Raja Rajeswari Besha: ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର, ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା
Advertisement
Article Detail0/zeeodisha/odisha2218059

Raja Rajeswari Besha: ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର, ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା

Raja Rajeswari Besha: ଆଜି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ (Maa Mangala) ରାଜ ରାଜେଶ୍ବରୀ ବେଶ (Raja Rajeswari Besha) ଅନୁଷ୍ଠିତ ହୋଇଯାଇଛି । ବହୁ ଦୂରଦୂରାନ୍ତରୁ ଆସି ଶ୍ରଦ୍ଧାଳୁ ମାନେ ମାଆଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଛନ୍ତି । 

Raja Rajeswari Besha: ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର, ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା

Maa Mangala Raja Rajeswari Besha: ଆଜି ପବିତ୍ର ଚୈତ୍ର ମାସର (Chaitra Month) ଶେଷ ମଙ୍ଗଳବାର । ଏହି ଅବସରରେ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ (Maa Mangala) ରାଜ ରାଜେଶ୍ବରୀ ବେଶ (Raja Rajeswari Besha) ଅନୁଷ୍ଠିତ ହୋଇଯାଇଛି । ବହୁ ଦୂରଦୂରାନ୍ତରୁ ଆସି ଶ୍ରଦ୍ଧାଳୁ ମାନେ ମାଆଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଛନ୍ତି । ଏହା ସହ ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶେଷ ହୋଇଛି । ମାଆଙ୍କ ସମ୍ପୂର୍ଣ୍ଣ ରୀତି କରାଯାଇଥିବା ବେଳେ ପୂଜା କରିବାକୁ ମାନସିକ ଧାରୀଙ୍କ ଲମ୍ବା ଲାଇନ୍ ଲଗାଇଥିଲା ।

ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା (Jammu Jatra) ପାଇଁ ଭୋର ୩ଟାରୁ ମା’ଙ୍କର ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା କରାଯାଇଥିଲା। ପରେ ଭୋର ୪ଟାରେ ମା’ ରାଜ ରାଜେଶ୍ଵରୀ ବେଶରେ ଦର୍ଶନ ଦେଇଥିଲେ। ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୀଠରେ କଡ଼ା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Also Read- Heat Wave: ଆହୁରି କଲବଲ କରିବ ତାତି, ୨୭ ଯାଏଁ ନାହିଁ ନିସ୍ତାର!

Also Read- Chandan Yatra: ଚନ୍ଦନଯାତ୍ରା ନେଇ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ