Gold Price Today: ସପ୍ତାହର ଦ୍ବିତୀୟ ଦିନରେ ଖସିଲା ସୁନା ଦର, ୫୦ ହଜାର ତଳେ ଭରି ପିଛା ମୂଲ୍ୟ
Advertisement
Article Detail0/zeeodisha/odisha2050856

Gold Price Today: ସପ୍ତାହର ଦ୍ବିତୀୟ ଦିନରେ ଖସିଲା ସୁନା ଦର, ୫୦ ହଜାର ତଳେ ଭରି ପିଛା ମୂଲ୍ୟ

Gold Price Today: ଆଜି ଅର୍ଥାତ୍ ସପ୍ତାହର ଦ୍ବିତୀୟ ଦିନରେ ଶସ୍ତା ହୋଇଛି ସୁନା (Gold Price Today)। ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର।  ଯଦି ଆପଣ ଆଜି ସୁନା-ଗହଣା କିଣିବାକୁ ଯୋଜନା କରୁଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ।  ତେବେ ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍...

Gold Price Today: ସପ୍ତାହର ଦ୍ବିତୀୟ ଦିନରେ ଖସିଲା ସୁନା ଦର, ୫୦ ହଜାର ତଳେ ଭରି ପିଛା ମୂଲ୍ୟ

Gold Price Today: ବାହାଘର ସିଜିନ୍ ପାଇଁ ସୁନା ସମସ୍ତେ କିଣିବାକୁ ଆଗ୍ରହୀ । ସୁନାର ଦର ଦିନକୁ ଦିନ ବଢି ଚାଲିଛି। କିନ୍ତୁ ଆଜି ଅର୍ଥାତ୍ ସପ୍ତାହର ଦ୍ବିତୀୟ ଦିନରେ ଶସ୍ତା ହୋଇଛି ସୁନା (Gold Price Today)। ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର।  ଯଦି ଆପଣ ଆଜି ସୁନା-ଗହଣା କିଣିବାକୁ ଯୋଜନା କରୁଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି । ତେବେ ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍...

ALSO READ : Kalia Scholarship 2024: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଉଚ୍ଚ ଶିକ୍ଷା ପାଇଁ 'କାଳିଆ ଛାତ୍ର ବୃତ୍ତି 'ରେ ମିଳିବ ଏତେ ଲକ୍ଷ ଟଙ୍କା

ଆଜିର ସୁନା-ରୂପା ରେଟ୍: 
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା  ୧୦ ଗ୍ରାମ ପିଛା ୫୭,୯୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ମୂଲ୍ୟ ୬୨,୧୯୦ ଟଙ୍କା ରହିଛି। ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା  ୧୦ ଗ୍ରାମ ପିଛା ୫୭,୭୦୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ମାତ୍ର ୧୦୦ ଟଙ୍କା ହ୍ରାସ ପାଇଛି। କିନ୍ତୁ ସେପଟେ ରୂପା ଦର ୨୦୦ ଟଙ୍କା କେଜି ପିଛା ବୃଦ୍ଧି ହୋଇ ୭୬,୬୦୦ରେ ପହଞ୍ଚିଛି ।  ଦକ୍ଷିଣ ଭାରତର ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା  ୧୦ ଗ୍ରାମ ପିଛା ୫୮,୨୦୦ ଥିଲା ବେଳେ, ୨୪ କ୍ୟାରେଟର ଦାମ୍ ୬୩,୪୯୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୧୦୦ ଓ ୨୪ କ୍ୟାରେଟରେ ୧୧୦ ଟଙ୍କା ହ୍ରାସ ପାଇଛି। 

ଅନ୍ୟପଟେ, ଓଡିଶାର ରାଜଧାନୀ ବି ଭୁବନେଶ୍ବରରେ ମଧ୍ୟ ସୁନାଦର ଖସିଛି। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୭,୭୦୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୫୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦୦ ଟଙ୍କା ହ୍ରାସ ପାଇଛି। ସେହିପରି ୧୮ କ୍ୟାରେଟ୍ ସୁନାରେ ମାତ୍ର ୮୦ ଟଙ୍କା ହ୍ରାସ ହୋଇଛି। ବଜାର ଦର,  ୧୦ ଗ୍ରାମ ପିଛା ୪୭,୨୧୦ ଟଙ୍କା ରହିଛି। ସେହିପରି, ରୂପାରେ ବି ୨୦୦ ଟଙ୍କା କେଜି ପ୍ରତି ବୃଦ୍ଧି ପାଇ ୭୮,୮୦୦ ଟଙ୍କାରେ ପହଞ୍ଚିଛି। କଟକରେ ବି ସୁନା ଦର ଭୁବନେଶ୍ବର ରେଟ୍ ସହ ସମାନ ରହିଛି।