ଭିଜିଲାନ୍ସ ଜାଲରେ ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ
Advertisement
Article Detail0/zeeodisha/odisha2352140

ଭିଜିଲାନ୍ସ ଜାଲରେ ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

Odisha vigilance: ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ, ବିଚାରପତିଙ୍କ ଦ୍ବାରା ଜାରି ହୋଇଥିବା ୱାରେଣ୍ଟ ସହାୟତାରେ ଭୁବନେଶ୍ୱର, ପୁରୀ, ଅନୁଗୁଳ, କଟକ ଏବଂ ବଲାଙ୍ଗୀର ଜିଲ୍ଲାର ୯ ଟି ସ୍ଥାନରେ ଚଢ଼ାଉ କରାଯାଉଛି। 

ଭିଜିଲାନ୍ସ ଜାଲରେ ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ବଡ଼ ଧରଣର ଚଢ଼ଉ କରିଛି ଭିଜିଲାନ୍ସ। ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ୍‌ପି, ୮ ଡିଏସ୍‌ପି, ୬ ଇନସ୍ପେକ୍ଟର, ୧୦ ଏଏସ୍‌ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଚଢ଼ାଉ କରାଯାଉଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ, ବିଚାରପତିଙ୍କ ଦ୍ବାରା ଜାରି ହୋଇଥିବା ୱାରେଣ୍ଟ ସହାୟତାରେ ଭୁବନେଶ୍ୱର, ପୁରୀ, ଅନୁଗୁଳ, କଟକ ଏବଂ ବଲାଙ୍ଗୀର ଜିଲ୍ଲାର ୯ ଟି ସ୍ଥାନରେ ଚଢ଼ାଉ କରାଯାଉଛି।

ସେହିପରି ଭୁବନେଶ୍ୱରର ନିଲାଦ୍ରିବିହାରଠାରେ ତାଙ୍କର ଆବାସିକ ତିନି ମହଲା କୋଠା ରହିଛି। ଏହା ସହିତ ଭୁବନେଶ୍ୱରର ନୟାପଲ୍ଲୀରେ ତାଙ୍କର ଦୁଇ ମହଲା କୋଠା, ପୁରୀର ଭିଆଇପି ରୋଡରେ ଏକ ଫ୍ଲାଟ୍, ପୁରୀର ଗ୍ରାଣ୍ଡ ରୋଡରେ ଥିବା ଫ୍ଲାଟ୍, କଟକର ଗୁରୁଡିଝାଟିଆରେ ତାଙ୍କର ପୈତୃକ ଘରେ, ଅନୁଗୁଳର କିଶୋରନଗରରେ ତାଙ୍କ ପୁଅଙ୍କ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଉଛି।