Korpaut News: ଗଞ୍ଜେଇ ଚାଲାଣ ଅଭିଯୋଗରେ ୭ ପୋଲିସ କର୍ମଚାରୀ ନିଲମ୍ବିତ, ୨ ହୋମଗାର୍ଡ ବିଦା
Advertisement
Article Detail0/zeeodisha/odisha2384204

Korpaut News: ଗଞ୍ଜେଇ ଚାଲାଣ ଅଭିଯୋଗରେ ୭ ପୋଲିସ କର୍ମଚାରୀ ନିଲମ୍ବିତ, ୨ ହୋମଗାର୍ଡ ବିଦା

କୋରାପୁଟ: ଦୀର୍ଘ ବର୍ଷ ଧରି କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। କେତେବେଳେ ଚୋରା ଗଞ୍ଜେଇ ଧରା ପଡ଼ୁଛି ତ କେତେବେଳେ ନାହିଁ। ଗଞ୍ଜେଇ ଧରିବାରେ ପୋଲିସ ନେଉଛି ମୁଖ୍ୟ ଭୂମିକା। ଅବକାରୀ ବିଭାଗ କୁ ସୁଯୋଗ ମିଳୁ ନାହିଁ।  ଯେତେବେଳେ ୩ ଜଣ ଅବକାରୀ କର୍ମଚାରୀ ଗଞ୍ଜେଇ ଗାଡ଼ି ପାର କରୁଥିବା ଅଭିଯୋଗରେ ପୂର୍ବରୁ ଅବକାରୀ ବିଭାଗ ଯେଉଁ

Korpaut News: ଗଞ୍ଜେଇ ଚାଲାଣ ଅଭିଯୋଗରେ ୭ ପୋଲିସ କର୍ମଚାରୀ ନିଲମ୍ବିତ, ୨ ହୋମଗାର୍ଡ ବିଦା

Korpaut News: କୋରାପୁଟ: ଦୀର୍ଘ ବର୍ଷ ଧରି କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। କେତେବେଳେ ଚୋରା ଗଞ୍ଜେଇ ଧରା ପଡ଼ୁଛି ତ କେତେବେଳେ ନାହିଁ। ଗଞ୍ଜେଇ ଧରିବାରେ ପୋଲିସ ନେଉଛି ମୁଖ୍ୟ ଭୂମିକା। ଅବକାରୀ ବିଭାଗ କୁ ସୁଯୋଗ ମିଳୁ ନାହିଁ।  ଯେତେବେଳେ ୩ ଜଣ ଅବକାରୀ କର୍ମଚାରୀ ଗଞ୍ଜେଇ ଗାଡ଼ି ପାର କରୁଥିବା ଅଭିଯୋଗରେ ପୂର୍ବରୁ ଅବକାରୀ ବିଭାଗ ଯେଉଁ ପଦକ୍ଷେପ ନେଇଥିଲା ଗଞ୍ଜେଇ ଧରିବା ପାଇଁ ତାହାର ଫୁଲଷ୍ଟପ ପଡିଥିଲା।ତେବେ ପୋଲିସ ବିଭାଗର କିଛି କର୍ମଚାରୀ ଗଞ୍ଜେଇ ମାଫିଆ ସହ ସଂପୃକ୍ତ ନେଇ ପୂର୍ବରୁ ପୋଲିସ ଅଧିକାରୀ ଓ କନେଷ୍ଟବଳ ଧରା ପଡ଼ି ଜେଲ ଯାଇଛନ୍ତି।

ଆଉ ଏବେ ତାହାର ପୁନରାବୃତ୍ତି ଘଟିଛି। ମାଛକୁଣ୍ଡ ଓ ଲମତପୁଟ ଥାନା ଅଞ୍ଚଳ ର ୭ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୨ ଜଣ ହୋମଗାର୍ଡଙ୍କୁ ଚାକିରିରୁ ବିଦା କରା ଯାଇଥିବା ସୂଚନା ମିଳିଛି। ନିଲମ୍ବିତ ହୋଇଥିବା ପୋଲିସ ମଧ୍ୟରେ ୩ ଜଣ ଏସ ଆଇ, ୨ ଜଣ ଏ ପି ଏଫ୍, ଓ ଅନ୍ୟ ୨ ଜଣ କନେଷ୍ଟବଳ। ଗଞ୍ଜେଇ ମାଫିଆ ସହ ପୋଲିସ ର ଲିଙ୍କ ଅଭିଯୋଗରେ ହୋଇଛି କାର୍ଯ୍ୟାନୁଷ୍ଠାନ।

କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚୋରା କାରବାର ରେ ବ୍ରେକ୍ ନ ଲାଗିବାର ଏହା ହେଉଛି ମୁଖ୍ୟ କାରଣ। ପୂର୍ବରୁ ମଧ୍ୟ କିଛି ପୋଲିସ ଏହି ଭଳି କାର୍ଯ୍ୟ କରି ଧରା ପଡ଼ିଥିଲେ। ଆଶଙ୍କା କରା ଯାଉଛି ଏହି ଦୁଇଟି ଥାନା ବ୍ୟତୀତ ଜିଲ୍ଲାର ଅନ୍ୟ କିଛି ଥାନା ର କର୍ମଚାରୀ ମାନଙ୍କ ମଧ୍ୟ ଗଞ୍ଜେଇ ମାଫିଆ ସହ ସଂପୃକ୍ତି ରହିଥିବା ଅନୁମାନ କରା ଯାଉଛି। ଯେହେତୁ ଗୋଟିଏ ଚୋରାରେ ନେଉଥିବା ଗଞ୍ଜେଇ ଗାଡ଼ି ଆନ୍ଧ୍ର କିମ୍ବା ଛତିଶଗଡ ରାଜ୍ୟକୁ ଯିବାକୁ ହେଲେ ୪/୫ ଟି ଥାନା ଏରିଆ ଅତିକ୍ରମ କରି ଯିବାକୁ ପଡ଼ିଥାଏ। ଏତେ ସବୁ ଥାନା ରହିଥିବା ଏବଂ ପେଟ୍ରାଲିଁ ଚାଲିଥିବା ସତ୍ବେ ଗଞ୍ଜେଇ ମାଫିଆ ମାନେ ଚୋରାରେ ଗଞ୍ଜେଇ ନେବାରେ ସକ୍ଷମ ହୋଇ ପାରୁଥିବା ଯୋଗୁଁ ସନ୍ଦେହ ବୃଦ୍ଧି ପାଉଛି। ଏପରିକି କୋରାପୁଟ ଜିଲ୍ଲାରୁ ପାର ହୋଇ ଆନ୍ଧ୍ର ରେ ଧରା ପଡିଥିବାର ଅନେକ ନଜିର ମଧ୍ୟ ରହିଛି।