Crime News: ବଲାଙ୍ଗୀର ତୁରେକେଲାରେ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ
Advertisement

Crime News: ବଲାଙ୍ଗୀର ତୁରେକେଲାରେ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ

Crime News: ନାବାଳିକା ଜଣକ ନିଜ ମାଆଙ୍କ ସହିତ ରାତିରେ ଘରେ ଥିବାବେଳେ ମାଆ ଏବଂ ଝିଅ ଅଲଗା କୋଠରୀରେ ଶୋଇଥିଲେ । କିନ୍ତୁ ରାତିରେ ନାବାଳିକାଙ୍କୁ କେହି ଘରୁ ଉଠାଇ ନେଇଥିଲା । ମାଆଙ୍କ ନିଦ ଭାଙ୍ଗିବା ପରେ ସେ ଝିଅକୁ ନପାଇ ଖୋଜାଖୋଜି କରିଥିଲେ । ଝିଅକୁ ଅଚେତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି କରିଥିଲେ ।

Crime News: ବଲାଙ୍ଗୀର ତୁରେକେଲାରେ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ

ବଲାଙ୍ଗୀର: ମଧ୍ୟରାତ୍ରୀରେ ଜଣେ ନାବାଳିକାଙ୍କୁ ଘରୁ ଉଠାଇନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଘରେ ନାବାଳିକାଙ୍କୁ ନପାଇ ଘରଲୋକେ ଖୁବ୍ ଖୋଜା ଖୋଜି କରିଥିଲେ ଶେଷରେ ଘରଠୁ କିଛି ଦୂରରେ ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ । ତୁରନ୍ତ କଣ୍ଟାବାଞ୍ଝି ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରିବା ପରେ ନାବାଳିକାଙ୍କର ଚେତା ଫେରିଥିବା ଜଣାପଡିଛି । ତୁରେକେଲା ଥାନା ଅନ୍ତର୍ଗତ ଏକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ନାବାଳିକା ଜଣକ ନିଜ ମାଆଙ୍କ ସହିତ ରାତିରେ ଘରେ ଥିବାବେଳେ ମାଆ ଏବଂ ଝିଅ ଅଲଗା କୋଠରୀରେ ଶୋଇଥିଲେ । କିନ୍ତୁ ରାତିରେ ନାବାଳିକାଙ୍କୁ କେହି ଘରୁ ଉଠାଇ ନେଇଥିଲା । ମାଆଙ୍କ ନିଦ ଭାଙ୍ଗିବା ପରେ ସେ ଝିଅକୁ ନପାଇ ଖୋଜାଖୋଜି କରିଥିଲେ । ଝିଅକୁ ଅଚେତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ନାବାଳିକାଙ୍କ ମାଆ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ପଚରାଉଚରା କରୁଛି ।

Also Read- Sahara India Refund List: ମିଳିବ ସାହାରା ଟଙ୍କା, ଫେରସ୍ତ ନେଇ ଆସିଲା ନୂଆ ତାଲିକା

Also Read- ୧୧ ହଜାର କଫ୍‍ ଶିରପ ବୋତଲ ଜବତ ସହ ୨୬ ଗିରଫ