Monsoon 2024: ଆଗକୁ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଜାରି କଲା ଚେତାବନୀ, ଆକ୍ସମ ମୁଡରେ SRC
Advertisement
Article Detail0/zeeodisha/odisha2306774

Monsoon 2024: ଆଗକୁ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଜାରି କଲା ଚେତାବନୀ, ଆକ୍ସମ ମୁଡରେ SRC

ରାଜ୍ୟରେ ଅନେକ ସ୍ଥାନରେ ୨୬ରୁ ୨୮ ମଧ୍ୟରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିପାରେ। ଏହା ସମେତ ଆସନ୍ତା ୩ ଦିନ ଉପକୂଳ, ଦକ୍ଷିଣ ଆଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ସମେତ ୩୦ ରୁ ୪୦କିମି ବେଗରେ ପବନ ବହିପାରେ।

IMD weather forecast

IMD weather forecast: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ ଦେଖିବାକୁ ମିଳିଛି। ମୌସୁମୀ ଯୋଗୁଁ ମଧ୍ୟ ରାଜ୍ୟରେ ଅନେକ ସ୍ଥାନ ବର୍ଷା ଦେଖିବାକୁ ମିଳିଛି। ଖରିଫ ଚାଷ ଆରମ୍ଭ କରିବାକୁ ଯାଉଥିବା କୃଷକମାନଙ୍କ ପାଇଁ ମୌସୁମୀର ଆଗମନ ଏକ ଖୁସିର ବିଷୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଯାହାଫଳରେ ରାଜ୍ୟରେ ଅନେକ ସ୍ଥାନରେ ୨୬ରୁ ୨୮ ମଧ୍ୟରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିପାରେ। ଏହା ସମେତ ଆସନ୍ତା ୩ ଦିନ ଉପକୂଳ, ଦକ୍ଷିଣ ଆଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଓ ୩୦ ରୁ ୪୦କିମି ବେଗରେ ପବନ ବହିପାରେ।

ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଭାଗ ଏହି ସମୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାକୁ ନେଇ'ୟେଲୋ ଅଲର୍ଟ'ଜାରି କରିଛି। ଆଞ୍ଚଳିକ ପାଣିପାଗ ବିଭାଗ  ଅନୁଯାୟୀ ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କାଲାହାଣ୍ଡି, ଗଞ୍ଜାମ, ରାୟଗଡା, ଝାରସୁଗୁଡା ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ବର୍ଷା ହେବାକୁ ନେଇ 'ୟେଲୋ ଅଲର୍ଟ' ଜାରି କରିଛି।

ଅନ୍ୟପଟେ ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ବର୍ଷା ଜାରି ରହିଛି । ସେହିଭଳି ୨୫ ତାରିଖ ପାଇଁ ୧୭ ଜିଲ୍ଲାକୁ ଝଡ଼ତୋଫାନ ହେବାକୁ ନେଇ ଚେତାବନୀ  ଜାରି ହୋଇଛି । ପାଣିପାଗ କେନ୍ଦ୍ର ୨୬ ତାରିଖରୁ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି  । କହିରଖୁଛୁ ୧ ଜୁନରୁ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୯% କମ୍ ବର୍ଷା ହୋଇଛି । 

ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବ ସମଗ୍ର ଓଡି଼ଶାରେ ଦେଖିବାକୁ ମିଳିଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସସିଏସ୍) ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ସତ୍ୟବ୍ରତ ସାହୁ ବର୍ଷା ସିଜିନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।

ସମସ୍ତ ଜିଲ୍ଲା କଲେକ୍ଟର ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଏକ ଚିଠି ଲେଖି SRC ସେମାନଙ୍କୁ ୧୩.୦୩୬.୨୦୨୩୪ ରେ ଜାରି କରାଯାଇଥିବା ପୂର୍ବ ଚିଠି ବିଷୟରେ ମନେ ପକାଇ ଦେଇଛି ଯେଉଁଥିରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ପୂର୍ବରୁ ଅଗ୍ରୀମ ପ୍ରସ୍ତୁତି ପାଇଁ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି।