Breaking News: ବାଣୀବିହାର ଛକରେ ୨ଟି ବସ୍ ଦୁର୍ଘଟଣାଗ୍ରସ୍ତ, କ୍ୟାପିଟାଲ ହସ୍ପିଟାଲରେ...
Advertisement
Article Detail0/zeeodisha/odisha2073864

Breaking News: ବାଣୀବିହାର ଛକରେ ୨ଟି ବସ୍ ଦୁର୍ଘଟଣାଗ୍ରସ୍ତ, କ୍ୟାପିଟାଲ ହସ୍ପିଟାଲରେ...

Odisha Accident: ଜାତୀୟ ରାଜପଥ-୧୬ ଉପରେ ଦୁଇଟି ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଦ୍ୱାରା ଦୁଇ ବସ୍‍ର ଡ୍ରାଇଭର ଓ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ କ୍ୟାପିଟାଲ୍‍ ହସ୍‍ପିଟାଲ(Capital Hospital)ରେ ଭର୍ତ୍ତି କରାଯାଇଛି। 

Breaking News: ବାଣୀବିହାର ଛକରେ ୨ଟି ବସ୍ ଦୁର୍ଘଟଣାଗ୍ରସ୍ତ, କ୍ୟାପିଟାଲ ହସ୍ପିଟାଲରେ...

Odisha Accident: ଜାତୀୟ ରାଜପଥ-୧୬ ଉପରେ ଦୁଇଟି ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଦ୍ୱାରା ଦୁଇ ବସ୍‍ର ଡ୍ରାଇଭର ଓ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ କ୍ୟାପିଟାଲ୍‍ ହସ୍‍ପିଟାଲ(Capital Hospital)ରେ ଭର୍ତ୍ତି କରାଯାଇଛି।  ଗାଡ଼ି ବ୍ରେକ ଫେଲ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଇଛି।

ଆଜି ପାହାନ୍ତାରେ ରାଜ୍ୟ ପରିବହନ ବିଭାଗର ଏକ ବସ୍‍ ବାଣୀବିହାର ଓଭରବ୍ରିଜ୍‍ ଉପରେ ଠିଆ ହୋଇଥିବାବେଳେ ଆଉ ଏକ ବସ୍‍ ପଛପଟୁ ଧକ୍କା ଦେଇଥିଲା। ଘନ କୁହୁଡ଼ି ଯୋଗୁ ଡ୍ରାଇଭରଙ୍କୁ ବସ୍‍ ଦେଖାଯାଇ ନଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ନିକଟରେ ଲଗାତାର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ନିକଟେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ କାର୍ ଭିଜିବିଲିଟି ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକୁ ଧକ୍କା ଦେଇଥିବା ଯାହା ଫଳରେ ସେ ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।