Durga Puja 2023: ମୟୂରଭଞ୍ଜରେ ମୃଣ୍ମୟୀ ଦୂର୍ଗାପୂଜାର ପରମ୍ପରା ବେଶ୍ ନିଆରା, ଜାଣନ୍ତୁ ଏହାର ଇତିହାସ
Advertisement

Durga Puja 2023: ମୟୂରଭଞ୍ଜରେ ମୃଣ୍ମୟୀ ଦୂର୍ଗାପୂଜାର ପରମ୍ପରା ବେଶ୍ ନିଆରା, ଜାଣନ୍ତୁ ଏହାର ଇତିହାସ

Odisha News: ଆଜି ମହାମାୟାଙ୍କ ମହାନବମୀ ପୂଜା। ଏନେଇ ଉତ୍ସବ ମୁଖର ସାରା ରାଜ୍ୟ । ମୃଣ୍ମୟୀ ଦୂର୍ଗାପୂଜାର ପରମ୍ପରା ମୟୂରଭଞ୍ଜରେ (Mayurbhanj) ବହୁ ପୁରାତନ ହୋଇଥିବା ବେଳେ, ରାଜଦରବାର ସମୟରୁ ବାରିପଦାରେ ସାର୍ବଜନୀନ ମୃଣ୍ମୟୀ ଦୁର୍ଗା ପୂଜା ହୋଇ ଆସୁଛି। 

Durga Puja 2023: ମୟୂରଭଞ୍ଜରେ ମୃଣ୍ମୟୀ ଦୂର୍ଗାପୂଜାର ପରମ୍ପରା ବେଶ୍ ନିଆରା, ଜାଣନ୍ତୁ ଏହାର ଇତିହାସ

(କେନ୍ଦୁଝର, ଅଭୟ ମହାନ୍ତି) Odisha News: ଆଜି ମହାମାୟାଙ୍କ ମହାନବମୀ ପୂଜା। ଏନେଇ ଉତ୍ସବ ମୁଖର ସାରା ରାଜ୍ୟ । ମୃଣ୍ମୟୀ ଦୂର୍ଗାପୂଜାର ପରମ୍ପରା ମୟୂରଭଞ୍ଜରେ (Mayurbhanj) ବହୁ ପୁରାତନ ହୋଇଥିବା ବେଳେ, ରାଜଦରବାର ସମୟରୁ ବାରିପଦାରେ ସାର୍ବଜନୀନ ମୃଣ୍ମୟୀ ଦୁର୍ଗା ପୂଜା ହୋଇ ଆସୁଛି। ଚଳିତ ବର୍ଷ ବାରିପଦା ସହରର ମୋଟ ୨୬ଟି ସ୍ଥାନରେ ଦୂର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ, ତୁଳସୀଚୌରା ଓ ପାଲବଣି ଠାରେ ହେଉଥିବା ଦୂର୍ଗା ପୂଜାରେ ସୁଦୃଶ୍ୟ ତୋରୋଣ ସାଜସଜ୍ଜା ମେଳା ଆଦି ପାଇଁ ଏହି ଦୁଇ ପୂଜା ମଣ୍ଡପ ଚର୍ଚ୍ଚାରେ ରହିଛି ।

Also Read: Dussehra: ରାଶି ଅନୁସାରେ ଦଶହରା ଦିନ କରନ୍ତୁ ଏହି ସବୁ ଉପାୟ, ବର୍ଷ ସାରା ହେବନି ଧନର ଅଭାବ

ସେହିପରି ଚଳିତ ବର୍ଷ ମଧୁବନ ଏବଂ ତକତପୁର ଦୁର୍ଗାପୂଜାର ରୌପ୍ୟ ଜୟନ୍ତୀ ବର୍ଷ ହୋଇଥିବାରୁ ସୁଦୃଶ୍ୟ ତୋରଣ ନିର୍ମାଣ ହୋଇଛି। ସେହିପରି ବଡବଜାର, ଥାନା ଛକ, ଭଂଜପୁର, ମୁର୍ଗାବାଡି, ତକତପୁର, ବାରୁଣୀ ରୋଡ଼, ଆଦି ସ୍ଥାନରେ ସୁଉଚ୍ଚ ତୋରଣ ସହିତ ଭବ୍ୟ ପୂଜାମଣ୍ଡପ ରେ ମାନଙ୍କର ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏବର୍ଷ ପାଲବାନୀ ଠାରେ ଭଵ୍ୟ କେଦାରନାଥ ମନ୍ଦିର, ତୁଳସୀଚୌରା ଠାରେ ରୂଷିଆର ହେରିଟେଜ ମ୍ୟୁଜିଅମ ଓ ମଧୁବନ ଠାରେ ଭାରତୀୟ ସୁପ୍ରିମ କୋର୍ଟ ଆକୃତିର ସୁଦୃଶ୍ୟ ତୋରଣ ନିର୍ମାଣ ହୋଇଥିବାରୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଲାଗିଛି।

ତେବେ ଦୁର୍ଗା ପୂଜାରେ ହେବାକୁ ଥିବା ଭିଡ଼ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ସହରର ୨୬ ମଣ୍ଡପ ଲାଗି ୪ପ୍ଲାଟୁନ ପୋଲିସ ଫୋର୍ସ ସହିତ ୭ଟି ଟ୍ରାଫିକ ପୋଷ୍ଟ ଓ ୨ଟି ମୋବାଇଲ ପେଟ୍ରୋଲିଂ ଭ୍ୟାନ ୨୪ଘଣ୍ଟା କାର୍ଯ୍ୟରତ ରହିବେ। ଅନ୍ୟପଟେ ପାଲବାନୀରେ ହୋଇଥିବା କେଦାରନାଥ ମନ୍ଦିର ସଦୃଶ ପ୍ରତିରୂପ ତୋରଣକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗର ସୀମାନ୍ତ ବର୍ତି ହୋଇଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦର୍ଶକଙ୍କ ଭିଡ଼ ଲାଗିରହିଛି। କେବଳ ସେତିକି ନୁହେଁ ଦର୍ଶକମାନେ ମଧ ଉତ୍ସାହର ସହିତ କେଦାରନାଥ ମନ୍ଦିର ସଦୃଶ ତ୍ବର ନର ମଜା ଉଠାଉଛନ୍ତି।