ, ବରଂ ଶତାଧିକ ଲୋକଙ୍କ ଆକାଉଣ୍ଟରେ ଏଭଳି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି।  ଆଉ ସକାଳୁ ସକାଳୁ ଏ ଟଙ୍କା ଉଠାଇବା ନେଇ ବ୍ୟାଙ୍କ ଆଗରେ ଲାଗିଥିଲା ଲମ୍ବା ଧାଡ଼ି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା (Kendrapara) ଜିଲ୍ଲା ଆଳିରୁ । ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଥିବା ଖବର ସାରା ଅଞ୍ଚଳରେ ଖେଳିଯିବା ପରେ ଜନସମୁଦ୍ର ପାଲଟିଥିଲା ବ୍ୟାଙ୍କ।

ସୂଚନା ଅନୁଯାୟୀ, ଗୁରୁବାର ଦିନ କେନ୍ଦ୍ରାପଡ଼ା ଜିଲ୍ଳାର ଆଳି (Ali) ବ୍ଲକ ସ୍ଥିତ ବାଟିଆପଡ଼ା ଗାଁରେ (Batipada village) ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ( Odisha Gramya Bank) ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବ୍ୟାଙ୍କ ସଟର ଖୋଲିବା ପୂର୍ବରୁ ଟଙ୍କା ଉଠାଇବା ନେଇ ଲୋକେ ଗହଣ ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ କେବେ ବ୍ୟାଙ୍କର ନିୟମିତ କାରବାର ଲାଗି କେବେ ଏତେ ମାତ୍ରାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିନଥିଲା । ପଚାରିଲେ ବି କେହି କାହାକୁ କିଛି କହୁ ନଥିଲେ। ତେବେ ଏମାନେ ସାହାରା, ସାନମଙ୍ଗ, ବାଟିପଡ଼ା ଓ ନୂଆପଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଏମାନେ ଲକ୍ଷାଧିକ ଟଙ୍କା ଉଠାଇବାକୁ ଜିଦ୍‍ କରୁଥିବାରୁ ବ୍ୟାଙ୍କ ପୋଲିସର ହସ୍ତକ୍ଷେପ ଲୋଡ଼ିଥିଲା।

ଏ ସମ୍ପର୍କରେ ଶାଖା ପରିଚାଳକ କହିଛନ୍ତି, ଲୋକ ମାନେ ଭିଡ଼ ଜମାଇ ଥିଲେ , ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଛି ବୋଲି ଆମେ ୩ ଶହ ଆକାଉଣ୍ଟ ଚେକ୍ କରିଥିଲୁ ସେଥିରୁ ପ୍ରାୟ ୪୦ ଜଣଙ୍କ ଆକାଉଣ୍ଟରେ କେଉଁଠୁ ଟଙ୍କା ଆସିଛି ତାହା ଜଣାପଡ଼ିନାହିଁ । କାହା ଆକାଉଣ୍ଟକୁ ଲକ୍ଷେ ତ ଆଉ କାହା ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ଆସିଥିବା ଜଣାପଡ଼ିଛି l ତେବେ ବ୍ୟାଙ୍କ ଆକାଉଣ୍ଟରୁ ଏତେ ଟଙ୍କା ଆସିଥିବାରୁ ଲୋକମାନେ ବେଶ ଖୁସି ଥିବା କହିଛନ୍ତି। ସେପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ୧୦-୧୨ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ତେବେ ଏତେ ଟଙ୍କା କେଉଁଠୁ ଆସିଲା? କିଏ କାହିଁକି ପଠାଇଲା? ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି? ଏ ସମସ୍ତ ଦିନରୁ ଆଖିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

Also Read-Puri Jagannath Temple: ନନ୍ଦୋତ୍ସବ ନୀତିକାନ୍ତିରେ ବିଳମ୍ବ, ଅନିଦ୍ରା ରହିଲେ ମହାପ୍ରଭୁ

Also Read-Bharat vs India: ଦେଶର ନାମ ପରିବର୍ତ୍ତନ ହେଲେ କ’ଣ ହେବ ‘ଇଣ୍ଡିଆ’ ଲାଗିଥିବା ରାଜନୈତିକ ଦଳର ଅବସ୍ଥା