Live Now

Odisha News Live Updates: ଖୋଲିଲା ଶ୍ରୀମନ୍ଦିର ରତ୍ନ ଭଣ୍ତାର, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଖୋଲିଲା ଶ୍ରୀମନ୍ଦିର ରତ୍ନ ଭଣ୍ତାର, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
14 July 2024 11:08 PM (IST)

Odisha News Live Updates: ପୁଲିସ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ 
ସୁନ୍ଦରଗଡ଼ ସୀମାନ୍ତ ଜରେଇକେଲାରୁ ୩୦ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ମନୋହରପୁର ଥାନା ଅଧିନସ୍ଥ ସରଣ୍ଡା ଜଙ୍ଗଲସ୍ଥ ପଥରବସା ଗାଁରେ ରବିବାର ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଇଛି। ଏହି ଗୁଳି ବିନିମୟ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଗୁଳି ବିନିମୟ ପରେ ମାଓବାଦୀମାନେ ଜଙ୍ଗଲ ଭିତରେ ଛତ୍ରଭଙ୍ଗ ଦେଇଥିଲେ। ଫଳରେ ଏହି ଅଞ୍ଚଳରେ ପୁଲିସ ଏବଂ ସିଆର୍‌ପିଏଫ୍ ଯବାନମାନେ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ କିଛି ମାଓବାଦୀ ସରଣ୍ଡା ଜଙ୍ଗଲର ପଥରବସା ଠାରେ କ୍ୟାମ୍ପ୍‌ କରି ରହିଛନ୍ତି।

14 July 2024 11:08 PM (IST)

Odisha News Live Updates: ଆମେରିକା ନାଇଟ୍ କ୍ଲବରେ ଗୁଳିକାଣ୍ଡ, ୪ ମୃତ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାରା ବିଶ୍ବ ସ୍ତବ୍ଧ ଥିବାବେଳେ ସେଠାରେ ଆଉ ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଆଲାବାମାସ୍ଥିତ ବର୍ମିଂହାମ୍ ନାଇଟ୍ କ୍ଲବ୍ ରେ ଶନିବାର (ଜୁଲାଇ ୧୩, ୨୦୨୪) ଦିନ ହୋଇଥିବା ଗୁଳିବିନିମୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ବର୍ମିଂହାମ ପୁଲିସ ର ସୂଚନା ଅନୁଯାୟୀ, ରାତି ୧୧ଟାରେ ୨୭ତମ ଷ୍ଟ୍ରିଟ୍ ନର୍ଥସ୍ଥିତ ନାଇଟ୍ କ୍ଲବ୍ ଭିତରେ ଦୁଇ ଜଣ ମହିଳା ଓ ଫୁଟପାଥ୍ ରେ ଜଣେ ପୁରୁଷଙ୍କ ମୃତଦେହ ମିଳିଥିଲା।

14 July 2024 09:12 PM (IST)

Odisha News Live Updates: ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ, ରାତି ପାହିଲେ ବାହୁଡ଼ାଯାତ୍ରା
ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି। ବାହୁଡା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ବନ୍ଦ ହୋଇଛି। ଦର୍ଶନ ବନ୍ଦ ପରେ ଶ୍ରୀଜିଉଙ୍କ ଅନ୍ୟ ନିତି ସମ୍ଫନ୍ନ ହେବ। ଆଜି ସକାଳ ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶରଧାବାଲିରେ ଲୋକାରଣ୍ୟ ଦେଖାଯାଇଛି। ରାତି ପାହିଲେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ ପ୍ରସ୍ତୁତ ଅଛନ୍ତି। ଶୃଙ୍ଖଳିତ ବାହୁଡ଼ା ଯାତ୍ରା ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

14 July 2024 09:11 PM (IST)

Odisha News Live Updates: ରତ୍ନଭଣ୍ଡାର ଖୋଲିବା ଜରିଆରେ ବିଜେପି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛି: ଅମର ଶତପଥୀ
ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବାକୁ ନେଇ ସବୁଠି ଉତ୍ସାହ ଲାଗିରହିଛି । ଆଉ ଏହାରି ଭିତରେ ବିଜେପି ସରକାରର ଏହି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ। ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଚାହିଁ ରହିଥିଲେ। ରତ୍ନଭଣ୍ଡାର ଉପରେ ଯେଉଁ ପ୍ରହେଳିକା ଥିଲା, ତାହା ମଧ୍ୟ ଦୂର ହେବ। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଅମର ଶତପଥୀ।

14 July 2024 09:10 PM (IST)

Odisha News Live Updates: ଏକ୍ସରେ ରେକର୍ଡ କଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡ଼ିଆ ଏକ୍ସରେ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି। ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ୧୦୦ ମିଲିୟନ ଅର୍ଥାତ୍ ୧୦ କୋଟିରୁ ଅଧିକ ଫଲୋୟର୍ସ ହୋଇଯାଇଛନ୍ତି। ଏହି ସଫଳତା ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ମାଧ୍ୟମରେ ଆଲୋଚନା, ବିତର୍କ, ଆନ୍ତରିକତା, ଲୋକମାନଙ୍କର ଆଶୀର୍ବାଦ, ଗଠନମୂଳକ ସମାଲୋଚନା ଏବଂ ଅନେକ କିଛି ଜାଣିହୋଇଛି। ଭବିଷ୍ୟତରେ ଆସିବାକୁ ଥିବା ସେହିଭଳି ଆକର୍ଷଣୀୟ ସମୟ ପାଇଁ ଅପେକ୍ଷା କରିଛି। ତେବେ ମୋଦୀଙ୍କ ଏହି ଫଲୋୟର୍ସ ବଦଳରେ ସେ ବିଶ୍ୱର ଅନ୍ୟ ନେତାମାନଙ୍କୁ ବହୁ ପଛରେ ପକାଇଦେଇଛନ୍ତି।

14 July 2024 05:38 PM (IST)

Odisha News Live Updates: ସାପ ଭୟ ନାହିଁ, ଫେରିଗଲେ ସାପ ଉଦ୍ଧାରକାରୀ ଦଳ
ବାହାରକୁ ବାହାରିବା ପରେ ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନା। ‘ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ଅପେକ୍ଷା କରିଥିଲୁ’। ‘ଆମେ ଭିତରକୁ ଯାଇନଥିଲୁ, ବାହାରେ ଅପେକ୍ଷା କରିଥିଲୁ’। ଏବେ ଆମକୁ ବାହାରକୁ ଯିବାକୁ କୁହାଯାଇଥିଲା ବୋଲି ଶୁଭେନ୍ଦୁ ସୁଚନା ପ୍ରଦାନ କରିଛନ୍ତି। 

14 July 2024 05:37 PM (IST)

Odisha News Live Updates: ଫେରିଗଲେ ଓଡ୍ରାଫ ଟିମ
ଶ୍ରୀମନ୍ଦିର ଭିତରୁ ବାହାରିଲେ ଓଡ୍ରାଫ୍‌ ଟିମ୍‌। ନିଜ ସାଜସରଞ୍ଜାମ ଧରି ଫେରିଗଲେ ଟିମ୍‌। ଆଜି ଆଉ ଆବଶ୍ୟକ ନପଡ଼ିବାରୁ ଟିମ୍‌ ଫେରିଗଲେ।

14 July 2024 05:36 PM (IST)

Odisha News Live Updates: ଖୋଲିଲା ରତ୍ନ ଭଣ୍ଡାର
ଭିତର ରତ୍ନଭଣ୍ଡାର ଖୋଲାଗଲା କହିଲେ ତଢ଼ଉ କରଣ। ‘ତାଲା ଭଙ୍ଗାଯାଇ ଭିତର ରତ୍ନଭଣ୍ଡାର ଖୋଲାଗଲା’। ଭିତରେ ପାଣି ଜକଉଛି, ଚଟାଣ ଓଦା ଅଛି ବୋଲି କହିଛନ୍ତି ତଢ଼ଉ କରଣ। ଭିତରେ ସବୁ ଠିକ୍‌ ଅଛି ବୋଲି କହିଲେ ତଢ଼ଉ କରଣ।

14 July 2024 04:27 PM (IST)

Odisha News Live Updates: ତାଲା ଭଙ୍ଗାଗଲା:ମୁଖ୍ୟ ପ୍ରଶାସକ
ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଗଲା କହିଲେ ମୁଖ୍ୟ ପ୍ରଶାସକ। ଗଣମାଧ୍ୟମକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା। ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ। ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲା ନାହିଁ। ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା।

14 July 2024 04:25 PM (IST)

Odisha News Liv Updates: ବିଏସଏନଏଲ ସହ ଚୁକ୍ତି କରିବା ଟାଟା
ବେସରକାରୀ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି ପରେ ଲୋକମାନେ ବିଏସଏନଏଲ ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି | କେବଳ ଏତିକି ନୁହେଁ, ଏୟାରଟେଲ ଏବଂ ଜିଓ ବ୍ୟବହାରକାରୀମାନେ ଅଧିକରୁ ଅଧିକ ମୋବାଇଲ୍ ନମ୍ବରକୁ ବିଏସଏନଲକୁ ପୋର୍ଟ କରୁଛନ୍ତି। ଏହା ବ୍ୟତୀତ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି ଯେ ଟାଟା କନସଲଟାନ୍ସି ସର୍ଭିସ ଏବଂ ବିଏସଏନଏଲ ମଧ୍ୟରେ ୧୫ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର ହୋଇଛି।

14 July 2024 04:19 PM (IST)

Odisha News Live Updates: ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ୭ମାସର ସ୍ଥାନାନ୍ତରିତ ଶିଶୁକନ୍ୟାର ମୃତ୍ୟୁ
ଘରୋଇ ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟଣା ପରେ ସ୍ଥାନାନ୍ତରିତ ହୋଇଥିବା ଏକ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଶିଶୁଭୁବନରେ ଭର୍ତ୍ତି ହୋଇଥିବା ୭ ଦିନର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଶିଶୁଟି ଭ୍ରଦକ ଅଞ୍ଚଳର ବୋଲି ଜଣାପଡିଛି। ଗତକାଲି ପୁରୀଘାଟରେ ଥିବା ନର୍ସିଂହୋମର ତୃତୀୟ ମହଲାରେ ଥିବା ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ରୋଗୀଙ୍କୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

14 July 2024 04:18 PM (IST)

Odisha News Live Updates: ବଢ଼ୁଛି ଆଇଏଏସଙ୍କ ସମସ୍ୟା: ଜବତ ହେଲା ଗାଡ଼ି
ବିବାଦ ଘେରରେ ଥିବା ମହାରାଷ୍ଟ୍ର କ୍ୟାଡରର ଆଇଏଏସ ପୂଜା ଖେଡ଼କରଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ପୂଜା ଯେଉଁ ଅଡ଼ି ଗାଡ଼ିରେ ଚଢ଼ି  ଜିଲ୍ଲାପାଳ କାର୍ଯ୍ୟାଳୟ ଯାଉଥିଲେ ତାହାକୁ ପୁଲିସ ଜବତ କରି ନେଇଛି। ଏହପରେ ଖେଡକର ପରିବାରର ଚାଳକ ଥାନାକୁ ଯାଇ ଅଡିଗାଡ଼ିର ଚାବି ପୁଲିସକୁ ଦେଇ ଦେଇଛନ୍ତି। କିନ୍ତୁ ଏଯାବତ ଖେଡକର ପରିବାର ଜବତ ହୋଇଥିବା ଅଡି ଗାଡ଼ିର ‌କୌଣସି କାଗଜପତ୍ର ଦାଖଲ ନକରିଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।

 

14 July 2024 01:47 PM (IST)

Odisha News Live Updates: ବାହାର ରତ୍ନ ଭଣ୍ଡାର ପରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ । ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ। 

14 July 2024 01:34 PM (IST)

Odisha News Live Updates: ବହୁ ପ୍ରତିକ୍ଷାର ଘଟିଲା ଅନ୍ତ। ଖୋଲିଲା ଶ୍ରୀମନ୍ଦିର ରତ୍ନ ଭଣ୍ତାର। ଆଜି ରତ୍ନ ଭଣ୍ତାର କେବଳ ଯାଂଚ ହେବ। ଆଜି ରତ୍ନ ଭଣ୍ତାର ଅଳଙ୍କାର ଗଣତି ହେବ ନାହିଁ। ଦିନ ୧ଟା ୨୮ ମିନିଟ୍ ରେ ଖୋଲିଲା ରତ୍ନ ଭଣ୍ତାର।

14 July 2024 01:25 PM (IST)

Odisha News Live Updates: ଦିନ ଗୋଟାଏ ୨୮ ମିନିଟ୍ ରହିଛି ଶୁଭ ମୂହୁର୍ତ୍ତ । ସଦସ୍ୟମାନେ ଭିତରକୁ ପ୍ରବେଶ କରିସାରିଛନ୍ତି । ମୋଟ ୧୧ ଜଣ ପ୍ରବେଶ କରିଛନ୍ତି ଶ୍ରୀମନ୍ଦିର ଭିତରେ ।

14 July 2024 01:23 PM (IST)

Odisha News Live Updates:  ଆସନ୍ତାକାଲି ପବିତ୍ର ବାହୁଡା଼ ଯାତ୍ରା। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରଠାରେ ଇସ୍କନ୍ ବାହୁଡ଼ା ଯାତ୍ରା ଏବଂ ଆସନ୍ତା ୧୭ତାରିଖରେ ଇସ୍କନ ମନ୍ଦିର ପରିସରେ ପବିତ୍ର ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଇସ୍କନ ମନ୍ଦିର ଯିବା ରାସ୍ତା ଏବଂ ଏହାର ମନ୍ଦିର ଚତୁପାର୍ଶ୍ଵରେ ବହୁ ମାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନସମାଗମ ହେବ। ଏହି ଭିଡ଼କୁ ଦୃଷ୍ଟିରେ ରଖି ଆଜି କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

14 July 2024 12:30 PM (IST)

Odisha News Live Updates:  ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ । ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା । ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି
ପ୍ରଶାସନ ପକ୍ଷରୁ ୧୫ଟି ସିନ୍ଦୁକ ବରାଦ କରାଯାଇଥିବା କହିଲେ । ୨୦ କାରିଗରଙ୍କ ୪୮ ଘଣ୍ଟାର ପରିଶ୍ରମରେ ୬ଟି ତିଆରି ହୋଇଛି। ଆଉ ୯ଟି ସିନ୍ଦୁକ ତିଆରି କାମ ଚାଲିଛି, ଖୁବ୍‌ ଶୀଘ୍ର ପହଞ୍ଚିବ। ଶାଗୁଆନ କାଠରେ ତିଆରି ସିନ୍ଦୁକରେ ପିତଳ ଛାଉଣୀ ହୋଇଛି ।

14 July 2024 12:22 PM (IST)

Odisha News Live Updates: ଆଜି ଗଣତି ହେବନି, ଖାଲି ଖୋଲାଯିବ ରତ୍ନଭଣ୍ଡାର। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ‘ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ’। 'ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା'।

14 July 2024 12:20 PM (IST)

Odisha News Live Updates:  ଆଉ କିଛି ସମୟ ପରେ ଖୋଲିବ ରତ୍ନ ଭଣ୍ତାର। ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ । ତଦାରଖ କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ୧୧ ସଦସ୍ୟ। ସଦସ୍ୟମାନେ ଶ୍ରୀମନ୍ଦିର ପରିସରରେ ଏବେ ଆଲୋଚନା କରୁଛନ୍ତି। 

14 July 2024 12:09 PM (IST)

 Odisha News Live Updates: ୪୬ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ଏନେଇ ଶୁଭ ମୂହୁର୍ତ୍ତ ନିର୍ଘଣ୍ଟ ହୋଇଛି। ତଦାରଖ କମିଟି ବୈଠକ ପରେ ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୮ ମିନିଟ୍ ଶୁଭ ମୂହୁର୍ତ୍ତ। ଏହି ସମୟରେ ରତ୍ନ ଭଣ୍ଡାର ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯିବ। ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେହିପରି ତଦାରଖ କମିଟିର ୨ ଜଣ ସଦସ୍ୟ ଯିବେ। ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯିବେ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତି କ୍ରମେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସି ସାରିଛି। ଆଉ କିଛି ସମୟପରେ ଭଣ୍ଡାର ଖୋଲିବ। ଏଥିରେ ଯୋଗଦେବାକୁ ଯିବା ସମୟରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ବଡ଼ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ହେବାକୁ ଥିବା ବୈଠକରେ ଜେଗାଦେବାକୁ ଯିବା ସମୟରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋ ପାଖରେ ରତ୍ନଭଣ୍ଡାର ଚାବି ନାହିଁ। 

14 July 2024 11:47 AM (IST)

 Odisha News Live Updates:  ସରକାରଙ୍କ ନିଷ୍ପତ୍ତି କ୍ରମେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସି ସାରିଛି। ଆଉ କିଛି ସମୟପରେ ଭଣ୍ଡାର ଖୋଲିବ। ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏ ନେଇ ବଡ଼ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଯିବା ସମୟରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋ ପାଖରେ ରତ୍ନଭଣ୍ଡାର ଚାବି ନାହିଁ। 

14 July 2024 11:10 AM (IST)

Odisha News Live Updates: ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିଛି। ସେବାୟତମାନେ ଏହି ଆଜ୍ଞାମାଳ ନେଇ ଶ୍ରୀମନ୍ଦିରର ଅଭିମୁଖେ ଆସୁଥିବା ସୂଚନା ମିଳିଛି। ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ କମିଟିର ମୁଖ୍ୟ ଜଷ୍ଟିସ୍‌ ବିଶ଼୍ବନାଥ ରଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ମହାପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି।

 

14 July 2024 10:17 AM (IST)

Odisha News Live Updates:  ବରଗଡ଼ ବିକାଶ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ରାସ୍ତା ରୋକ କଲେ ଗାଁ ଲୋକେ । ସୂଚନା ମତେ ବରଗଡ଼ ଜିଲ୍ଲା ବରଗାଁ ଅଂଚଳର କିଡ଼ନୀ ରୋଗୀ ଜୟ କୁମାର ବିଶ୍ୱାଳ କିଛି ଦିନ ପୂର୍ବରୁ ବରଗଡ଼ ବିକାଶ ହସ୍ପିଟାଲ ର ICU ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ। ଗତକାଲି ଡାକ୍ତର ଦିନ ସାଢେ ଏଗାର ଟା ରେ ତାଙ୍କୁ ମୃତ ଘୋଷଣା କରିବାରୁ ମୃତଦେହ ଗାଁ ତଥା ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ରୋଗୀ ରୋଗୀର ଶରୀର କାହିଁକି ଫୁଲିଛି? ପୂର୍ବରୁ ସେ ମୃତ ହୋଇଥିବା ବେଳେ କାହିଁକି ବହୁତ ସମୟ ପରେ ତାଙ୍କୁ ଏ ବାବଦ ରେ ଖବର ଦିଆ ଗଲା ବୋଲି ରାସ୍ତା ରୋକ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ଆସିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା । ଏ ବାବଦରେ ପ୍ରତିକ୍ରିୟା ଦେଇ ହସ୍ପିଟାଲ ଅଧିକାରୀ କହିଛନ୍ତି ଯେ ସେ ଜଣେ ଗୁରୁତର କିଡ଼ନୀ, ସେଥିପାଇଁ ତାଙ୍କର ଶରୀର ଫୁଲି ଯାଇଛି, ଯଦି ତାଙ୍କର ସନ୍ଦେହ ହେଉଛି ତା ହେଲେ ପୋଷ୍ଟମର୍ଟମ କରି ଅନୁସନ୍ଧାନ କରାଯାଉ । ତା ସହ ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପ୍ରଥମେ ସେମାନେ ତାଙ୍କ ବିଲ ଉପରେ ରିହାତି ମାଗିଥିଲେ ତାଙ୍କୁ ରିହାତି ମଧ୍ୟ ଦିଆଯାଇଥିଲା ।

14 July 2024 09:56 AM (IST)

Odisha News Live Updates: ନନ୍ଦନକାନନକୁ ଆସିଲେ ନୂଆ ଅତିଥି।  ଶନିବାର ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୮ ନୂଆ ଅତିଥି ଆସିଛନ୍ତି। ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ  ଏବଂ ରାଞ୍ଚିର ଭଗବାନ୍ ବିର୍ସା ପ୍ରାଣୀ ଉଦ୍ୟାନ ପାର୍କ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯାଇ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଅନୁମତି ଦେଇଥିବା ବେଳେ ମଙ୍ଗଳବାର ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଦଳବଦଳ ପ୍ରକ୍ରିୟା ଜାରି ରହିଥିଲା।  ମଙ୍ଗଳବାର ଦିନ ନନ୍ଦନକାନନରୁ ରାଞ୍ଚିକୁ ଜୀବଜନ୍ତୁକୁ ପଠାଯାଇଥିବା ବେଳେ ଶନିବାର ଦିନ ୧୮ ନୂଆ ଅତିଥିଙ୍କୁ ଯାଇଥିବା ଟିମ୍ ଫେରିଛି।

14 July 2024 09:38 AM (IST)

Odisha News Live Updates: ଆଜି ସନ୍ଧ୍ୟା ଦର୍ଶନ। ଅର୍ଥାତ୍‍ ଭକ୍ତଙ୍କ ଲାଗି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନର ଶେଷ ଦିନ। ପରମ୍ପରା ଅନୁସାରେ ଆଜି ବିଳମ୍ବିତ ସନ୍ଧ୍ୟା ଯାଏ ଦର୍ଶନ ଚାଲେ। କିନ୍ତୁ ପ୍ରଶାସନର ନିଷ୍ପତ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସନ୍ଧ୍ୟା ୫ଟା ପରେ ଦର୍ଶନ ବାରଣ କରାଯାଇଛି। ସନ୍ଧ୍ୟା ନୀତି ଶେଷ କରାଯାଇ ଆଜିଠାରୁ ବାହୁଡ଼ା ଲାଗି ପ୍ରସ୍ତୁତି ଆରମ୍ଭ ହେବ। 

14 July 2024 09:06 AM (IST)

Odisha News Live Updates: ଦିଲ୍ଲୀ ଭଳି ଜମ୍ମୁ ଓ କଶ୍ମୀର ରାଜ୍ୟର ଉପରାଜ୍ୟପାଳଙ୍କ କ୍ଷମତା ରହିବ। ରାଜ୍ୟରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସେବାଧିକାରୀଙ୍କ ବଦଳି ଓ ପୋଷ୍ଟିଂ ଉପରେ ରାଜ୍ୟପାଳ ହିଁ ଶୀର୍ଷ ନିର୍ଦ୍ଧାରକ ହେବେ। ଏଥିନେଇ ଗୃହ ବିଭାଗ ଆବଶ୍ୟକ ଆଇନର ସଂଶୋଧନ କରିଛନ୍ତି। 

 

14 July 2024 08:39 AM (IST)

Odisha News Live Updates: କଟକସ୍ଥିତ ପୁରୀଘାଟ ଥାନା ଅଞ୍ଚଳରେ ଥିବା ତ୍ରିଶା ହସ୍‍ପିଟାଲରେ ନିଆଁ ଲାଗିବା ଘଟଣା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି। ପ୍ରାୟ ୨ ଘଣ୍ଟାରୁ ଅଧିକ ଉଦ୍ୟମ ପରେ ରୋଗୀ ଓ ନବଜାତକଙ୍କୁ ଅଗ୍ନିଶମ କର୍ମଚାରୀ ସ୍ଥାନାନ୍ତରଣ କରିଥିଲେ। ଏହି ହସ୍‍ପିଟାଲରେ ଅଗ୍ନି ନିର୍ବାପକ ଥିଲେ ମଧ୍ୟ ତାହାକୁ ବ୍ୟବହାର କରାଯାଇ ନଥିବା ଅଭିଯୋଗ ହୋଇଛି। 

 

14 July 2024 08:00 AM (IST)

Odisha News Live Updates:  ରାଜ୍ୟରେ ଜାରି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭଲ ବର୍ଷା ରେକର୍ଡ଼ ହୋଇଛି। ଗଂଜାମ ଜିଲ୍ଲା ବେଲଗୁଣ୍ତା ସର୍ବାଧିକ ୮୩.୨ ମିମି ବର୍ଷା ରେକର୍ଡ଼ ହୋଇଛି।  ଆସନ୍ତା ୧୭ ତାରିଖ ଯାଏଁ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବଂ ଆସନ୍ତା ୨ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ,  ଏକ ଘୂର୍ଣ୍ଣିବଳୟ ଝାଡ଼ଖଣ୍ତ ତଥା ପାଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୩.୧ କିମି ଉପରେ ସକ୍ରିୟ ରହିଛି। ସେହିପରି, ଆଉ ଏକ ଘୂର୍ଣ୍ଣିବଳୟ  ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ତଥା ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ  ସମୁଦ୍ର ପତ୍ତନ ଠାରୁ ୫.୮ କିମି ଉପର ଯାଏଁ ସକ୍ରିୟ ରହିଛି।  ଏହାସହ ମୌମୁମୀ ଜନିତ ନିମ୍ନରେଖା ଚାପରେଖା ଗଙ୍ଗନଗରରୁ  ବାହାରି  ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ସମୁଦ୍ରପତ୍ତନ ଠାରୁ ୦.୯ କିମି ଉପରେ ଲମ୍ବିଛି।  ଏହି ପାଣିପାଗ ନିୟାମକ ଗୁଡିକର ପ୍ରଭାବରେ ରାଜ୍ୟରେ ଶନିବାର ବର୍ଷା ଲାଗି ରହିଛି। ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟରେ ଭାରି ବର୍ଷା ହେବ।

14 July 2024 07:18 AM (IST)

Odisha Daily News Live: ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ତାର । କିନ୍ତୁ କେତେବଳେ ସମୟ ନିର୍ଘଣ୍ଟ ହେବ ତାହା ମୁଖ୍ୟ ପ୍ରଶାସକ ସ୍ଥିର କରିବେ। ସେବାୟତ ଓ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଶୁଭ ସମୟ ସ୍ଥିର କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି। ଶନିବାର ରାତିରେ ଏଥିନେଇ ଉଚ୍ଚ କ୍ଷତା ସମ୍ପନ୍ନ କମିଟି ଦେଇଥିବା ସାଧାରଣ କାର୍ଯ୍ୟ ନିର୍ବାହ ନୀତିକୁ ସରକାର ଅନୁମୋଦନ ଦେଇଛନ୍ତି। ଶ୍ରୀମନ୍ଦିରର ପରମ୍ପରା, ନୀତି ଏହାଦ୍ୱାରା ଯେମିତି କ୍ଷୁର୍ଣ୍ଣ ହେବ ନାହିଁ ସେ ନେଇ ବିଶେଷ ଧ୍ୟାନ ଦିଆଯାଇଥିବା ସେ କହିଛନ୍ତି। ସରକାରଙ୍କ ଅନୁମୋଦନ ପରେ ବିଳମ୍ବିତ ରାତିରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସଦସ୍ୟ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରି ଯେଉଁଠି ଅସ୍ଥାୟୀ ଭାବେ ରତ୍ନ ଓ ଅଳଙ୍କାରକୁ ରଖାଯିବ ତାହା ଅନୁଧ୍ୟାନ କରିଛନ୍ତି। 

 

14 July 2024 06:58 AM (IST)

 

Horoscope Today 14 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୪ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ :Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

 

Add Zee News as a Preferred Source

About the Author