Advertisement
Article Detail0/zeeodisha/odisha2375041

ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ଟିକଟ ବୁକିଂ କାଉଣ୍ଟରରେ କ୍ୟୁଆର କୋଡ୍ ଆରମ୍ଭ

Railway: ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଥିବା ସମସ୍ତ ୧୧୩ବର୍ଗ ରେଳ ଷ୍ଟେସନ୍ ରେ କ୍ୟୁଆର କୋଡ୍ ଡିସପ୍ଲେ ଡିଭାଇସ୍ ଉପକରଣ ସ୍ଥାପନ କରାଯାଇଛି।

ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ଟିକଟ ବୁକିଂ କାଉଣ୍ଟରରେ କ୍ୟୁଆର କୋଡ୍ ଆରମ୍ଭ

ଭୁବନେଶ୍ବର: ଡିଜିଟାଲ୍ ପେମେଣ୍ଟକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ସମସ୍ତ ରେଳ ଷ୍ଟେସନ୍ ରେ ଟିକଟ ବୁକିଂ କାଉଣ୍ଟରରେ କ୍ୟୁଆର କୋଡ୍ ଡିସପ୍ଲେ ଡିଭାଇସ୍ ଆରମ୍ଭ କରାଯାଇଛି। ଏହାଦ୍ବାରା ଯାତ୍ରୀମାନଙ୍କୁ ନଗଦ ନିୟନ୍ତ୍ରଣକୁ ଏଡ଼ାଇବାରେ ସାହାଯ୍ୟ କରିବ। ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଥିବା ସମସ୍ତ ୧୧୩ବର୍ଗ ରେଳ ଷ୍ଟେସନ୍ ରେ କ୍ୟୁଆର କୋଡ୍ ଡିସପ୍ଲେ ଡିଭାଇସ୍ ଉପକରଣ ସ୍ଥାପନ କରାଯାଇଛି।

ଏହି ଡିସପ୍ଲେ ଡିଭାଇସ୍ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧାରୋଡ୍, ବ୍ରହ୍ମପୁର, କଟକ, ଭଦ୍ରକ, ପଲାସା, ଯାଜପୁର କେନ୍ଦୁଝର ରୋଡ୍, ବାଲୁଗାଁ, ସୋମପେଟା, ଇଚ୍ଛାପୂରମ୍, ଢେଙ୍କାନାଳ, ତାଳଚେର, ପାରାଦ୍ଵୀପ, ଦଶପଲ୍ଲା ଭଳି ୭୫ଟି ରେଳ ଷ୍ଟେସନ୍ ରେ ସଂସ୍ଥାପିତ ହୋଇସାରିଛି।

ତେବେ ଆସନ୍ତା ସପ୍ତାହରେ ଅବଶିଷ୍ଟ ରେଳ ଷ୍ଟେସନକୁ ବିସ୍ତାର କରାଯିବ। ଏଥିସହ ସଂରକ୍ଷିତ ଏବଂ ଅଣସଂରକ୍ଷୀତ ଟିକଟ ପ୍ରଦାନ କରୁଥିବା ବୁକିଂ କାଉଣ୍ଟର ଗୁଡ଼ିକରେ ଏହି କ୍ୟୁଆର କୋଡ୍ ଡିସପ୍ଲେ ଡିଭାଇସ୍ ପ୍ରଦାନ କରାଯାଇଛି ଏବଂ ଯାତ୍ରୀମାନେ ସେମାନଙ୍କର ସ୍ମାର୍ଟ ଫୋନ୍ ସହିତ କ୍ୟୁଆର କୋଡ୍ ସ୍କାନ୍ କରିପାରିବେ ଓ କିଣା ଯାଇଥିବା ଟିକଟର ପ୍ରକୃତ ମୂଲ୍ୟ ପାଇଁ ୟୁପିଆଇ ଦେୟ କରିପାରିବେ ବୋଲି କୁହାଯାଇଛି।

Add Zee News as a Preferred Source
About the Author