ED ଅଫିସ୍‌ରୁ ବାହାରି ପ୍ରତିକ୍ରିୟା ଦେଲେ ବିଧାୟକ ପ୍ରଫୁଲ୍ଲ ସାମଲ୍‌
Advertisement

ED ଅଫିସ୍‌ରୁ ବାହାରି ପ୍ରତିକ୍ରିୟା ଦେଲେ ବିଧାୟକ ପ୍ରଫୁଲ୍ଲ ସାମଲ୍‌

ପ୍ରାୟ ୮ ଘଣ୍ଟା ଦରି ଇଡି ପ୍ରଶ୍ନର ଉତ୍ତର ଦେବା ପରେ ବିଧାୟକ ପ୍ରଫୁଲ ସାମଲ ଇଡି ଅଫିସରୁ ଆସିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଫୁଲ କହିଛନ୍ତି ଯେ, ମୁଁ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମସ୍ତ ତଥ୍ୟ ଇଡିକୁ ପ୍ରଦାନ କରିଛି । ଇଡିର ତଦନ୍ତରେ ମୁଁ ସହଯୋଗ କରିବା ସହ ସମସ୍ତ ପ୍ରଶ୍ନର ଉତ୍ତର ଇଡି ଆଗରେ ରଖିଛି ବୋଲି ପ୍ରଫୁଲ କହିଛନ୍ତି ।

ED ଅଫିସ୍‌ରୁ ବାହାରି ପ୍ରତିକ୍ରିୟା ଦେଲେ ବିଧାୟକ ପ୍ରଫୁଲ୍ଲ ସାମଲ୍‌

ଭୁବନେଶ୍ୱର: ପ୍ରାୟ ୮ ଘଣ୍ଟା ଦରି ଇଡି ପ୍ରଶ୍ନର ଉତ୍ତର ଦେବା ପରେ ବିଧାୟକ ପ୍ରଫୁଲ ସାମଲ ଇଡି ଅଫିସରୁ ଆସିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଫୁଲ କହିଛନ୍ତି ଯେ, ମୁଁ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମସ୍ତ ତଥ୍ୟ ଇଡିକୁ ପ୍ରଦାନ କରିଛି । ଇଡିର ତଦନ୍ତରେ ମୁଁ ସହଯୋଗ କରିବା ସହ ସମସ୍ତ ପ୍ରଶ୍ନର ଉତ୍ତର ଇଡି ଆଗରେ ରଖିଛି ବୋଲି ପ୍ରଫୁଲ କହିଛନ୍ତି ।

ସୂଚନାଯୋଗ୍ୟ, ବରପଦା ଇଂଜିନିୟରିଂ କଲେଜର ଜମି ମାମଲାରେ ଉଭୟ ବାପା (ବିଧାୟକ ପ୍ରଫୁଲ୍ଲ ସାମଲ) ଏବଂ ପୁଅ ପ୍ରୟାସକାନ୍ତି ସାମଲ ଛନ୍ଦି ହୋଇଛନ୍ତି । ପ୍ରଫୁଲ ଏବଂ ପ୍ରଶାନ୍ତଙ୍କୁ ଇଡି ଅଫିସରେ ହାଜର ହେବା ପାଇଁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଆଜି (ବୁଧବାର) ଦିନ ୧୧ଟା ୩୦ ମିନିଟ୍ ସମୟରେ ବିଧାୟକ ଇଡି ଅଫିସରେ ପହଞ୍ଚିଥିଲେ । ଦୀର୍ଘ ୮ ଘଣ୍ଟା ଧରି ଇଡି ପ୍ରଫୁଲ୍ଲଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ବୋଲି ସୂଚନା ମିଳିଛି । ଆପଣଙ୍କୁ କହିରଖୁଛୁ ଯେ, ଦୁଇ ଦିନ ଧରି ପ୍ରଫୁଲ୍ଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘର ସମେତ ଅଫିସ୍‌ ଏବଂ ଇଂଜିନିୟରିଂ କଲେଜରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା ।

Also Read- ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ ଘୋଷଣା

Also Read- Jamtara Train Accident: ଜାମତାରାରେ ରେଳ ଦୁର୍ଘଟଣା, ୧୨ ଯାତ୍ରୀଙ୍କ ମୃତ୍ୟୁ, ଅନେକ ଆହତ