ମହାନଦୀ ବିବାଦ: କୁଆଡ଼େ ଗଲା ପ୍ରସନ୍ନ ଆଚାର୍ଯ୍ୟ କମିଟି ରିପୋର୍ଟ?
Advertisement
Article Detail0/zeeodisha/odisha2300177

ମହାନଦୀ ବିବାଦ: କୁଆଡ଼େ ଗଲା ପ୍ରସନ୍ନ ଆଚାର୍ଯ୍ୟ କମିଟି ରିପୋର୍ଟ?

Odisha News: ୨୦୧୬ରେ ୨୦୧୭ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ହଠାତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ଜଳ ବିବାଦ ଉଠାଇଲେ। ସେତେବେଳେ ଛତିଶଗଡ଼ରେ ଥିଲା ବିଜେପି ସରକାର। କେନ୍ଦ୍ରରେ ଥିଲେ ମୋଦୀ ସରକାର। ଏଣୁ ମହାନଦୀ ଆଳରେ ବିଜେପିକୁ ଘେରିବା ପାଇଁ ନବୀନ ପଟନାୟକ ଏକ ସୁନ୍ଦର ନାଟକ ଆରମ୍ଭ କରିଥିଲେ।

ମହାନଦୀ ବିବାଦ: କୁଆଡ଼େ ଗଲା ପ୍ରସନ୍ନ ଆଚାର୍ଯ୍ୟ କମିଟି ରିପୋର୍ଟ?

Odisha News: ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମହାନଦୀ କଥା ଉଠାଇ ଏକ ବଡ଼ ପ୍ରସଙ୍ଗର ସଙ୍କେତ ଦେଇଛନ୍ତି। କିନ୍ତୁ ପୁନଶ୍ଚ ମହାନଦୀ ନାଟକ ବିଜୁ ଜନତା ଦଳକୁ ଆହୁରି ଅଧିକ ଅପଦସ୍ତ କରିବ। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ନାଟକ ମଞ୍ଚସ୍ଥ କରିଛି ବିଜେଡି। ରାଜ୍ୟରୁ କ୍ଷମତା ଯିବାପରେ ପୁଣି ସେହି ପୁରୁଣା ନାଟକ କଥା ହଠାତ ମନେପଡ଼ିଲା କାହିଁକି? ପ୍ରଥମେ ବିଜୁ ଜନତା ବଳ ପ୍ରସନ୍ନ ଆଚାର୍ଯ୍ୟ କମିଟି ରିପୋର୍ଟ ସର୍ବଜନୀନ କରିବା ଜରୁରୀ।

୨୦୧୬ରେ ୨୦୧୭ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ହଠାତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ଜଳ ବିବାଦ ଉଠାଇଲେ। ସେତେବେଳେ ଛତିଶଗଡ଼ରେ ଥିଲା ବିଜେପି ସରକାର। କେନ୍ଦ୍ରରେ ଥିଲେ ମୋଦୀ ସରକାର। ଏଣୁ ମହାନଦୀ ଆଳରେ ବିଜେପିକୁ ଘେରିବା ପାଇଁ ନବୀନ ପଟନାୟକ ଏକ ସୁନ୍ଦର ନାଟକ ଆରମ୍ଭ କରିଥିଲେ। ନାଟକର ଶୀର୍ଷକ ଥିଲା ଶେଷ ନିଶ୍ୱାସ ଯାଏ ମହାନଦୀ ସଂଗ୍ରାମ। ଅନ୍ୟ କୌଣସି ଦଳକୁ ବିଶ୍ୱାସବୁ ନେଲେ ନାହିଁ ମୁଖ୍ୟମନ୍ତ୍ରୀ। କେନ୍ଦ୍ରର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କଲେ। ଛତିଶଗଡ଼ ସହ କୌଣସି ଆଲୋଚନା ହେବ ନାହିଁ ବୋଲି ରୋକ୍‍ଠୋକ ଜଣାଇଦେଲେ। ଏକାକୀ ମୁଁ ଓଡ଼ିଶାର ସାର୍ଥ ହାସଲ କରିପାରିବି ବୋଲି ବଡ଼ ଦମ୍ଭ ଦେଖାଇଥିଲେ ନବୀନ ବାବୁ। ତାଙ୍କ ଦୁର୍ଯୋଗକୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାରେ ଜବରଦସ୍ତ ଧକ୍କା ଖାଇଥିଲା ବିଜେଡି।

୨୦୧୮ ଜୁନ୍‍ ମାସରେ ମହାନଦୀ ଓ ପୋଲାଭରମ ବିବାଦକୁ ଏକ ବିଶେଷ ରାଜନୈତିକ ରୂପ ଦେବା ନିମନ୍ତେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ଚାରିଜଣିଆ କମିଟି ଗଠନ କରିଥିଲେ। ଏହି କମିଟିରେ ଥିଲେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଓ ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ। ଏହି କମିଟି ସରଜମିନ ଅନୁଧ୍ୟାନ ପରେ ଭବିଷ୍ୟତ ରାଜନୈତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବେ। ମହାନଦୀ ଜଳକୁ ନେଇ ଛତିଶଗଡ଼ ସହ ବିବାଦ ଆରମ୍ଭ ହେଲା ୨୦୧୬ରେ। ଯଦିଓ ଛତିଶଗଡ଼ ସରକାର ୨୦୦୧ରେ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କାମ ଆରମ୍ଭ କରି ଦେଇଥିଲେ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖି ମନ୍ତ୍ରୀ ରଘୁନାଥ ମହାନ୍ତି କହିଥିଲେ ଯେ, ଛତିଶଗଡ଼ର ବ୍ୟାରେକ ଯୋଗୁ ମହାନଦୀରେ ଜଳ ସଂକଟ ହେବ ନାହିଁ। ତତ୍କାଳୀନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ର ଯିଏକି ପରବର୍ତ୍ତୀ କାଳରେ ମୁଖ୍ୟ ସଚିବ ଓ ଅବସର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ହୋଇଥିଲେ, ଏକ ଇଂରାଜୀ ଦୈନିକକୁ ସାକ୍ଷାତ୍‍କାର ଦେଇ ଛତିଶଗଡ଼ ଗୋଟିଏ କାହିଁକି ୧୦୦ଟି ବ୍ୟାରେଜ କଲେ ବି ଓଡ଼ିଶାର କିଛି ସମସ୍ୟା ହେବ ନାହିଁ ବୋଲି କହିଥିଲେ। ଏହାସତ୍ତ୍ୱେ ୨୦୧୬ରେ ବିଜେପିକୁ ଦୋଷ ଦେବା ପାଇଁ ଆରମ୍ଭ ହେଲା ମହାନଦୀ ନାଟକ।

୨୦୧୮ରେ ବିଜେଡି ଟ୍ରିବ୍ୟୁନାଲକୁ ଯିବାପାଇଁ ଅଡ଼ିବସିଲା। ସୁପ୍ରିମକୋର୍ଟ ଯାଏଁ କଥା ଗଲା। ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ପାଇଁ ସୁପାରିସ କଲେ। ମୋଦୀ ସରକାର ବିଜେଡି ଦାବି ମାନିନେଇ ଜଷ୍ଟିସ ଖନ୍‍ଲକର କମିଶନ ଗଠନ କଲେ। ଏହା ଭିତରେ ୬ ବର୍ଷ ବିତିଯାଇଥିଲେ ହେଁ ଓଡ଼ିଶା। ସରକାର ସାମାନ୍ୟତମ ସୁଫଳ ମୁଁ ପାଇନାହିଁ। ମଝିରେ ଛତିଶଗଡ଼ରେ କଂଗ୍ରେସ ସରକାର ଆସିଥିଲା। ଏବେ ସେଠାରେ ବିଜେପି ସରକାର ଥ‌ିବାରୁ ପୁଣି ମହାନଦୀ ବିଜେଡିକୁ ମନେପଡ଼ିଲା।

କିନ୍ତୁ ଏଥିପାଇଁ ବିଜେଡିକୁ କିଛି କଠିନ ଏବଂ କଷ୍ଟଦାୟକ ପ୍ରଶ୍ନର ଜବାବ ଦେବାକୁ ପଡ଼ିବ। ପ୍ରସନ୍ନ ଆଚାର୍ଯ୍ୟ କମିଟି ରିପୋର୍ଟ କାହିଁକି ସାର୍ବଜନୀନ କରାଗଲା ନାହିଁ? ପୋଲାଭରମ ଜଳ ବିବାଦରେ ଓଡ଼ିଶା ହାରିବା ସତ୍ତ୍ୱେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ନବୀନ ସରକାର? ବଂଶଧାରା ଜଳ ବିବାଦରେ ଓଡ଼ିଶା ପାଇଛି କ’ଣ? ମହାନଦୀ ଟ୍ରିବ୍ୟୁନାଲ ଗଠନ ପରେ କେତେଥର ଛତିଶଗଡ଼ ସହ ସମନ୍ଵୟ ବୈଠକରେ ସାମିଲ ହୋଇଛି ଓଡ଼ିଶା? ଓଡ଼ିଶା ଗତ ୨୪ ବର୍ଷ ଭିତରେ ମହାନଦୀର ତଳ ମୁଣ୍ଡରେ କାହିଁ କି ଗୋଟିଏ ବି ବ୍ୟାରେଜ ନିର୍ମାଣ କରିପାରିଲା ନାହିଁ? ୮ଟି ବ୍ୟାରେଜ ନିର୍ମାଣ କରାଯିବ ବୋଲି ନବୀନ ସରକାର କହିନଥିଲେ କି? ସବୁ ପ୍ରଶ୍ନର ଉତ୍ତର ପୂର୍ବରୁ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟ କମିଟିର ରିପୋର୍ଟ ବିଜୁ ଜନତା ଦଳ ସାର୍ବଜନୀନ କରୁ। ଏହି ଦଳର ମହାନଦୀ ପ୍ରତି ଅଙ୍ଗିକାରବଦ୍ଧତା ସ୍ପଷ୍ଟ ହୋଇଯିବ।