Odisha News Live: ଫ୍ରାନ୍ସ ପାଇଲା ସର୍ବ କନିଷ୍ଠ Gay ପ୍ରଧାନମନ୍ତ୍ରୀ, ଗୋଟିଏ କ୍ଲିକରେ ପଢ଼ନ୍ତୁ ଆଜିର ତାଜା ଖବର
Advertisement
Article Detail0/zeeodisha/odisha2050395

Odisha News Live: ଫ୍ରାନ୍ସ ପାଇଲା ସର୍ବ କନିଷ୍ଠ Gay ପ୍ରଧାନମନ୍ତ୍ରୀ, ଗୋଟିଏ କ୍ଲିକରେ ପଢ଼ନ୍ତୁ ଆଜିର ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ। 

Odisha News Live: ଫ୍ରାନ୍ସ ପାଇଲା ସର୍ବ କନିଷ୍ଠ Gay ପ୍ରଧାନମନ୍ତ୍ରୀ, ଗୋଟିଏ କ୍ଲିକରେ ପଢ଼ନ୍ତୁ ଆଜିର ତାଜା ଖବର
LIVE Blog

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ। 

09 January 2024
19:47 PM

France New PM: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଗାବ୍ରିଏଲ୍ ଅଟଲଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ଗାବ୍ରିଏଲ୍ (୩୪ ବର୍ଷ) ହେଉଛନ୍ତି ଫ୍ରାନ୍ସର ପ୍ରଧାନମନ୍ତ୍ରୀ ହେବାରେ ସର୍ବକନିଷ୍ଠ ତଥା ପ୍ରଥମ ସମଲିଙ୍ଗୀ ବ୍ୟକ୍ତି। ସେ ପୂର୍ବରୁ ମାକ୍ରୋନ୍ ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ଗାବ୍ରିଏଲ ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ସମଲିଙ୍ଗୀ। ବାସ୍ତବରେ, ଗାବ୍ରିଏଲ୍ ଏଲିଜାବେଥ୍ ବର୍ନଙ୍କ ସ୍ଥାନ ନେଇଛନ୍ତି। ଇମିଗ୍ରେସନ କାରଣରୁ ସମ୍ପ୍ରତି ରାଜନୈତିକ ଉତ୍ତେଜନା କାରଣରୁ ଏଲିଜାବେଥ ବୋର୍ନ ସୋମବାର ଦିନ (୮ ଜାନୁଆରୀ) ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପଢ଼ନ୍ତୁ ପୂରା ଖବର...

 

19:14 PM

Singer Rashid Khan Passed Away: ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରସିଦ ଖାନଙ୍କର ଦୀର୍ଘ ଦିନର ଅସୁସ୍ଥତା ପରେ ଦେହାନ୍ତ ହୋଇଛି। ସେ ପ୍ରୋଷ୍ଟେଟ କ୍ୟାନସର ରୋଗରେ ପୀଡିତ ଥିଲେ। ସେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ। ନଭେମ୍ବରରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୫୫ ବର୍ଷ ବୟସରେ କୋଲକାତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖବର ଅନୁଯାୟୀ, ତାଙ୍କୁ ଅନେକ ଦିନ ଧରି ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉସ୍ତାଦ୍ ରସିଦ ଖାନଙ୍କ ଦେହାନ୍ତକୁ ସମବେଦନା ଜଣାଇବା ସହ ଏହା ସମଗ୍ର ଦେଶ ପାଇଁ କ୍ଷତି ବୋଲି କହିଛନ୍ତି। ପଢ଼ନ୍ତୁ ପୂରା ଖବର...

18:46 PM

Lakshadweep New Airport in Minicoy Island: ଭାରତକୁ ନାଲି ଆଖି ଦେଖାଉଥିବା ମାଳଦ୍ୱୀପକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଯଦିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ମାଳଦ୍ୱୀପ ଏହାର ତିନି ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି, ତଥାପି 'ବୟକଟ ମାଲଦ୍ୱୀପ' ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଲୋକମାନେ ସେମାନଙ୍କର ମାଳଦ୍ୱୀପ ଯାତ୍ରା ବାତିଲ କରି ଲାକ୍ଷାଦ୍ୱୀପ ଯିବା ବିଷୟରେ କହୁଛନ୍ତି। ଏହି ସମୟରେ ମୋଦୀ ସରକାର ଲୋକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ବାସ୍ତବରେ ସରକାର ଲାକ୍ଷାଦ୍ୱୀପରେ ଏକ ନୂତନ ବିମାନବନ୍ଦର ନିର୍ମାଣ କରିବାକୁ ଯାଉଛନ୍ତି। ପଢ଼ନ୍ତୁ ପୂରା ଖବର...

17:07 PM

Goa murder Case: ବେଙ୍ଗାଲୁରୁରେ ଏଆଇ ଷ୍ଟାର୍ଟଅପ୍ ର ସିଇଓ ସୂଚନା ସେଠଙ୍କୁ ତାଙ୍କ ଚାରି ବର୍ଷର ପୁଅର ହତ୍ୟା ଅଭିଯୋଗରେ ରବିବାର ରାତିରେ ଗିରଫ କରାଯାଇଛି। ପୁଅର ମୃତଦେହକୁ ଏକ ବ୍ୟାଗରେ ରଖି ଗୋଆରୁ କର୍ଣ୍ଣାଟକକୁ ପଳାଇବାକୁ ଚେଷ୍ଟା କରୁଥିବାବେଳେ ସେଠ୍ ଧରାପଡିଥିଲେ। ଗୋଆର ହୋଟେଲ କର୍ମଚାରୀମାନେ ଦେଖିଲେ ଯେ ସେ ତାଙ୍କ ପୁଅଙ୍କ ସହ ଚେକ୍ କରିଛନ୍ତି କିନ୍ତୁ ଚେକ୍ ଆଉଟ୍ କରିନାହାଁନ୍ତି। ଏହାପରେ, କୋଠରୀ ସଫା କରିବା ସମୟରେ କର୍ମଚାରୀମାନେ ରକ୍ତ ଦାଗ ମଧ୍ୟ ଦେଖିବାକୁ ପାଇଥିଲେ। ପଢ଼ନ୍ତୁ ପୂରା ଖବର...

17:06 PM

Mamata Banerjee On Ram Mandir Pran Pratishtha: ରାମ ମନ୍ଦିରର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ ବିଜେପି ଉପରେ ଟାର୍ଗେଟ୍ କରିଛନ୍ତି। ବାନାର୍ଜୀ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିରର ଉଦଘାଟନ କରି ବିଜେପି ଡ୍ରାମା କରୁଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କହିଛନ୍ତି ଯେ ସେ ଧର୍ମ ନାମରେ ବିଭାଜନକୁ ଅନୁମତି ଦେବେ ନାହିଁ। ସେ କହିଛନ୍ତି ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି, ମୁଁ ଏହା ଘଟିବାକୁ ଦେବି ନାହିଁ। ପଢ଼ନ୍ତୁ ପୂରା ଖବର...

17:04 PM

DRDO Unveils Ugram: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପ୍ରତିଦିନ ନୂଆ ସଫଳତା ହାସଲ କରୁଛି। ଏହି ପ୍ରସଙ୍ଗରେ ଭାରତ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛି। ଏଥିପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ର ପ୍ରୟାସ ଏବଂ ସଫଳତା ଉପରେ ଆଲୋଚନା ଜାରି ରହିଛି। ଏହି ସମୟରେ DRDO ସଶସ୍ତ୍ର ବାହିନୀ ପାଇଁ ସ୍ୱଦେଶୀ ଆକ୍ରମଣ ରାଇଫଲ ଲଞ୍ଚ କରିଛି। DRDO ସୋମବାର ଦିନ ଉଗ୍ରାମ ନାମକ 7.62 x 51 ମିଲିମିଟର କ୍ୟାଲେବରର ଏକ ଅତ୍ୟାଧୁନିକ ଆକ୍ରମଣ ରାଇଫଲ ଲଞ୍ଚ କରିଛି। ପଢ଼ନ୍ତୁ ପୂରା ଖବର...

 

14:07 PM

Arjun Award to Shami: ମହମ୍ମଦ ଶାମୀଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ

Arjun Award to Shami: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ୨୦୨୩ ବର୍ଷ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ଜାତୀୟ କ୍ରୀଡ଼ା ପୁରସ୍କାରରେ କ୍ରିକେଟର ମହମ୍ମଦ ଶାମିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆଜି ୯ ଜାନୁଆରୀ ୨୦୨୪ରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ଶାମିଙ୍କ ନାମ ଭାରତ କ୍ରିକେଟ୍ ପାଇଁ କଣ୍ଟ୍ରୋଲ୍ ବୋର୍ଡ ଦ୍ୱାରା ସୁପାରିଶ କରାଯାଇଥିଲା। ଅଧିକ ପଢନ୍ତୁ...

14:03 PM

Govt Job News: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ବମ୍ପର ନିଯୁକ୍ତି ସୁଯୋଗ

Govt Job News: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆଶାୟୀ ଥିବା ଯୁବପୀଢ଼ୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାହାରିଛି ଏକ ବମ୍ପର ନିଯୁକ୍ତି ସୁଯୋଗ। ପ୍ରାର୍ଥୀଙ୍କୁ ଆୟକର ବିଭାଗରେ ଟ୍ୟାକ୍ସ ଆସିଷ୍ଟାଣ୍ଟ, ଏମଟିଏସ, ଷ୍ଟେନୋଗ୍ରାଫର, ଇନ୍ସପେକ୍ଟର, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ ଆଦି ୨୯୧ ପୋଷ୍ଟ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ନିଜ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ। ଅଧିକ ପଢନ୍ତୁ...

13:19 PM

Gold Price Today: ୫୦ ହଜାର ତଳେ ଭରି ପିଛା ମୂଲ୍ୟ

Gold Price Today: ବାହାଘର ସିଜିନ୍ ପାଇଁ ସୁନା ସମସ୍ତେ କିଣିବାକୁ ଆଗ୍ରହୀ । ସୁନାର ଦର ଦିନକୁ ଦିନ ବଢି ଚାଲିଛି। କିନ୍ତୁ ଆଜି ଅର୍ଥାତ୍ ସପ୍ତାହର ଦ୍ବିତୀୟ ଦିନରେ ଶସ୍ତା ହୋଇଛି ସୁନା। ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର।  ଯଦି ଆପଣ ଆଜି ସୁନା-ଗହଣା କିଣିବାକୁ ଯୋଜନା କରୁଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି । ତେବେ ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍। ଅଧିକ ପଢନ୍ତୁ...

10:52 AM

Odisha News Live: ଏମ୍‍ଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Bhubaneswar News Live: ନୟାଗଡ଼ ପରିବହନ ବିଭାଗ ଏମ୍‍ଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଆୟ ବହିର୍ଭୁତ ମାମଲାକୁ ନେଇ ଭିଜିଲାନ୍ସ ଚଢ଼ଉ କରିଛି। ଏକ ସଙ୍ଗେ ରାଜ୍ୟ ଭିଜିଲାନ୍ସର ୬ ଡିଏସ୍‍ପି, ୩ ଇନ୍ସପେକ୍ଟର, ୮ ଏଏସ୍‍ଆଇ ଏବଂ ଅନ୍ୟ ଷ୍ଟାଫ୍‍ଙ୍କ ଦ୍ୱାରା ଆଜି ସକାଳୁ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରାଯାଇଛି। ଭୁବନେଶ୍ୱର, କଟକ ଏବଂ ନୟାଗଡ଼ରେ ଥିବା ତାଙ୍କ ଭଡ଼ାଘର ସମେତ ଅନ୍ୟ ସମ୍ପତ୍ତିରେ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଶୈଳଶ୍ରୀ ବିହାର, ପାଣ୍ଡରା ଘର ସମେତ ସେ ରହୁଥିବା ନୟାଗଡ଼ର ଭଡ଼ାଘର, ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ ପ୍ରକୋଷ୍ଠ, କଟକ ସେଲେପୁରରେ ଥିବା ତାଙ୍କ ପୈତ୍ୟକ ଘର, ଖୋର୍ଦ୍ଧା ଗୋବିନ୍ଦପୁର ଏବଂ ଭୁବନେଶ୍ୱର ପାଣ୍ଡରାରେରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଏକ ସଙ୍ଗା ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି। ଅଧିକ ପଢନ୍ତୁ...

10:45 AM

ଅଷ୍ଟ୍ରେଲିଆ ବିପକ୍ଷରେ ନିର୍ଣ୍ଣାୟକ ମ୍ୟାଚ ଖେଳିବ ଭାରତ

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଜାନୁଆରୀ ୯ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ନଭି ମୁମ୍ବାଇରେ ଆରମ୍ଭ ହେବ। ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ସହ ବନ୍ଧା ହୋଇଛନ୍ତି। ଏଠାରେ କହି ରଖୁ କି ଭାରତ ଗସ୍ତରେ ଥିବା ଅଷ୍ଟ୍ରେଲିଆ ମହିଳା ଦଳ କ୍ରିକେଟର ତିନୋଟି ଫର୍ମାଟରେ ସିରିଜ୍ ଖେଳିବାକୁ ଆସିଥିଲେ। ଆଜି ଏହି ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଏକଦିବସୀୟ ବିଜୟ ହାସଲ କରିଥିଲା ​​ଏବଂ ଭାରତ ଟେଷ୍ଟ ସିରିଜରେ ଜିତିଥିଲା। ଆଜି ଟି-୨୦ ସିରିଜର ଫାଇନାଲ। ତେବେ ଆସନ୍ତୁ ଜାଣିବା ଚୂଡ଼ାନ୍ତ ଏକାଦଶ କିପରି ରହିବ। ଅଧିକ ପଢନ୍ତୁ...

10:38 AM

ଉଚ୍ଚ ଶିକ୍ଷା ପାଇଁ 'କାଳିଆ ଛାତ୍ର ବୃତ୍ତି 'ରେ ମିଳିବ ଏତେ ଲକ୍ଷ ଟଙ୍କା

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ଶିକ୍ଷା ପାଇଁ ଆଉ ଖର୍ଚ୍ଚ କରିବାକୁ ପଡିବନି ଲକ୍ଷ ଲକ୍ଷ ଟଙ୍କା। ରାଜ୍ୟରେ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଛାତ୍ରବୃତ୍ତିର ପରିଧିକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି କେବଳ ସରକାରୀ ସ୍କୁଲ୍ ନୁହେଁ, ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ବି ପାଇପାରିବେ 'କାଳିଆ ଛାତ୍ର ବୃତ୍ତି'। ଅଧିକ ପଢନ୍ତୁ...

09:49 AM

ସରକାରୀ ଘର ଖାଲି ନ କରିବାରୁ ମହୁଆଙ୍କୁ ଜାରି ହେଲା ନୋଟିସ

ସରକାରୀ ବଙ୍ଗଳା ଖାଲି ନକରିବାରୁ ସୋମବାର କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କୁ ଏକ ସୋ' କାରଣ ଦର୍ଶାଅ ନିର୍ଦ୍ଦେଶାଳୟ (DOE) ଜାରି କରିଛି। ଗତ ବର୍ଷ ଡିସେମ୍ବର ୮ରେ ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ନେତା ମହୁଆ ମୋଇତ୍ରଙ୍କୁ ଜାନୁଆରୀ ୭ ସୁଦ୍ଧା ଗୃହ ଖାଲି କରିବାକୁ କୁହାଯାଇଥିଲା। ଡିଓଇ ବର୍ତ୍ତମାନ ସେମାନଙ୍କୁ ତିନି ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ କହିଛି। ଅଧିକ ପଢନ୍ତୁ...

09:06 AM

ନିଯୁକ୍ତି ପାଇବେ ୨ ହଜାରରୁ ଅଧିକ ହାଇସ୍କୁଲ୍ ଶିକ୍ଷକ

ଶିକ୍ଷକ ଓ ଶିକ୍ଷୟତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ନିଯୁକ୍ତି ହେବେ ୨୦୬୪ ଟ୍ରେନ ଗ୍ରାଜୁଏଟ୍ ଟିଚର। ରାଜ୍ୟରେ ବିଭିନ୍ନ ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକରେ  ଖାଲିପଡିଥିବା  ଶିକ୍ଷକ ପଦବୀକୁ ପୂରଣ କରାଯିବ।  ଟିଜିଟି(କଳା), ଟିଜିଟି ପିସିଏମ, ଟିଜିଟି ସିବିଜେଡ୍,ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ଶିକ୍ଷକ ସମେତ ପିଇଟି ଶିକ୍ଷକ ନିଯୁକ୍ତି ପାଇବେ।  ଏନେଇ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

09:04 AM

ହୁତି ଆତଙ୍କୀ ଓ ଜଳଦସ୍ୟୁଙ୍କ ପାଇଁ ୧୦ ଯୁଦ୍ଧପୋତ ନିୟୋଜିତ

ଆରବ ସାଗରରରେ ଜଳଦସ୍ୟୁଙ୍କ ଉତ୍ପାତ ଓ ଆତଙ୍କୀ କାର୍ଯ୍ୟକଳାପରୁ ବର୍ତ୍ତିବ ପାଇଁ ଭାରତୀୟ ନୌସେନା ଆରବ ସାଗରରେ ୧୦ଟି ଯୁଦ୍ଧ ଜାହାଜ ନିୟୋଜିତ କରିଛି। ଏହି ଜାହାଜଗୁଡ଼ିକ ଆରବ ସାଗର ଏବଂ ଆଡେନ ଗଲ୍ଫରେ ନିୟୋଜିତ କରାଯାଇଛି। ସମସ୍ତ ଯୁଦ୍ଧ ଜାହାଜ ସାମୁଦ୍ରିକ କମାଣ୍ଡୋ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ କୌଣସି ମୁକାବିଲାକୁ ସାମ୍ନାକୁ କରିବାକୁ ପ୍ରସ୍ତୁତ ରହିଛନ୍ତି। ନିୟୋଜିତ ହୋଇଥିବା ଜାହାଜରେ INS କୋଲକାତା, INS କୋଚି, INS ଚେନ୍ନାଇ, INS ମର୍ମୁଗାଓ, INS ତାଲୱାର ଏବଂ INS ତାରକାଶ ରହିଛି। ଅଧିକ ପଢନ୍ତୁ...

08:01 AM

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ

କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା  ଭୋର ୫ଟା ୩୧ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଲିଙ୍କରେ କ୍ଲିକ କରି ଦେଖନ୍ତୁ ଭିଡ଼ିଓ

07:32 AM

ପଢିନିଅନ୍ତୁ ଆଜିର ରାଶିଫଳ...

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୯ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢିନିଅନ୍ତୁ ପୂରା ରାଶିଫଳ...

07:29 AM

Weather Update: କୁହୁଡି଼ ପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)।  ଥଣ୍ତା କମିଥିଲେ ମଧ୍ୟ ଘନ କୁହୁଡିରେ(fog) ଦିଶୁନି ରାସ୍ତାଘାଟ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡି଼ଶାର ପାଗ ମୁଖ୍ୟତ ଶୁଖିଲା ରହିବ।  ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ, ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡି଼ ହେବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଅଧିକ ପଢନ୍ତୁ...

06:36 AM

ପୁନର୍ବାର ଜେଲ୍ ଯିବେ ବିଲକିସ୍ ମାମଲାର ଅପରାଧୀ

ବିଲକିସ୍ ବାନୋ ମାମଲାରେ ୧୧ ଦୋଷୀ ପୁନର୍ବାର ଜେଲକୁ ଫେରିବେ। ତାଙ୍କ ମୁକ୍ତି ସମ୍ପର୍କରେ ଗୁଜରାଟ ସରକାରଙ୍କ ଆଦେଶକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି। ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଜଡ଼ିତ ଏହି ଦୋଷୀଙ୍କୁ ୧୫ ବର୍ଷ ଜେଲରେ ରହିବା ପରେ ଅଗଷ୍ଟ ୨୦୨୨ ରେ ମୁକ୍ତ କରାଯାଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ମହାରାଷ୍ଟ୍ରରେ ଏହି ମକଦ୍ଦମା କରାଯାଇଥିଲା, ତେଣୁ ଗୁଜୁରାଟ ସରକାର ଦୋଷୀଙ୍କୁ ମୁକ୍ତ କରିବା ନେଇ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ। ଅଧିକ ପଢନ୍ତୁ...