ଚରମ୍ପା ବରାଳପୋଖରୀ ଗାଁରେ ପାଗଳ ମାଙ୍କଡ ଆତଙ୍କ, ୧୨ଜଣ ଗୁରୁତର
Advertisement
Article Detail0/zeeodisha/odisha2137171

ଚରମ୍ପା ବରାଳପୋଖରୀ ଗାଁରେ ପାଗଳ ମାଙ୍କଡ ଆତଙ୍କ, ୧୨ଜଣ ଗୁରୁତର

ଚରମ୍ପା ନିକଟ ବରାଳପୋଖରୀ ଗାଁରେ ଏକ ପାଗଳ ମାଙ୍କଡର ଆତଙ୍କ କାରଣରୁ ଗ୍ରାମବାସୀଙ୍କ ମନରେ ଛନକା ପସିଛି । ଲୋକଙ୍କ ନିକଟକୁ ଧାଇଁଯାଇ କାମୁଡି କ୍ଷତ ବ୍ୟକ୍ଷତ କରୁଛି ଗୋଟିଏ ପାଗଳ ମାଙ୍କଡ । ଏପର୍ଯ୍ୟନ୍ତ ୧୨ ଜଣ ଲୋକଙ୍କୁ କାମୁଡିଥିବା ସୂଚନା ମିଳିଛି । ମାଙ୍କଡ କାମୁଡାରେ ଗୁରୁତର ଆହତ ହୋଇଥିବା ୧୧ ଜଣ ଲୋକେ ଭଦ୍ରକ ହସ୍ପିଟାଲ ଏବଂ ଜଣେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଚରମ୍ପା ବରାଳପୋଖରୀ ଗାଁରେ ପାଗଳ ମାଙ୍କଡ ଆତଙ୍କ, ୧୨ଜଣ ଗୁରୁତର

ଭଦ୍ରକ: ଚରମ୍ପା ନିକଟ ବରାଳପୋଖରୀ ଗାଁରେ ଏକ ପାଗଳ ମାଙ୍କଡର ଆତଙ୍କ କାରଣରୁ ଗ୍ରାମବାସୀଙ୍କ ମନରେ ଛନକା ପସିଛି । ଲୋକଙ୍କ ନିକଟକୁ ଧାଇଁଯାଇ କାମୁଡି କ୍ଷତ ବ୍ୟକ୍ଷତ କରୁଛି ଗୋଟିଏ ପାଗଳ ମାଙ୍କଡ । ଏପର୍ଯ୍ୟନ୍ତ ୧୨ ଜଣ ଲୋକଙ୍କୁ କାମୁଡିଥିବା ସୂଚନା ମିଳିଛି । ମାଙ୍କଡ କାମୁଡାରେ ଗୁରୁତର ଆହତ ହୋଇଥିବା ୧୧ ଜଣ ଲୋକେ ଭଦ୍ରକ ହସ୍ପିଟାଲ ଏବଂ ଜଣେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ, ପାଗଳ ମାଙ୍କଡ କାମୁଡୁଥିବା ଭୟରେ ଲୋକମାନେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ପ୍ରଥମ ଟିମ୍ ଫେଲ୍ ମାରିବା ପରେ ଆଉ ଏକ ଟିମ୍ ମଧ୍ୟ ଗାଁରେ ପହଞ୍ଚିଥିଲା । ମାଙ୍କଡକୁ ଧରିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ମଧ୍ୟ ମାଙ୍କଡକୁ କାବୁ କରାଯାଇପାରିନାହିଁ । 

Also Read- Mercury Transit 2024: ମୀନ ରାଶିରେ ବୁଧ ଚଳନ, ମାର୍ଚ୍ଚ ୦୭ରୁ ଫିଟିବ ଏହି ରାଶିର ଭାଗ୍ୟ...

Also Read- ସିଦ୍ଧାର୍ଥ ରାଉତରାୟଙ୍କ ଅଫିସରେ ଭଙ୍ଗାରୁଜା, ଥାନାରେ ଅଭିଯୋଗ