୧୧ ହଜାର କଫ୍‍ ଶିରପ ବୋତଲ ଜବତ ସହ ୨୬ ଗିରଫ
Advertisement

୧୧ ହଜାର କଫ୍‍ ଶିରପ ବୋତଲ ଜବତ ସହ ୨୬ ଗିରଫ

୧୦ ହଜାର ୮୦୦ କଫ ଶିରପ ଜବତ ହେବା ସହ ୨୬ ଜଣ ଗିରଫ ହୋଇଛନ୍ତି। କୋଲକତାରୁ ଏହି କଫ ଶିରଫ ଆଣି ସେମାନେ ବୋଆଇନ ଭାବେ କାରବାର କରୁଥିଲେ। ଏ ବିବାଦରେ ସୂଚନା ପାଇଁ ସମ୍ବଲପୁର ଏସ୍‍ପି ସମ୍ପୂର୍ଣ୍ଣ ରାକେଟ୍‍କୁ ଧରି ବିପୁଳ ପରିମାଣରେ କପ୍‍ଶିରପ ବୋତଲ ଜବତ କରିଛନ୍ତି।

୧୧ ହଜାର କଫ୍‍ ଶିରପ ବୋତଲ ଜବତ ସହ ୨୬ ଗିରଫ

ସମ୍ବଲପୁର:  ସହରର ବିଭିନ୍ନ ସ୍ଥାନରୁ ୧୦ ହଜାର ୮୦୦ କଫ ଶିରପ ଜବତ ହେବା ସହ ୨୬ ଜଣ ଗିରଫ ହୋଇଛନ୍ତି। କୋଲକତାରୁ ଏହି କଫ ଶିରଫ ଆଣି ସେମାନେ ବୋଆଇନ ଭାବେ କାରବାର କରୁଥିଲେ। ଏ ବିବାଦରେ ସୂଚନା ପାଇଁ ସମ୍ବଲପୁର ଏସ୍‍ପି ସମ୍ପୂର୍ଣ୍ଣ ରାକେଟ୍‍କୁ ଧରି ବିପୁଳ ପରିମାଣରେ କପ୍‍ଶିରପ ବୋତଲ ଜବତ କରିଛନ୍ତି।

ଅଭିଯୁକ୍ତମାନଙ୍କ ଘର ସମ୍ବଲପୁର, ବରଗଡ଼ ଏବଂ ସୋନପୁରରେ ବୋଲି ପୁଲିସ କହିଛନ୍ତି। ଏମାନଙ୍କ ଭିତରୁ କିଛି ପୂର୍ବରୁ ଏପରି ବେଆଇନ କଫ ଶିରପ୍‍ ବିକ୍ରି କରି ଧରା ପଡ଼ିଥିଲେ। ଅଭ୍ୟାସଗତ ନିୟମ ଉଲ୍ଳଂଘନକାରୀ ହୋଇଥିବାରୁ ଏ ବାବଦରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତିସମ୍ବଲପୁର ଆରକ୍ଷୀ ଅଧିକ୍ଷକ। 

ଏହି କଫ୍‍ଶିରପ୍‍କୁ ଔଷଧ ବଦଳରେ ନିଶା ପାଇଁ ବିଶେଷ ଭାବେ ବ୍ୟବହାର କରାଯିବା ଲାଗି ଉଦ୍ଦିଷ୍ଟ ଥିବା ଜଣାପଡ଼ିଛି। ଶସ୍ତା ଦରରେ ମିଳୁଥିବାରୁ ତଥା ହୋଲି ସମୟରେ ମଦ ଦୋକାନ ବନ୍ଦ ହେବାକୁ ଥିବାରୁ ଏହି କଫ୍‍ଶିରପ୍‍କୁ ବିକଳ୍ପ ନିଶା ଭାବେ ବ୍ୟବହାର କରିବାକୁ  ପ୍ରସ୍ତୁତି ଚାଲିଥିବା ପୁଲିସ ସ୍ପଷ୍ଟ କରିଛି।

Also Read- Budh Gochar 2024: ମେଷ ରାଶିରେ ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ, ଏହି ରାଶିକୁ ମିଳିବ ବିଶେଷ ଲାଭ

Also Read- Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ